ଇଶାନ ଡେବ୍ୟୁ ସହ ବନାଇଲେ ଏକ ଖାସ ରେକର୍ଡ, ଏପରି କରିଥିବା ହେଲେ ଦ୍ୱିତୀୟ ଭାରତୀୟ
Advertisement
Article Detail0/zeeodisha/odisha944987

ଇଶାନ ଡେବ୍ୟୁ ସହ ବନାଇଲେ ଏକ ଖାସ ରେକର୍ଡ, ଏପରି କରିଥିବା ହେଲେ ଦ୍ୱିତୀୟ ଭାରତୀୟ

ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ଓ ସୂର୍ୟ୍ଯକୁମାର ଯାଦବ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା (Ind vs SL) ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଆଜି (ରବିବାର) କଲମ୍ବୋରେ ଖେଳାଯାଉଛି । ଏହି ମ୍ୟାଚରେ ସୂର୍ୟ୍ଯକୁମାର ଯାଦବ (Suryakumar Yadav) ଓ ଇଶାନ କିଶାନ୍ (Ishan Kishan) ଭାରତ ପାଇଁ ନିଜର ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି । ଚଳିତ ବର୍ଷ ଇଶାନ କିଶାନ୍ ଓ ସୂର୍ୟ୍ଯକୁମାର ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ।

ଜନ୍ମଦିନରେ ଡେବ୍ୟୁ କରିଥିବା ଦ୍ୱିତୀୟ ଭାରତୀୟ
ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ (Ishan Kishan) ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଏହି ଫର୍ମାଟରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଛନ୍ତି । କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ସେ ଭାରତର ଏକାଦଶ ଖେଳିବାରେ ମନୋନୀତ ହୋଇଛନ୍ତି । ବିଶେଷ କଥା ହେଉଛି (୧୮ ଜୁଲାଇ) ଆଜି ଇଶାନଙ୍କ ମଧ୍ୟ ଜନ୍ମଦିନ ।

fallback

ସେ ନିଜର ୨୩ ତମ ଜନ୍ମଦିନ ପାଳନ କରୁଛନ୍ତି ଓ ଏହି ଦିନ ODI ଡେବ୍ୟୁ କରିବା ତାଙ୍କ ପାଇଁ ଏକ ବଡ଼ ଗୌରବର ବିଷୟ । ଏହା ସହ ସେ ନିଜ ଜନ୍ମଦିନରେ ODI ଡେବ୍ୟୁ କରିବାରେ ଦ୍ୱିତୀୟ ଭାରତୀୟ କ୍ରିକେଟର ହୋଇଛନ୍ତି ।

ଗୁରୁଶରଣ ସିଂ ମଧ୍ୟ ନିଜ ଜନ୍ମଦିନରେ ଡେବ୍ୟୁ କରିଥିଲେ
ବାମହାତୀ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନଙ୍କ ପୂର୍ବରୁ ଭାରତର ଗୁରୁଶରଣ ସିଂ ମଧ୍ୟ ନିଜ ଜନ୍ମଦିନରେ ଦିନିକିଆ ଡେବ୍ୟୁ କରିଥିଲେ । ୧୯୯୦ ମସିହାରେ ହାମିଲଟନରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଏହି ସଫଳତା ହାସଲ କରିଥିଲେ । କିଶାନଙ୍କ ବ୍ୟତୀତ ମୁମ୍ବାଇର ସୂର୍ୟ୍ଯକୁମାର ଯାଦବ ମଧ୍ୟ ଦିନିକିଆ ଫର୍ମାଟରେ ଡେବ୍ୟୁ କରିଛନ୍ତି ।

ଅଧିକ ପଢ଼ନ୍ତୁ: ମୁନାୱାର୍ ରାଣାଙ୍କ ଘୋଷଣା: 'ଯୋଗୀ ପୁନର୍ବାର CM ହେଲେ UP ଛାଡିଦେବି'

ଇଶାନଙ୍କ କ୍ୟାରିୟର୍
ଆଇପିଏଲରେ ଜବରଦସ୍ତ ବ୍ୟାଟିଂ କରି ଇଶାନ କିଶନ ସମସ୍ତଙ୍କୁ ତାଙ୍କର ପ୍ରଶଂସକ କରିଛନ୍ତି । ଇଶାନ ଏପର୍ଯ୍ୟନ୍ତ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି । ସେ ଚଳିତ ବର୍ଷ ମାର୍ଚ୍ଚରେ ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷରେ ଟି -୨୦ ଆନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ । ସେ ୪୪ ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୫ ଟି ଶତକ ଓ ୧୫ ଟି ଅର୍ଦ୍ଧଶତକ ସମେତ ୧୬୬୫ ରନ୍ ସଂଗ୍ରହ କରିଛନ୍ତି ।

ଅଧିକ ପଢ଼ନ୍ତୁ: CM ନୀତୀଶ କୁମାରଙ୍କ ବିରୋଧରେ FIR ଦେବାକୁ ପହଞ୍ଚିଲେ IAS ଅଫିସର, ଲଗାଇଲେ ଗୁରୁତର ଅଭିଯୋଗ

ସୁର୍ଯ୍ୟକୁମାର ମଧ୍ୟ ODI ଡେବ୍ୟୁ କରିଥିଲେ
ଆଇପିଏଲ୍ ୨୦୨୦ ରେ ସୂର୍ୟ୍ଯକୁମାର ଲାଇମ୍ ଲାଇଟରେ ଆସିଥିଲେ । ସେ ଏହି ସିଜନରେ ୪୮୦ ରନ୍ ସ୍କୋର କରିଥିଲେ । ଆଇପିଏଲ୍ ୨୦୨୧ ର ପ୍ରଥମ ପର୍ଯ୍ୟାୟରେ ସେ ସାତୋଟି ମ୍ୟାଚ୍ ରେ ୧୭୩ ରନ୍ ସ୍କୋର କରିଥିଲେ । ଏଥି ସହିତ ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ନିଜର ଟି-୨୦ ଆନ୍ତର୍ଜାତୀୟ ଡେବ୍ୟୁ କରିଥିବା ଯାଦବ ତିନୋଟି ମ୍ୟାଚରେ  ୮୯ ରନ୍ ସଂଗ୍ରହ କରିଛନ୍ତି ।

ଅଧିକ ପଢ଼ନ୍ତୁ: କୋରୋନ ଦ୍ୱିତୀୟ ଲହର: ମହିଳାଙ୍କ ଅପେକ୍ଷା ଅଧିକ ଚାକିରି ହରାଇଛନ୍ତି ପୁରୁଷ

ପ୍ରଥମ ଦିନିକିଆରେ ଖେଳୁଥିବା ଭାରତର ପ୍ଲେଇଂ ଇଲେଭେନ
ଶିଖର ଧାୱନ (ଅଧିନାୟକ), ପୃଥ୍ଵୀ ଶ, ସୂର୍ୟ୍ଯକୁମାର ଯାଦବ, ମନୀଷ ପାଣ୍ଡେ, ଇଶାନ କିଶାନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଦୀପକ ଚହର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ।