IPL 2023: ବାଙ୍ଗାଲୋରରେ ମାହି ରାଜ! ରୋମଞ୍ଚକ ମ୍ୟାଚରେ RCB କୁ ପରାସ୍ତ କଲା CSK
Advertisement

IPL 2023: ବାଙ୍ଗାଲୋରରେ ମାହି ରାଜ! ରୋମଞ୍ଚକ ମ୍ୟାଚରେ RCB କୁ ପରାସ୍ତ କଲା CSK

RCB vs CSK Match Highlights:  ସୋମବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଚେନ୍ନାଇ ବାଙ୍ଗାଲୋରକୁ ୮ ରନ୍ ବ୍ୟବଧାନରେ ପାରାସ୍ତ କରିଛି। 

IPL 2023: ବାଙ୍ଗାଲୋରରେ ମାହି ରାଜ! ରୋମଞ୍ଚକ ମ୍ୟାଚରେ RCB କୁ ପରାସ୍ତ କଲା CSK

RCB vs CSK Match Result: ଚଳିତ ଆଇପିଏଲ ସଂସ୍କରଣର ୨୪ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍, ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ୮ ରନ୍ ବ୍ୟବଧାନରେ ପରାସ୍ତ କରିଛି। ଆରସିବି ଟିମ୍ ଘରୋଇ ଗ୍ରାଉଣ୍ଡ କୁହାଯାଉଥିବା ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମ ଠାରେ ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ମୁକାବିଲାରେ ବାଙ୍ଗାଲୋରକୁ ପରାସ୍ତ କରିଥିଲା ଚେନ୍ନାଇ। ଆରସିବି ଅଧିନାୟକ ଫାଫ୍ ଡ୍ୟୁ ପ୍ଲେସିସ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୨୬ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଆରସିବି ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ୨୧୮ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା। 

ସୋମବାର ଅନୁଷ୍ଠିତ ହୋଇଥିବା ରୋମାଞ୍ଚକର ମୁକାବିଲାରେ ଚେନ୍ନାଇ, ବାଙ୍ଗାଲୋରକୁ ୮ ରନ ବ୍ୟବଧାନରେ ପରାସ୍ତ କରିଛି। ଏହା ହେଉଛି ଚଳିତ ଆଇପିଏଲ ସଂସ୍କରଣରେ ଚେନ୍ନାଇ ଦଳର ତୃତୀୟ ବିଜୟ। ଚେନ୍ନାଇ ସୁପର କିଙ୍ଗ୍ସ ବର୍ତ୍ତମାନ ପାଞ୍ଚଟି ମ୍ୟାଚ ଖେଳି ୬ ପଏଣ୍ଟ ପାଇଛି। ଅନ୍ୟପଟେ ଏହା ହେଉଛି ବାଙ୍ଗାଲୋର ଦଳର ତୃତୀୟ ପରାଜୟ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏ ପର୍ଯ୍ୟନ୍ତ ୪ ପଏଣ୍ଟ ହାସଲ କରିଛି। ପଏଣ୍ଟ ତାଲିକାରେ ଚେନ୍ନାଇ ତୃତୀୟ ସ୍ଥାନରେ ପହଞ୍ଚିଛି। ଏଥିସହିତ ଆରସିବି ସପ୍ତମ ସ୍ଥାନରେ ରହିଛି। ସୋମବାର ଅନୁଷ୍ଠିତ ହୋଇଥିବା ମ୍ୟାଚ ଜିତିବା ପାଇଁ ଆରସିବି ଲାଗି ଶେଷ ଓଭରରେ ୧୯ ରନ୍ ଆବଶ୍ୟକ କରିଥିଲା। ଦଳକୁ ସୁୟଶ ପ୍ରଭୁଦେସାଇ ଏବଂ ବାନିନ୍ଦୁ ହାସରାଙ୍ଗା ଦଳକୁ ଜିତି ପାରି ନଥିଲେ। ପ୍ରଭୁଦେସାଇ ଛକା ମାରି ଆଶା ବଢାଇ ଦେଇଥିଲେ। ହେଲେ ସେ ହସରଙ୍ଗାଙ୍କ ସହ ମାତ୍ର ୧୦ ରନ୍ ଯୋଡିପାରିଥିଲେ। ଏପରିକି ଶେଷ ବଲରେ ପ୍ରଭୁଦେସାଇ ଆଉଟ ହୋଇଯାଇଥିଲେ। 

ଆରସିବି ଅଧିନାୟକ ଫାଫ୍ ଡୁପ୍ଲେସିସ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇ ୨୦ ଓଭରରେ ୬ ୱିକେଟ୍ ନେଇ ୨୨୬ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଆରସିବି ୨୦ ଓଭରରେ ୮ ୱିକେଟ୍ ହରାଇ ୨୧୮ ରନ୍ ସଂଗ୍ରହ କରିଥିଲା। ଆରସିବି ପରବର୍ତ୍ତୀ ମୁକାବିଲାରେ ଅପ୍ରେଲ ୨୦ ତାରିଖରେ ମୋହାଲି ଠାରେ ପଞ୍ଜାବ କିଙ୍ଗସ ସହିତ ମୁହାଁମୁହିଁ ହେବ। ଅନ୍ୟପଟେ ଚେନ୍ନାଇ ଅପ୍ରଲ ୨୧ ତାରିଖରେ ଚେନ୍ନାଇ ଠାରେ ସନରାଇଜର୍ସ ହାଇଦ୍ରାବାଦ ସହ ମୁହାଁମୁହିଁ ହେବ।

କାମ କରିନଥିଲା ବିରାଟ କୋହଲିଙ୍କ ବ୍ୟାଟ୍ 
ପ୍ରଥମ ଓଭରରେ ଚେନ୍ନାଇ ଦଳର ପ୍ରଭାବ ଖେଳାଳି ଆକାଶ ସିଂହଙ୍କୁ ଆରସିବି ଲାଗି ଏକ ବଡ଼ ଝଟକା ଦେଇଥିଲା। ଚାରି ରନ୍ କରିଥିବା ବିରାଟ କୋହଲିଙ୍କୁ ଆକାଶ ସିଂହ କ୍ଲିନ ବୋଲ୍ଡ କରି ଦେଇଥିଲେ। କୋହିଲଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ମହୀପାଲ ଲୋମର ମଧ୍ୟ ସେପରି କୌଣସି ପ୍ରଦର୍ଶନ ଦେଖାଇ ପାରିନଥିଲେ। ଖାତା ଖୋଲି ପାରିନଥିବା ମହୀପାଲ ଲୋମର ଦ୍ୱିତୀୟ ଓଭରରେ ତୁଷାର ଦେଶପାଣ୍ଡେଙ୍କ ଶିକାର ହୋଇଯାଇଥିଲେ।

ମ୍ୟାକ୍ସୱେଲ ଏବଂ ଡୁପ୍ଲେସିସ୍ ଖେଳିଥିଲେ ବଡ଼ ଇନିଂସ 
୧୫ ରନ୍ ରେ ଦଳ ଦୁଇଟି ୱିକେଟ୍ ହରାଇବା ପରେ ଆରସିବି ଅଧିନାୟକ ଫାଫ୍ ଡୁପ୍ଲେସିସ୍ ଏବଂ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଦ୍ରୁତ ରନ୍ ସ୍କୋର କରିଥିଲେ। ତୃତୀୟ ୱିକେଟ୍ ପାଇଁ ଉଭୟେ ୧୨୬ ରନ୍ ଭାଗିଦାରୀ କରିଥିଲେ। ୩୬ ବଲ ଖେଳି ୭୬ ରନ୍ ସ୍କୋର କରିବା ପରେ ମ୍ୟାକ୍ସୱେଲ ଆଉଟ ହୋଇଯାଇଥିଲେ। ତାଙ୍କ ପାଳିରେ ତିନୋଟି ଚୌକା ଏବଂ ଆଠଟି ଛକା ମାରିଥିଲେ। ୩୩ ବଲ ଖେଳି ୬୨ ରନ୍ ସ୍କୋର କରିବା ପରେ ଫାଫ ଡୁପ୍ଲେସିସ୍ ପ୍ୟାଭିଲିୟନ ଫେରିଯାଇଥିଲେ। ତାଙ୍କ ପାଳିରେ ପାଞ୍ଚଟି ଚୌକା ଏବଂ ଚାରୋଟି ଛକା ସାମିଲ ରହିଥିଲା। ଯେତେବେଳେ ଡୁପ୍ଲେସିସ୍ ଆଉଟ୍ ହୋଇଥିଲେ ସେତେବେଳେ ୧୪ ତମ ଓଭର ଚାଲିଥିବା ବାଙ୍ଗାଲୋରର ଦଳୀୟ ସ୍କୋର ୧୫୯ ରହିଥିଲା। ଏଠାରୁ ଦଳକୁ ଜିତିବା ପାଇଁ ୬ ଓଭରରେ ୬୮ ରନ୍ ସ୍କୋର କରିବାର ଆବଶ୍ୟକତା ଥିଲା। 

କାର୍ତ୍ତିକ-ଶାହାବାଜ ଦେଇ ପାରିନଥିଲେ ବିଜୟ
ଚାରିଟି ୱିକେଟ୍ ଖସିଯିବା ପରେ ଦୀନେଶ କାର୍ତ୍ତିକ ଏବଂ ଶାହାବାଜ ଅହମ୍ମଦ ସ୍ଥିତି ସମ୍ଭାଳିଥିଲେ। କାର୍ତ୍ତିକ ୧୪ ବଲ ଖେଳି ୨୮ ରନ୍ ସଂଗ୍ରହ କରିଥିଲେ। ଅନ୍ୟପଟେ ଶାହବାଜ ୧୦ ବଲ ଖେଳି ୧୨ ରନ ସ୍କୋର କରିବା ପରେ ପାଭିଲିୟନ ଫେରିଯାଇଥିଲେ। ଶେଷ ଓଭରରେ ସୁୟଶ ପ୍ରଭୁଦେସାଇ ୧୧ ବଲ ଖେଳି ୧୯ ରନ୍ ସଂଗ୍ରହ କରିଥିଲେ ମଧ୍ୟ ସେ ଦଳକୁ ଜିତାଇ ପାରିନଥିଲେ। ଚେନ୍ନାଇ ପାଇଁ ତୁଷାର ଦେଶପାଣ୍ଡେ ତିନୋଟି ଏବଂ ମାଥିଶା ପାଥିରାନା ଦୁଇଟି ୱିକେଟ୍ ନେଇଥିଲେ। ଆକାଶ ସିଂହ, ମହିଷ ତେକ୍ଷାନା ଏବଂ ମୋଇନ୍ ଅଲି ପ୍ରତ୍ୟେକ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ।