Shahid Afridi: ୪୫ ବର୍ଷୀୟ ଆଫ୍ରିଦି ପୁଣି ଥରେ ଫେରାଇ ନେବେ ନିଜ ରିଟାୟରମେଣ୍ଟ! ଏହି ଦଳ ପାଇଁ ମୈଦାନକୁ ଫେରିବେ
Advertisement

Shahid Afridi: ୪୫ ବର୍ଷୀୟ ଆଫ୍ରିଦି ପୁଣି ଥରେ ଫେରାଇ ନେବେ ନିଜ ରିଟାୟରମେଣ୍ଟ! ଏହି ଦଳ ପାଇଁ ମୈଦାନକୁ ଫେରିବେ

Shahid Afridi: ଶାହିଦ ଆଫ୍ରିଦି ୨୦୨୩ରେ ଅନୁଷ୍ଠିତ ହେବାକୁ ଥିବା PSLରେ ଖେଳିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଶାହିଦ ଆଫ୍ରିଦି PSL ର ଗତ ସିଜନରେ କ୍ୱେଟା ଗ୍ଲାଡିଏଟର୍ସ ପାଇଁ ଖେଳୁଥିବାର ନଜରକୁ ଆସିଥିଲେ । ଅବଶ୍ୟ ଶାହିଦ ଆଫ୍ରିଦିଙ୍କ ପିଠିରେ ଆଘାତ ଲାଗିଥିବାରୁ ସେ ପୂରା ସିଜିନ ଖେଳିପାରିନଥିଲେ । 

Shahid Afridi: ୪୫ ବର୍ଷୀୟ ଆଫ୍ରିଦି ପୁଣି ଥରେ ଫେରାଇ ନେବେ ନିଜ ରିଟାୟରମେଣ୍ଟ! ଏହି ଦଳ ପାଇଁ ମୈଦାନକୁ ଫେରିବେ

Shahid Afridi: ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର (Former Pakistani All Rounder) ଶାହିଦ ଆଫ୍ରିଦି (Shahid Afridi) ରିଟାୟରମେଣ୍ଟ ଫେରାଇ ନେବା ପ୍ରସଙ୍ଗରେ ମାଷ୍ଟର । ଶାହିଦ ଆଫ୍ରିଦି ଅନେକ ଥର ଅବସର ନେଇସାରିଛନ୍ତି । ବର୍ତ୍ତମାନ ପୁଣି ଥରେ ଶାହିଦ ଆଫ୍ରିଦି ୨୦୨୩ରେ ଅନୁଷ୍ଠିତ ହେବାକୁ ଥିବା PSL (PSL 2023) ରେ ଖେଳିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଶାହିଦ ଆଫ୍ରିଦି PSL ର ଗତ ସିଜନରେ କ୍ୱେଟା ଗ୍ଲାଡିଏଟର୍ସ (Quetta Gladiators) ପାଇଁ ଖେଳୁଥିବାର ନଜରକୁ ଆସିଥିଲେ । ଅବଶ୍ୟ ଶାହିଦ ଆଫ୍ରିଦିଙ୍କ ପିଠିରେ ଆଘାତ ଲାଗିଥିବାରୁ ସେ ପୂରା ସିଜିନ ଖେଳିପାରିନଥିଲେ । ଏକ ଟ୍ୱିଟ କରି ଶାହିଦ ଆଫ୍ରିଦି PSL ରୁ ବିଦାୟ ନେବା କଥା କହିଥିଲେ ।

ଶାହିଦ ଆଫ୍ରିଦି (Shahid Afridi) ଏବେ ପୁଣି ଥରେ PSL ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ସମୟରେ ଶାହିଦ ଆଫ୍ରିଦିଙ୍କର ବୟସ ୪୫ ବର୍ଷ ହେବ । ଶାହିଦ ଆଫ୍ରିଦି PSL ବିଷୟରେ କହିଛନ୍ତି, "ମୁଁ ଜାଣେ ନାହିଁ ମୁଁ କେଉଁଠାକୁ ଯିବି । ଯଦି କୌଣସି ଫ୍ରାଞ୍ଚାଇଜ୍ ଅଫର୍ କରେ, ମୁଁ ନିଶ୍ଚିତ ଯିବି । ମୁଁ କାମ କରିବି କାରଣ ଏହା ପାକିସ୍ତାନ ବିଷୟରେ ।" ଯେତେବେଳେ ଶାହିଦ ଆଫ୍ରିଦିଙ୍କୁ ପଚରାଯାଇଥିଲା ଯେ ତାଙ୍କୁ କେଉଁ ଦଳ ସହିତ PSL ରେ ଖେଳିବାରେ ସବୁଠାରୁ ମଜା ଆସିଛି । ଏହାର ଜବାବ ଦେଇ ଶାହିଦ ଆଫ୍ରିଦି କହିଛନ୍ତି ଯେ, "ପେଶୱାର ଜଲମି (Peshawar Zalmi) ଙ୍କ ସହ ଭଲ ସମୟ ବିତାଇଛି । ଆମର ଯୋଜନା ଥିଲା ଯୁବ ପ୍ରତିଭାମାନଙ୍କୁ ସୁଯୋଗ ଦେବା, ବିଶେଷକରି ଖୈବର ପାଖ୍ତୁନଖୱାର ଯୁବକମାନଙ୍କୁ ସୁଯୋଗ ଦେବା । ଏହା ବ୍ୟତୀତ ମୋର ମୁଲତାନ ସୁଲତାନ୍ସ (Multan Sultans) ସହ ବହୁତ ମଜା ଆସିଛି । ଭଲ ମାଲିକମାନଙ୍କ ସହିତ ଏକ ପ୍ରୋଫେଶନାଲ ଦଳ ଅଛି ।"

ଅଧିକ ପଢ଼ନ୍ତୁ:-ପୂରା ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ପାଣି ପିଆଉଥିବାର ନଜରକୁ ଆସିବେ ଟିମ୍ ଇଣ୍ଡିଆର ଏହି ୩ ଖେଳାଳି! ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା କଷ୍ଟକର

ଅଧିକ ପଢ଼ନ୍ତୁ:-ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟି-20 ମ୍ୟାଚ୍ କେବେ, କେଉଁଠାରେ ଏବଂ କେଉଁ ଚ୍ୟାନେଲରେ ଦେଖିପାରିବେ; ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ

ଅଧିକ ପଢ଼ନ୍ତୁ:-ଝିଅଙ୍କୁ ଆଦୌ ପସନ୍ଦ ହୋଇ ନଥାଏ ପୁଅଙ୍କର ଏହି ୫ଟି ଗୁଣ, ଦେଖିବା ମାତ୍ର ଦୂରକୁ ପଳାନ୍ତି

 

PSL 2023 ଆଗାମୀ ବର୍ଷ ଫେବୃଆରୀ ୯ରୁ ଆରମ୍ଭ ହେବ । ଏହା ଆଗାମୀ ବର୍ଷ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ଖେଳାଯିବ । ଶାହିଦ ଆଫ୍ରିଦି (Shahid Afridi) ଏପର୍ଯ୍ୟନ୍ତ PSL ରେ ମୋଟ ୬ଟି ଫ୍ରାଞ୍ଚାଇଜ୍ ପାଇଁ ଖେଳିଛନ୍ତି । ଏହା ବ୍ୟତୀତ ଶାହିଦ ଆଫ୍ରିଦି (Shahid Afridi) ପାକିସ୍ତାନ ଜୁନିଅର ଲିଗରେ ମର୍ଦାନ ୱାରିୟର୍ସ ପାଇଁ ମେଣ୍ଟର ଭୂମିକା ନିର୍ବାହ କରିଛନ୍ତି । ଶାହିଦ ଆଫ୍ରିଦି ୧୯୯୬ରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ । ଶାହିଦ ଆଫ୍ରିଦି ପାକିସ୍ତାନ ପାଇଁ ତିନୋଟି ଫର୍ମାଟ ଖେଳିଛନ୍ତି । ଶାହିଦ ତାଙ୍କ କ୍ୟାରିୟରରେ ୧୦,୦୦୦ରୁ ଅଧିକ ଅନ୍ତର୍ଜାତୀୟ ରନ୍ ସ୍କୋର କରିଛନ୍ତି । ଶାହିଦ ଆଫ୍ରିଦି ୪୮ଟି ଟେଷ୍ଟ ମ୍ୟାଚ୍, ୩୯୫ଟି ODI ଏବଂ ୯୮ଟି ଟି-20 ଅନ୍ତର୍ଜାତୀୟ ଖେଳିଛନ୍ତି ।