Jaydev Unadkat: ବାଂଲାଦେଶରୁ ଫେରିବା ମାତ୍ରେ ହଇଚଇ ସୃଷ୍ଟି କଲେ ଅଧିନାୟକ, ପ୍ରଥମ ଓଭରରେ ହିଁ ନେଲେ ହ୍ୟାଟ୍ରିକ୍
Advertisement

Jaydev Unadkat: ବାଂଲାଦେଶରୁ ଫେରିବା ମାତ୍ରେ ହଇଚଇ ସୃଷ୍ଟି କଲେ ଅଧିନାୟକ, ପ୍ରଥମ ଓଭରରେ ହିଁ ନେଲେ ହ୍ୟାଟ୍ରିକ୍

Jaydev Unadkat Hat-Trick: ରଣଜୀ ଟ୍ରଫି ୨୦୨୨-୨୩ରେ ସୌରାଷ୍ଟ୍ର ଓ ଦିଲ୍ଲୀ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚର ପ୍ରଥମ ଓଭରରେ ସୌରାଷ୍ଟ୍ରର ଅଧିନାୟକ ଜୟଦେବ ଉନାଦକଟ୍ ନିଜେ ପ୍ରଥମ ଓଭରରେ ହ୍ୟାଟ୍ରିକ୍ ନେଇ ଧମାଲ କରିଛନ୍ତି । ହ୍ୟାଟ୍ରିକ୍ ମାଧ୍ୟମରେ ଜୟଦେବ ଉନାଦକଟ୍ ଦିଲ୍ଲୀ ଅଧିନାୟକ ଯଶ ଢୁଲଙ୍କ ସମେତ ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ଶୂନ୍ୟରେ ପ୍ୟାଭିଲିୟନକୁ ଫେରାଇଛନ୍ତି ।

Jaydev Unadkat: ବାଂଲାଦେଶରୁ ଫେରିବା ମାତ୍ରେ ହଇଚଇ ସୃଷ୍ଟି କଲେ ଅଧିନାୟକ, ପ୍ରଥମ ଓଭରରେ ହିଁ ନେଲେ ହ୍ୟାଟ୍ରିକ୍

Jaydev Unadkat Hat-Trick: ସୌରାଷ୍ଟ୍ରର ଅଧିନାୟକ (aurashtra Captain) ଜୟଦେବ ଉନାଦକଟ ନୂଆ ବର୍ଷରେ ଚମତ୍କାର କରିଛନ୍ତି । ନୂଆ ବର୍ଷରେ ଭାରତୀୟ କ୍ରିକେଟର ରୋମାଞ୍ଚ ପୁଣି ଆରମ୍ଭ ହୋଇଛି । ଅନ୍ତର୍ଜାତୀୟ କ୍ରିକେଟ୍ ସହିତ ଘରୋଇ କ୍ରିକେଟରେ ମଧ୍ୟ ନୂଆ ବର୍ଷରେ ଜୋସ୍ ଦେଖାଦେଇଛି । ରଣଜୀ ଟ୍ରଫି ୨୦୨୨-୨୩ (Ranji Trophy 2022-23) ରେ ସୌରାଷ୍ଟ୍ର ଓ ଦିଲ୍ଲୀ ମଧ୍ୟରେ ଏହି ମ୍ୟାଚ୍ (Saurashtra vs Delhi) ଖେଳାଯାଉଛି । ଏହି ମ୍ୟାଚର ପ୍ରଥମ ଓଭରରେ ସୌରାଷ୍ଟ୍ରର ଅଧିନାୟକ ଜୟଦେବ ଉନାଦକଟ୍ (Jaydev Unadkat) ନିଜେ ପ୍ରଥମ ଓଭରରେ ହ୍ୟାଟ୍ରିକ୍ ନେଇ ଧମାଲ କରିଛନ୍ତି । ହ୍ୟାଟ୍ରିକ୍ ମାଧ୍ୟମରେ ଜୟଦେବ ଉନାଦକଟ୍ ଦିଲ୍ଲୀ ଅଧିନାୟକ ଯଶ ଢୁଲଙ୍କ ସମେତ ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ଶୂନ୍ୟରେ ପ୍ୟାଭିଲିୟନକୁ ଫେରାଇଛନ୍ତି ।

ଜୟଦେବ ଉନାଦକତ୍ (Jaydev Unadkat) ୧୨ ବର୍ଷ ପରେ ଭାରତୀୟ ଟେଷ୍ଟ ଦଳକୁ ଫେରିଥିଲେ । ନିକଟ ଅତୀତରେ ସେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳି ତିନୋଟି ୱିକେଟ୍ ନେଇଥିଲେ । ବର୍ତ୍ତମାନ ବାଂଲାଦେଶ ଗସ୍ତ ପରେ ଜୟଦେବ ଉନାଦକଟ୍ ଘରୋଇ କ୍ରିକେଟକୁ ଫେରିଛନ୍ତି ଓ ସେ ଆସିବା ମାତ୍ରେ ସେ ଏକ ଧମାଲ କରିଦେଇଛନ୍ତି । ଦିଲ୍ଲୀ ବିପକ୍ଷ ପ୍ରଥମ ଓଭରରେ ଜୟଦେବ ଉନାଦକଟ ହ୍ୟାଟ୍ରିକ୍ ନେଇଛନ୍ତି ।

ପ୍ରଥମ ଓଭରର ତୃତୀୟ ବଲରେ ଜୟଦେବ ଉନାଦକଟ୍ ଦିଲ୍ଲୀର ସର୍ବାଧିକ ରନ୍ ସ୍କୋରର ଧ୍ରୁବ ଶୈରୀଙ୍କୁ ପାଭିଲିୟନକୁ ରାସ୍ତା ଦେଖାଇଥିଲେ । ଉନାଦକଟ ଶୈରୀଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । ଏହା ପରେ ପରବର୍ତ୍ତୀ ବଲରେ ଭୈବଭ ରାଭାଲ ଉନାଦକଟଙ୍କ ଶିକାର ହୋଇଥିଲେ । ଉନାଦକଟଙ୍କ ବଲରେ ରାଭାଲ ହାର୍ଭିକ ଦେଶାଇଙ୍କୁ କ୍ୟାଚ୍ ଦେଇ ବସିଥିଲେ । ଗତ ମ୍ୟାଚରେ ତାମିଲନାଡୁ ବିପକ୍ଷରେ ରାଭାଲ ଅପରାଜିତ ୯୫ ରନ୍ କରିଥିଲେ । ଏହା ପରେ ଉନାଦକଟ ଦିଲ୍ଲୀର ଅଧିନାୟକ ୟଶ ଢୁଲଙ୍କୁ ଶିକାର କରି ନିଜର ହ୍ୟାଟ୍ରିକ୍ ସମାପ୍ତ କରିଥିଲେ । ୟଶ ଢୁଲଙ୍କୁ ଉନାଦକଟ୍ LBW କରିଥିଲା । ଜୟଦେବ ଉନାଦକଟ୍ ଇନିଂସର ପ୍ରଥମ ଓଭରରେ ସମସ୍ତ ତିନୋଟି ୱିକେଟ୍ ନେଇଥିଲେ । ସମସ୍ତ ତିନୋଟି ବ୍ୟାଟ୍ସମ୍ୟାନ୍ ଶୂନ୍ୟରେ ଆଉଟ୍ ହୋଇଥିଲେ ।

ଅଧିକ ପଢ଼ନ୍ତୁ:-ଲୋକସଭା ନିର୍ବାଚନର ଦେଢ଼ ବର୍ଷ ପୂର୍ବରୁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ୮୧ କୋଟିରୁ ଅଧିକ ଲୋକଙ୍କୁ ମିଳିବ ମାଗଣାରେ ଏହି ଜିନିଷ

ଅଧିକ ପଢ଼ନ୍ତୁ:-ରାହୁଲ ଦ୍ରାବିଡଙ୍କ ବିଦାୟ ପରେ ଏହି ଭେଟେରାନ ହେବେ ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ! ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଅପଡେଟ୍

ଅଧିକ ପଢ଼ନ୍ତୁ:-ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜକୀୟ ଅତିଥି ହେବେ ଓଡ଼ିଶାର ମାଝୀ ଦମ୍ପତି, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପରଷିବେ ଆଦିବାସୀ ଖାଦ୍ୟ

 

ରଣଜୀ ଟ୍ରଫିର ପ୍ରଥମ ଓଭରରେ ହ୍ୟାଟ୍ରିକ୍ ନେଇଥିବା ଜୟଦେବ ଉନାଦକଟ୍ ପ୍ରଥମ ବୋଲର ହୋଇଛନ୍ତି । ଏଥି ସହିତ ଟେଷ୍ଟ କ୍ରିକେଟର ପ୍ରଥମ ବୋଲର ଭାବେ ଇରଫାନ ପଠାନ ପ୍ରଥମ ଓଭରରେ ହ୍ୟାଟ୍ରିକ୍ ନେଇଥିଲେ । ଏଠାରେ କହି ରଖୁଛୁ ଯେ ବାଂଲାଦେଶ ବିପକ୍ଷରେ ୧୨ ବର୍ଷ ପରେ ଜୟଦେବ ଉନାଦକଟ୍ ଭାରତୀୟ ଟେଷ୍ଟ ଦଳକୁ ଫେରିଥିଲେ । ୨୦୧୦ରେ ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଉନାଦକଟ୍ ତାଙ୍କର ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଓ ସେ ଏହି ଟେଷ୍ଟରେ କୌଣସି ୱିକେଟ୍ ପାଇନଥିଲେ । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ ପାଇଁ ପଡ଼ିଆରେ ଅବତରଣ କରିବା ମାତ୍ରେ ଜୟଦେବ ଉନାଦକଟ ଏକ ନିଆରା ରେକର୍ଡ ସୃଷ୍ଟି କରିଥିଲେ । ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟରେ ଉନାଦକଟ୍ ଭାରତ ପାଇଁ ୧୧୮ ଟେଷ୍ଟ ଖେଳି ନାହାଁନ୍ତି, ଯାହାକି ଭାରତ ପାଇଁ ଜଣେ ଖେଳାଳିଙ୍କ ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟରେ ଦୀର୍ଘତମ ବ୍ୟବଧାନ ରହିଛି ।