IPL 2023: ୧୮୦୦୦ ରନ୍ କରିଥିବା ବ୍ୟାଟ୍ସମ୍ୟାନଙ୍କୁ ସଞ୍ଜୁ ସାମସନ୍ ଦେବେ କି ସୁଯୋଗ? କରିସାରିଛନ୍ତି ୪୫ ଶତକ, ଶେଷ ମ୍ୟାଚରେ ବସିଥିଲେ ବାହାର
Advertisement
Article Detail0/zeeodisha/odisha1640124

IPL 2023: ୧୮୦୦୦ ରନ୍ କରିଥିବା ବ୍ୟାଟ୍ସମ୍ୟାନଙ୍କୁ ସଞ୍ଜୁ ସାମସନ୍ ଦେବେ କି ସୁଯୋଗ? କରିସାରିଛନ୍ତି ୪୫ ଶତକ, ଶେଷ ମ୍ୟାଚରେ ବସିଥିଲେ ବାହାର

IPL 2023: ଆଜି ଆଇପିଏଲରେ ଗୋଟିଏ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ । ଏହି ମ୍ୟାଚରେ ଜଣେ ଭେଟେରାନ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ମିଳିପାରେ । ରାଜସ୍ଥାନ ତରଫରୁ ଏହି ଖେଳାଳି ଖେଳୁଥିବାର ନଜରକୁ ଆସିପାରେ ।

IPL 2023: ୧୮୦୦୦ ରନ୍ କରିଥିବା ବ୍ୟାଟ୍ସମ୍ୟାନଙ୍କୁ ସଞ୍ଜୁ ସାମସନ୍ ଦେବେ କି ସୁଯୋଗ? କରିସାରିଛନ୍ତି ୪୫ ଶତକ, ଶେଷ ମ୍ୟାଚରେ ବସିଥିଲେ ବାହାର

RR Vs PBKS, IPL 2023: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ (IPL 2023) ର ଅଷ୍ଟମ ମ୍ୟାଚ୍ ଆଜି (ବୁଧବାର) ଅର୍ଥାତ ଏପ୍ରିଲ ୫ରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ (Punjab Kings vs Rajasthan Royals) ମଧ୍ୟରେ ଖେଳାଯିବ । ଉଭୟ ଦଳ ନିଜ ନିଜର ଶେଷ ମ୍ୟାଚ୍ ଜିତିଥିଲେ । ପଞ୍ଜାବ (PBKS) କୋଲକାତା ନାଇଟ ରାଇଡର୍ସ (KKR) ବିପକ୍ଷରେ ବିଜୟ ହାସଲ କରିଥିବାବେଳେ ରାଜସ୍ଥାନ (RR) ସନରାଇଜର୍ସ ହାଇଦ୍ରାବାଦ (SRH) କୁ ଅତି ଶୋଚନୀୟ ଭାବେ ପରାସ୍ତ କରିଥିଲା । ଆଜି ଅର୍ଥାତ ଏପ୍ରିଲ ୪ରେ ଗୁଆହାଟିର ବରସପାରା ଷ୍ଟାଡିୟମରେ ଏହି ମ୍ୟାଚ୍ (RR Vs PBKS) ଖେଳାଯିବ । ଗତ ମ୍ୟାଚରେ ଅନ୍ତର୍ଜାତୀୟ କ୍ରିକେଟରେ ୧୮୦୦୦ ରନ୍ ସ୍କୋର କରିଥିବା ଖେଳାଳିଙ୍କୁ ରାଜସ୍ଥାନ ରୟାଲ୍ସ ଅଧିନାୟକ (Rajasthan Royals Captain) ସଞ୍ଜୁ ସାମସନ (Sanju Samson) ସୁଯୋଗ ଦେଇନଥିଲେ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି, ଏହି ଭେଟେରାନଙ୍କୁ ଆଜି ସୁଯୋଗ ମିଳିବ କି?

ଆମେ ଇଂଲଣ୍ଡର କିମ୍ବଦନ୍ତୀ ଖେଳାଳି ଜୋ ରୁଟ୍ (Joe Root) ବିଷୟରେ କହୁଛୁ । ଜୋ ରୁଟ୍ (Joe Root) ଏପର୍ଯ୍ୟନ୍ତ ଆଇପିଏଲ (IPL) ରେ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ପାଇନାହାଁନ୍ତି । ଜୋ ରୁଟ୍ (Joe Root) ନିଜ କ୍ୟାରିୟରରେ ୧୮ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଜୋ ରୁଟ୍ (Joe Root) ଟେଷ୍ଟରେ ୧୦,୯୪୮ ରନ୍, ODI ରେ ୬,୨୦୭ ରନ୍ ଏବଂ ଟି-20ରେ ୮୯୩ ରନ୍ କରିଛନ୍ତି । ଏହି ତିନୋଟି ଫର୍ମାଟକୁ ମିଶାଇ ଜୋ ରୁଟଙ୍କ (Joe Root) ନାମରେ ୪୫ ଶତକ ଅଛି ।

fallback

ଜୋ ରୁଟ (Joe Root) ଙ୍କୁ ଆଇପିଏଲ୍ ନିଲାମ (IPL auction) ରେ କୌଣସି ଫ୍ରାଞ୍ଚାଇଜ୍ କିଣି ନଥିଲେ । ପ୍ରଥମ ରାଉଣ୍ଡରେ କୌଣସି ଦଳ ଜୋ ରୁଟ (Joe Root) ଙ୍କ ପ୍ରତି ଆଗ୍ରହ ଦେଖାଇ ନଥିଲେ । ଜୋ ରୁଟ (Joe Root) ଙ୍କୁ ରାଜସ୍ଥାନ ରୟାଲ୍ସ (Rajasthan Royals) ପରବର୍ତ୍ତୀ ରାଉଣ୍ଡରେ ମାତ୍ର ୧ କୋଟି ଟଙ୍କା ମୂଲ୍ୟରେ କିଣିଥିଲା । ଜୋ ରୁଟ୍ (Joe Root) ପ୍ରଥମ ଥର ପାଇଁ ଆଇପିଏଲ୍ ନିଲାମ  (IPL auction) ର ଏକ ଅଂଶ ଥିଲେ ।

ଶେଷ ମ୍ୟାଚରେ ସଞ୍ଜୁ ସାମସନ (Sanju Samson) ଜୋ ରୁଟ  (Joe Root) ଙ୍କୁ ସୁଯୋଗ ଦେଇନଥିଲେ । ଜୋ ରୁଟ  (Joe Root) ପ୍ରାୟତଃ ମିଡିଲ ଓଭରରେ ବ୍ୟାଟିଂ ପାଇଁ ଜଣାଶୁଣା । ରାଜସ୍ଥାନର ମିଡିଲ୍ ଅର୍ଡର ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଫ୍ଲପ୍ ହୋଇଥିଲା । ଦେବଦତ୍ତ ପ୍ୟାଡିକାଲ ୨ ରନ ସ୍କୋର କରିଥିବାବେଳେ ରିୟାନ ପାରାଗ ୭ ରନ୍ କରିଥିଲେ । ଜଣେ ଖେଳାଳିଙ୍କୁ ବାଦ ଦେଇ ସଞ୍ଜୁ ସାମସନ୍ ଏହି ୨ ଖେଳାଳିଙ୍କ ମଧ୍ୟରୁ ଜଣଙ୍କ ସ୍ଥାନରେ ଜୋ ରୁଟ୍କୁ ଏକ ସୁଯୋଗ ଦେଇପାରନ୍ତି ।

ଅଧିକ ପଢ଼ନ୍ତୁ-ମେଷ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି ବୁଧ, ଏହି ୪ଟି ରାଶିର ଲୋକଙ୍କ ବଦଳିଯିବ ଜୀବନ; ଦୂର ହେବ ଆର୍ଥିକ ସଙ୍କଟ

ଅଧିକ ପଢ଼ନ୍ତୁ-ଆଇପିଏଲ ମଝିରେ ଫ୍ୟାନ୍ସଙ୍କ ଆସିଲା ସବୁଠାରୁ ବଡ଼ ଖୁସି ଖବର, ଧୋନିଙ୍କୁ ନେଇ ହେଲା ବଡ଼ ଘୋଷଣା

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ମହଙ୍ଗା ଭତ୍ତା ପରେ TAରେ ହେଲା ବମ୍ପର ବୃଦ୍ଧି, ଆକାଉଣ୍ଟରେ ଆସିବ ୧.୫ ଲକ୍ଷ ଟଙ୍କା!