Advertisement
photoDetails0hindi

Ind Vs Nz: ୧୨ଟି ମ୍ୟାଚ୍ ବ୍ୟାନ ହେବାରୁ ଅଳ୍ପକେ ବର୍ତ୍ତିଗଲେ ଟିମ୍ ଇଣ୍ଡିଆର ଏହି ବ୍ୟାଟ୍ସମ୍ୟାନ୍, କରିଥିଲେ 'ଚିଟିଙ୍ଗ'

India Vs New Zealand: ଟିମ୍ ଇଣ୍ଡିଆର ୱିକେଟ୍ କିପର ଇଶାନ୍ କିଶନ ପ୍ରଥମ ଦିନିକିଆରେ ଟମ୍ ଲାଥାମଙ୍କ ବିପକ୍ଷରେ ହିଟ୍ ୱିକେଟ୍ ପାଇଁ ଅପିଲ କରିଥିଲେ କିନ୍ତୁ ସେ ନିଜ ହାତରେ ଷ୍ଟମ୍ପରୁ ବେଲ୍ ଗଳାଇ ପକାଇଥିଲେ ।

1/5

India Vs New Zealand: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତ ଏକ ବଡ଼ ଅଗ୍ରଣୀ ହାସଲ କରିଛି । ହାଇଦ୍ରାବାଦ ପରେ ଟିମ୍ ଇଣ୍ଡିଆ ମଧ୍ୟ ରାୟପୁରରେ ମ୍ୟାଚ ଜିତି ଦିନିକିଆ ସିରିଜ୍ ହାତେଇଥିଲା । ତେବେ ଏକଦିବସୀୟ ସିରିଜର ଏହି ବିଜୟ ସହ ଟିମ୍ ଇଣ୍ଡିଆର ୱିକେଟ୍ କିପର ଇଶାନ କିଶାନ ଅଳ୍ପକେ ବ୍ୟାନ ହେବାରୁ ବଞ୍ଚି ଯାଇଛନ୍ତି । ଏହି ସିରିଜର ପ୍ରଥମ ମ୍ୟାଚରେ ଇଶାନ କିଶାନ ଏକ ଏପରି ଭୁଲ କରିଥିଲେ, ଯାହା ପାଇଁ ତାଙ୍କୁ ଚାରିଟି ମ୍ୟାଚ ପାଇଁ ବ୍ୟାନ୍ କରାଯାଇ ପାରିଥାନ୍ତା ।

2/5

ବାସ୍ତବରେ, ଇଶାନ୍ କିଶନ ପ୍ରଥମ ଦିନିକିଆ ମ୍ୟାଚରେ ଟମ୍ ଲାଥାମଙ୍କ ବିପକ୍ଷରେ ହିଟ୍ ୱିକେଟର ଏକ ଅପିଲ କରିଥିଲେ । ରିପ୍ଲେରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା ଯେ କିଶାନ ନିଜେ ବେଲ ଖସାଇ ପକାଇ ଥିଲେ, ତଥାପି ସେ ହିଟ୍ ୱିକେଟ୍ ପାଇଁ ଅମ୍ପାୟାରଙ୍କ ପାଖରେ ଅପିଲ କରିଥିଲେ ।

3/5

ଇଶାନ କିଶାନଙ୍କ ବିରୋଧରେ ଯଦି ଅମ୍ପାୟାର ମ୍ୟାଚ୍ ରେଫରିଙ୍କ ନିକଟରେ ଅଭିଯୋଗ କରିଥାନ୍ତେ, ତେବେ ଏହି ଖେଳାଳି ଅସୁବିଧାରେ ପଡ଼ିଥାନ୍ତେ । ଆଇସିସି ଆଚରଣ ସଂହିତା ଲେଭେଲ-୩ ଉଲ୍ଲଂଘନ କରି ଇଶାନ କିଶାନ ଦୋଷୀ ସାବ୍ୟସ୍ତ ହୋଇଥାନ୍ତି । ଯେଉଁଥିପାଇଁ ତାଙ୍କୁ ୪ରୁ ୧୨ ଦିନିକି କିମ୍ବା ଟି-୨୦ ମ୍ୟାଚ୍ ବ୍ୟାନ କରାଯାଇପାରିଥାନ୍ତା ।

4/5

ଏହି ମ୍ୟାଚ୍ ପରେ ମ୍ୟାଚ୍ ରେଫରି ଜଭଗଲ ଶ୍ରୀନଥ ମଧ୍ୟ ଇଶାନ କିଶନଙ୍କ ସହ ଆଲୋଚନା କରିଥିଲେ । ସେଠାରେ କ୍ୟାପଟେନ ରୋହିତ ଶର୍ମା ଓ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଅମ୍ପାୟାରମାନେ ଅଭିଯୋଗ କରିନଥିଲେ, ତେଣୁ ଇଶାନ କିଶାନ ଅଳ୍ପକେ ବର୍ତ୍ତୀ ଯାଇଥିଲେ ।

5/5

କହିରଖୁଛୁ ଯେ ଇଶାନ କିଶନ ସବୁକିଛି ମଜାଳିଆ ଢଙ୍ଗରେ କରିଥିଲେ, କିନ୍ତୁ ଆନ୍ତର୍ଜାତୀୟ ମ୍ୟାଚରେ ଏହି ପ୍ରକାର ମଜାକ ବହୁତ ଭାରୀ ପଡିପାରେ । ନିକଟରେ, ଇଶାନ କିଶାନ ବାଙ୍ଗଲାଦେଶ ବିରୁଦ୍ଧରେ ଏକ ଦ୍ୱିଶତକ ସ୍କୋର କରି ନିଜର ପ୍ରତିଭା ପ୍ରମାଣ କରିଥିଲେ ।