IND vs BAN: ବାଂଲାଦେଶ ବିପକ୍ଷରେ ପରାଜୟ ପରେ ରାହୁଲ ଦ୍ରାବିଡ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ
Advertisement

IND vs BAN: ବାଂଲାଦେଶ ବିପକ୍ଷରେ ପରାଜୟ ପରେ ରାହୁଲ ଦ୍ରାବିଡ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

IND vs BAN: ସିରିଜର ପ୍ରଥମ ଓ ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ୨-୦ରେ ପଛୁଆ ରହିଛି । ଏହାସହ ବାଂଲାଦେଶ ଦଳ ଏହି ସିରିଜକୁ ଜିତି ନେଇଛି । 

IND vs BAN: ବାଂଲାଦେଶ ବିପକ୍ଷରେ ପରାଜୟ ପରେ ରାହୁଲ ଦ୍ରାବିଡ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

Rahul Dravid On India vs Bangladesh 2nd ODI: ଭାରତୀୟ ଦଳ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛି । ଏଠାରେ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷରେ ପ୍ରଥମେ ଏକଦିବସୀୟ ସିରିଜ (IND vs BAN ODI Series) ଖେଳୁଛି । ଏହି ସିରିଜର ପ୍ରଥମ ଓ ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳ (Indian Team) କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ (Team India) ୨-୦ରେ ପଛୁଆ ରହିଛି । ଏହାସହ ବାଂଲାଦେଶ ଦଳ (Bangladesh Team) ଏହି ସିରିଜକୁ ଜିତି ନେଇଛି । ଭାରତୀୟ ଦଳକୁ ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ୧ ୱିକେଟରେ ପରାସ୍ତ ହେବାକୁ ପଡ଼ିଥିଲା । ସେହିପରି ଦ୍ୱିତୀୟ ଦିନିକିଆରେ ମଧ୍ୟ ଏକ ରୋମାଞ୍ଚକର ମ୍ୟାଚରେ ଟିମ୍ ଇଣ୍ଡିଆକୁ ୫ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଏହି ପରାଜୟ ପରେ ଟିମ୍ ଇଣ୍ଡିଆର କୋଚ୍ (Team India Coach) ରାହୁଲ ଦ୍ରାବିଡ଼ (Rahul Dravid) ଏକ ବଡ଼ ବୟାନ ଦେଇଛନ୍ତି । ରାହୁଲ ଦ୍ରାବିଡ ଆଗାମୀ ରଣନୀତି ବିଷୟରେ କହିଛନ୍ତି ।

ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦ୍ରାବିଡ (Rahul Dravid) କହିଛନ୍ତି ଯେ, "ଆମ ଦୃଷ୍ଟିକୋଣରୁ ଦେଖିବା ତ ଖେଳିବା ଏତେ ସହଜ ନଥିଲା । ଆମ ପାଖରେ ପୂରା ଦଳ ନଥିଲା । ଆମେ ଆଶା କରୁଛୁ ଜାନୁଆରୀରୁ ଆମେ ଘରୋଇ ସିରିଜରେ ଖେଳିବା ପାଇଁ ପୂରା ଦଳ ପାଇବୁ, କିନ୍ତୁ ଏହା ଆଘାତ ଉପରେ ନିର୍ଭର କରିବ । ଆଇପିଏଲ୍ ପୂର୍ବରୁ ଆମକୁ ୯ଟି ଦିନିକିଆ ଖେଳିବାକୁ ପଡିବ (ଏଗୁଡ଼ିକ ହେଲା -ତ୩ଟି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ, ୩ଟି ଶ୍ରୀଲଙ୍କା ବିପକ୍ଷରେ ଏବଂ ୩ଟି ଅଷ୍ଟ୍ରେଲିଆ ବିପକ୍ଷରେ) ଏବଂ ଏହି ମ୍ୟାଚ୍ ପାଇଁ ଆମେ ଏକ ସ୍ଥିର ଦଳ ପାଇବୁ ବୋଲି ଆଶା କରୁଛୁ ।"

ସେ (Rahul Dravid) ଆଗକୁ କହିଛନ୍ତି ଯେ, "ଗତ ୨ ବର୍ଷ ମଧ୍ୟରେ ଆମେ ଟି-20କୁ ଅଧିକ ପ୍ରାଧାନ୍ୟ ଦେଉଥିଲୁ, କାରଣ ଦୁଇଟି ବିଶ୍ୱକପ ଖେଳିବାର ଥିଲା । ଆଗାମୀ ୮-୧୦ ମାସ ମଧ୍ୟରେ ଆମର ପ୍ରାଥମିକତା ODI କ୍ରିକେଟ୍ ଉପରେ ରହିବ । ଫର୍ମାଟଗୁଡିକ ସହିତ ଖାପ ଖୁଆଇବା ଏତେ ସହଜ ନୁହେଁ । ଆମର ଧଳା ବଲର ବିଶେଷଜ୍ଞଙ୍କୁ କିଛି ବିଶ୍ରାମ ମିଳିବ କାରଣ ଟେଷ୍ଟ ମ୍ୟାଚ୍ ଖେଳା ଯିବାର ଅଛି ।

ଏହା ବି ପଢ଼ନ୍ତୁ:-ସିରିଜ୍ ହାରିବା ପରେ ଏସବୁ ଖେଳାଳିଙ୍କ ଉପରେ ବର୍ଷିଲେ ରୋହିତ ଶର୍ମା, ପରାଜୟ ପାଇଁ କଲେ ଦାୟୀ

ଏହା ବି ପଢ଼ନ୍ତୁ:-ଏହି ୪ଟି ଦଳ ମଧ୍ୟରୁ ଗୋଟିଏ ଦଳ ଜିତିବ ଫିଫା ବିଶ୍ୱକପ ୨୦୨୨, ଲିଓନେଲ ମେସି କଲେ ବଡ଼ ଭବିଷ୍ୟବାଣୀ

ଏହା ବି ପଢ଼ନ୍ତୁ:-ଲାଇଭ ମ୍ୟାଚରେ ରାଗିପାଚି ଲାଲ ହେଲେ ପାକିସ୍ତାନୀ କ୍ରିକେଟର, ଦର୍ଶକଙ୍କୁ ପିଟିବାକୁ ଦୌଡ଼ିଲେ; ଦେଖନ୍ତୁ ଭିଡିଓ

ଏଠାରେ କହି ରଖୁଛୁ ଯେ, ବାଂଲାଦେଶ ଗସ୍ତ ପୂର୍ବରୁ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲା । ଏଠାରେ ଭାରତୀ ଦଳ ଶିଖର ଧାୱନଙ୍କ ଅଧିନାୟକତ୍ୱରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧-୦ରେ ସିରିଜ ହାରି ଥିଲା । ବର୍ତ୍ତମାନ ଭାରତୀୟ ଦଳ ମଧ୍ୟ ବାଂଲାଦେଶ ବିପକ୍ଷ ସିରିଜରେ ୨-୦ ପଛରେ ରହିଛି ଅର୍ଥାତ ଟିମ୍ ଇଣ୍ଡିଆକୁ ଏଠାରେ ବି ସିରିଜ ହାରିବାକୁ ପଡ଼ିଛି । ବିଗତ କିଛି ସମୟ ଧରି ଭାରତର ODI ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି ।  ଉଭୟ ଗସ୍ତରେ ଅଲଗା ଅଲଗା ଦଳକୁ ମଇଦାନରେ ଓହ୍ଲାଯାଇଥିଲା । ୨୦୨୩ରେ ODI ବିଶ୍ୱକପ୍ ଭାରତରେ ଅନୁଷ୍ଠିତ ହେବ । ଏଥିପାଇଁ ଟିମ୍ ଇଣ୍ଡିଆ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିବ ।