Hardik Pandya: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଶକ୍ତ ଝଟକା ! ଆଇପିଏଲରୁ ଆଉଟ୍ ହେବେ କି ହାର୍ଦ୍ଦିକ ପାଣ୍ଡ୍ୟା?
Advertisement
Article Detail0/zeeodisha/odisha2025372

Hardik Pandya: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଶକ୍ତ ଝଟକା ! ଆଇପିଏଲରୁ ଆଉଟ୍ ହେବେ କି ହାର୍ଦ୍ଦିକ ପାଣ୍ଡ୍ୟା?

IPL 2024: ଗୋଡରେ ଆଘାତ ଲାଗିବା ପରଠୁ ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ନିଜର କେୟାର ନେଉଥିବା ଜଣାପଡିଛି । ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ବର୍ତ୍ତମାନ ଏହା ଚର୍ଚ୍ଚା ହେଉଛି ଯେ, ଆଇପିଏଲ୍ ୨୦୨୪ରେ ବୋଧହୁଏ ସେ ଅଂଶଗ୍ରହଣ କରିବେ ନାହିଁ ।

Hardik Pandya: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଶକ୍ତ ଝଟକା ! ଆଇପିଏଲରୁ ଆଉଟ୍ ହେବେ କି ହାର୍ଦ୍ଦିକ ପାଣ୍ଡ୍ୟା?

Cricket News: ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବିଭିନ୍ନ ପ୍ରକାରର ଖବର ପରିବେଶଣ କରାଯାଉଛି । ୨୦୨୪ ଆଇପିଏଲ ପାଇଁ କିଛିଦିନ ତଳେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ୱାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ । ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଯାହା ଖବର ଆସୁଛି ସେ ଆଇପିଏଲ ୨୦୨୪ରୁ ବାହାର ହୋଇପାରନ୍ତି । ତେବେ ଆଇପିଏଲ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ଭାରତୀୟ ଦଳ ଖେଳିବାକୁ ଥିବା ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଅଂଶଗ୍ରହଣ ନକରିବାର ଏକ ରିପୋର୍ଟକୁ ନେଇ ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜ ଏକ ଖବର ପ୍ରକାଶ କରିଛି । ଯାହା ଖବର ମିଳିଛି ହାର୍ଦ୍ଦିକ ୨୦୨୪ ପୂର୍ବରୁ ଆଇପିଏଲରୁ ଆଉଟ୍ ହୋଇପାରନ୍ତି ।

ପିଟିଆଇ ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ କାରଣରୁ ସେ ଆଇପିଏଲ ୨୪ରେ ହୁଏତ ଅଂଶଗ୍ରହଣ କରିନପାରନ୍ତି । ଯଦି ହାର୍ଦ୍ଦିକ ପାଣ୍ଡ୍ୟା (hardik pandya) ଆଇପିଏଲରେ ନଖେଳିବେ ତେବେ ତାହା ମୁମ୍ୱାଇ ଇଣ୍ଡିଆନ୍ସ ପାଇଁ ଏକ ଝଟକା ଲାଗିପାରେ । କାରଣ ମୁମ୍ୱାଇ ଇଣ୍ଡିଆନ୍ସ ତାଙ୍କୁ ପ୍ରଥମେ କିଣିଥିଲା । ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକଙ୍କୁ ଅଧିନାୟକର ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ଏ ବିଷୟରେ ପ୍ରତିକ୍ରିୟା ଦେଇନାହାନ୍ତି । ବିସିସିଆଇ ମଧ୍ୟ ଏନେଇ ଅଫିସିଆଲ ଭାବରେ କୌଣସି ସୂଚନା ଦେଇନାହିଁ ।

ଆପଣଙ୍କୁ କହିରଖୁଛୁ ଯେ, ODI ବିଶ୍ୱକପ ୨୦୨୩ ଖେଳ ସମୟରେ ହାର୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ । ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ହାର୍ଦ୍ଦିକଙ୍କ ପାଦ ଗୋଇଠିରେ ଆଘାତ ଲାଗିଥିଲା । ସେହିକାରଣରୁ ହାର୍ଦ୍ଦିକ ବିଶ୍ରାମ ନେଉଥିଲେ । କିନ୍ତୁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇପାରି ନାହିଁ । କଥା ଉଠୁଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଆଗାମି ଆଇପିଏଲ ଖେଳିବାକୁ ସକ୍ଷମ ହେବେ କି ନାହିଁ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ।

ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ କ୍ୟାରିୟରରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୩ଟି ଆଇପିଏଲ୍ ମ୍ୟାଚ୍ ଖେଳିସାରିଛନ୍ତି। ସମସ୍ତ ମ୍ୟାଚକୁ ମିଶାଇଲେ ସେ ୧୧୫ ଇନିଂସରେ ବ୍ୟାଟିଂ କରି ହାରାହାରି ୩୦.୩୮ ଏବଂ ଷ୍ଟ୍ରାଇକ୍ ରେଟ୍ ୧୪୫.୮୬ରେ ମୋଟ ୨୩୦୯ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି । ଆଇପିଏଲରେ ସେ ମୋଟ ୧୦ଟି ଶତକ ହାସଲ କରିଥିବା ରେକର୍ଡ ରହିଛି । ଏହା ବ୍ୟତୀତ ସେ, ହାରାହାରି ୩୩.୨୬ ରେ ବୋଲିଂରେ ୫୩ ୱିକେଟ୍ ନେବାରେ ସକ୍ଷମ ହୋଇଛନ୍ତି । ନିଜର ନିଆରା ବ୍ୟକ୍ତିତ୍ୱ ଏବଂ ପ୍ରଦର୍ଶନ ପାଇଁ ହାର୍ଦ୍ଦିକ କ୍ରିକେଟପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି ।

Also Read- Sukma naxal encounter: ଛତିଶଗଡର ସୁକମାରେ ଏନକାଉଣ୍ଟର, ୪ ନକ୍ସଲ ମୃତ ସୂଚନା

Also Read- Year Ender 2023: ଏହି ବର୍ଷ ଧମାଲ ମଚାଇଥିଲା ଏହି ୪ଟି ସ୍ମାର୍ଟଫୋନ, ଦାମ ୧୫ହଜାରରୁ କମ