Cricket News: ନସିମ ଶାହାଙ୍କ ବଲରେ କିପରି ବ୍ୟାଟିଂ କରିଥିଲେ ରହମାନୁଲ୍ଲା ଗୁରୁବାଜ?
Advertisement

Cricket News: ନସିମ ଶାହାଙ୍କ ବଲରେ କିପରି ବ୍ୟାଟିଂ କରିଥିଲେ ରହମାନୁଲ୍ଲା ଗୁରୁବାଜ?

PAK vs AFG 2nd T20: ପ୍ରଥମ ଟି-୨୦ ମୁକାବିଲାରେ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିବା ପରେ ଆଫଗାନିସ୍ତାନ ପାକିସ୍ତାନ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ବିଜୟ ପଞ୍ଜିକରଣ କରିଥିଲା। ହେଲେ ଦ୍ୱିତୀୟ ଟି-୨୦ ମ୍ୟାଚ ଜିତିବା ଏବଂ ଏହି ସିରିଜ କବଜା କରିବା ଆଫଗାନିସ୍ତାନ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ରହିଥିଲା। 

Cricket News: ନସିମ ଶାହାଙ୍କ ବଲରେ କିପରି ବ୍ୟାଟିଂ କରିଥିଲେ ରହମାନୁଲ୍ଲା ଗୁରୁବାଜ?

Pakistan vs Afghanistan T20 Match: ସଂଯୁକ୍ତ ଆରବ ଅମିରାତସ୍ଥିତ ଶାରଜାହ ଷ୍ଟାଡିୟମ ଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମୁକାବିଲାରେ ଆଫଗାନିସ୍ତାନ ପୁଣିଥରେ ପାକିସ୍ତାନକୁ ୭ ୱିକେଟ ବ୍ୟବଧାନରେ ପରାସ୍ତ କରିଛି। ଏହି ଟି-୨୦ ଶୃଙ୍ଖଳାରେ ଆଫଗାନିସ୍ତାନ ପାକିସ୍ତାନ ବିରୋଧରେ ପ୍ରଥମ ସିରିଜ ବିଜୟ ହାସଲ କରିଛି। ୧୩୧ ରନ ବିଜୟ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ୭ ୱିକେଟ ଏବଂ ଗୋଟିଏ ବଲ ବାକି ଥାଇ ମ୍ୟାଚ ଜିତିନେଇଛି। ଏହା ପୂର୍ବରୁ ଇମାଦ୍ ୱାସିମ ଏବଂ ଶାଦବ ଖାନଙ୍କ ଟପ୍ ଇନିଂସ ପାକିସ୍ତାନକୁ ୨୦ ଓଭରରେ ୬ ୱିକେଟ ହରାଇ ୧୩୦ ରନ୍ ସଂଗ୍ରହ କରିବାରେ ସହାୟକ ହୋଇଥିଲା। 

ବ୍ୟାଟିଂ କରିବାର ବିକଳ୍ପ ଚୟନ କରିବା ପରେ ପାକିସ୍ତାନ (Pakistan) ଦଳକୁ ସୟମ ଆୟୁବ (Saim Ayub) ଆଉଟ ହେବା ପରେ ପାରମ୍ଭିକ ଝଟକା ଲାଗିଥିଲା। ଆଫଗାନିସ୍ତାନ (Afghanistan) ବୋଲର ଫଜଲହକ ଫାରୁକିଙ୍କ (Fazalhaq Farooqi) ବୋଲିଂ ଶୀକାର ହୋଇଥିଲେ ସମୟ ଆୟୁବ। ଏହା ପରେ ସେ ପରବର୍ତ୍ତୀ ବଲରେ ଅବଦୁଲ୍ଲା ଶଫିକଙ୍କ (Abdullah Shafique) ୱିକେଟ ନେଇ ଆଫଗାନିସ୍ତାନ ଦଳର ଦମଦାର ପାଳି ଆରମ୍ଭ କରିଥିଲେ ଫଜଲହକ ଫାରୁକି।  

ପ୍ରଥମ ଟି-୨୦ ମୁକାବିଲାରେ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିବା ପରେ ଆଫଗାନିସ୍ତାନ ପାକିସ୍ତାନ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ବିଜୟ ପଞ୍ଜିକରଣ କରିଥିଲା। ହେଲେ ଦ୍ୱିତୀୟ ଟି-୨୦ ମ୍ୟାଚ ଜିତିବା ଏବଂ ଏହି ସିରିଜ (Pakistan vs Afghanistan T20 Series) କବଜା କରିବା ଆଫଗାନିସ୍ତାନ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ରହିଥିଲା। ଆଫଗାନିସ୍ତାନ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ରହମାନୁଲ୍ଲା ଗୁରୁବାଜ (Rahmanullah Gurbaz) ଏବଂ ଉସମାନ ଘାନି (Usman Ghani) ଦଳୀୟ ଇନିଂସ ଆରମ୍ଭ କରିଥିଲେ।

ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ କିପରି ଯଥାଶୀଘ୍ର ଶେଷ କରିହେବ, ତାହା ଆଫଗାନିସ୍ତାନ ଦଳ ପୂର୍ବରୁ ସ୍ଥିର କରି ସାରିଥିଲା। ପ୍ରଥମ ଓଭରରେ ବୋଲିଂ କରିବାକୁ ଆସିଥିଲେ ପାକିସ୍ତାନୀ ବୋଲର ନାସିମ ଶାହା। ତାଙ୍କର ବୋଲିଂ ସ୍ପୀଡ ହେଉଛି ଘଣ୍ଟା ପ୍ରତି ୧୫୦ କିଲୋମିଟର। ନିଜର ପ୍ରଥମ ଓଭରର ତୃତୀୟ ବଲରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରହମାନୁଲ୍ଲା ଗୁରୁବାଜ ଏପରି ବ୍ୟାଟିଂ କରିଥିଲେ, ଯେପରି କ୍ରିକେଟ ବଲ୍ ତାଙ୍କୁ ଫୁଟବଲ୍ ଭଳି ଦେଖାଯାଇଥିଲା। ବଲ ବ୍ୟାଟ୍ ପାଖକୁ ଆସିବା କ୍ଷଣି ଷ୍ଟାଡିୟମ ବାହାରକୁ ଉଡ଼ି ଯାଇଥିଲା। ନିଜର ଇନିଂସ ସମୟରେ ରହମାନୁଲ୍ଲା ଗୁରୁବାଜ ୪୯ ବଲ ଖେଳି ୪୪ ରନ ସ୍କୋର କରି ଆଫଗାନିସ୍ତାନର ବିଜୟ ପାଇଁ ମୂଳଦୂଆ ରଖିଥିଲେ।