Saud Shakeel Made World Record: ମାତ୍ର ୭ଟି ଟେଷ୍ଟ ଖେଳି ଇତିହାସ ରଚିଲେ ଏହି ଖେଳାଳି, ପଛରେ ପଡ଼ିଲେ ସୁନୀଲ ଗାଭାସ୍କରଙ୍କ ଭଳି ବହୁ ଦିଗ୍ଗଜ
Advertisement
Article Detail0/zeeodisha/odisha1797338

Saud Shakeel Made World Record: ମାତ୍ର ୭ଟି ଟେଷ୍ଟ ଖେଳି ଇତିହାସ ରଚିଲେ ଏହି ଖେଳାଳି, ପଛରେ ପଡ଼ିଲେ ସୁନୀଲ ଗାଭାସ୍କରଙ୍କ ଭଳି ବହୁ ଦିଗ୍ଗଜ

ନୂଆଦିଲ୍ଲୀ: କଲମ୍ବୋରେ (Colombo) ପାକିସ୍ତାନ (Pakistan) ଏବଂ ଶ୍ରୀଲଙ୍କା (Srilanka) ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ସାଉଦ ଶକିଲ (Saud Shakeel) ଆଶ୍ଚର୍ଯ୍ୟଜନକ ଖେଳ ପ୍ରଦର୍ଶନ କରିଛନ୍ତି। ମ୍ୟାଚର ତୃତୀୟ ଦିନରେ ଶକିଲ (Shakeel) ୫୭ ରନ ସଂଗ୍ରହ କରି ପାକିସ୍ତାନ (Pakistan) ପାଇଁ ଇତିହାସ ସୃଷ୍ଟି କରିଥିଲେ।

Saud Shakeel Made World Record: ମାତ୍ର ୭ଟି ଟେଷ୍ଟ ଖେଳି ଇତିହାସ ରଚିଲେ ଏହି ଖେଳାଳି, ପଛରେ ପଡ଼ିଲେ ସୁନୀଲ ଗାଭାସ୍କରଙ୍କ ଭଳି ବହୁ ଦିଗ୍ଗଜ

Saud Shakeel Made World Record: ନୂଆଦିଲ୍ଲୀ: କଲମ୍ବୋରେ (Colombo) ପାକିସ୍ତାନ (Pakistan) ଏବଂ ଶ୍ରୀଲଙ୍କା (Srilanka) ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ସାଉଦ ଶକିଲ (Saud Shakeel) ଆଶ୍ଚର୍ଯ୍ୟଜନକ ଖେଳ ପ୍ରଦର୍ଶନ କରିଛନ୍ତି। ମ୍ୟାଚର ତୃତୀୟ ଦିନରେ ଶକିଲ (Shakeel) ୫୭ ରନ ସଂଗ୍ରହ କରି ପାକିସ୍ତାନ (Pakistan) ପାଇଁ ଇତିହାସ ସୃଷ୍ଟି କରିଥିଲେ। ଏହି ଇନିଂସରେ ଅର୍ଦ୍ଧଶତକ ମାରିବା ସହିତ କ୍ରମାଗତ ଭାବେ କ୍ୟାରିୟରର ପ୍ରଥମ ୭ଟି ଟେଷ୍ଟର ପ୍ରତ୍ୟେକ ମ୍ୟାଚରେ ଅର୍ଦ୍ଧଶତକ ମାରିବାରେ ଶକିଲ (Shakeel) ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି। 

ଏହି ପ୍ରସଙ୍ଗରେ ସେ ଅନେକ ଭେଟେରାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଟିମ୍ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର (Sunil Gavaskar), ୱେଷ୍ଟଇଣ୍ଡିଜ୍ (West Indies) ଭେଟେରାନ୍ ବେସିଲ୍ ବଚର୍ (Basil Butcher), ପାକିସ୍ତାନର ତାରକା ବ୍ୟାଟ୍ସମ୍ୟାନ୍ ସୟଦ ଅହମ୍ମଦ (Saeed Ahmed) ଏବଂ ବର୍ଟ ସଟକ୍ଲିଫଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ସମସ୍ତ ଭେଟେରାନମାନେ ସେମାନଙ୍କର ପ୍ରଥମ ୬ ଟେଷ୍ଟ ମ୍ୟାଚରେ ୫୦ କିମ୍ବା ଅଧିକ ରନ୍ ସ୍କୋର କରିଥିଲେ। ବର୍ତ୍ତମାନ କ୍ରମାଗତ ୭ଟି ମ୍ୟାଚରେ ଶକିଲ ୫୦ କିମ୍ବା ଅଧିକ ରନ୍ ସ୍କୋର କରିଛନ୍ତି।

 

ଏହା ପୂର୍ବରୁ ପ୍ରଥମ ଟେଷ୍ଟରେ ଦ୍ୱିଶତକ ମାରି ବହୁତ ବଡ଼ ଇତିହାସ ସୃଷ୍ଟି କରିଥିଲେ ସକିଲ। ଗାଲେରେ ଖେଳାଯାଇଥିବା ଏହି ସିରିଜର ପ୍ରଥମ ଟେଷ୍ଟରେ ସେ ଶ୍ରୀଲଙ୍କା ମାଟିରେ ଦ୍ୱିଶତକ ହାସଲ କରିଥିବା ପ୍ରଥମ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ସେ ୨୦୮ ରନ୍ ସ୍କୋର କରି ମହମ୍ମଦ ହାଫିଜ (୧୯୬) କୁ ପଛରେ ପକାଇ ଦେଇଛନ୍ତି।

ସକିଲଙ୍କର କ୍ୟାରିୟର 
ଗତ ବର୍ଷ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ପାଇଁ ସଉଦ ଶକିଲ ଅନ୍ତର୍ଜାତୀୟ ଟେଷ୍ଟରେ ପଦାର୍ପଣ କରିଥିଲେ। ସେ ପାକିସ୍ତାନ ପାଇଁ ୭ଟି ଟେଷ୍ଟ ଖେଳିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ ୮୭୫ ରନ୍ ବାହାରିଛି ଏହି ଖେଳାଳିଙ୍କ ବ୍ୟାଟିଂ ହାରାହାରି ହେଉଛି ୮୭.୫୦। ବିଶେଷ କଥା ହେଉଛି ସାଉଦ ଶକିଲ ତାଙ୍କ ଏହି ସ୍ୱଳ୍ପ ଦିନର କ୍ୟାରିୟରରେ ୨ଟି ଶତକ, ଗୋଟିଏ ଡବଲ ଶତକ, ଏବଂ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

Also Read: Gold Rate: ବହୁତ ଶସ୍ତା ହୋଇଗଲା ସୁନା, ୩୫ ହଜାର ଟଙ୍କା ତଳକୁ ଖସିଗଲା ଭରି ପିଛା ଦର

Also Read: ODI World Cup 2023: ଭାରତ ବନାମ ପାକିସ୍ତାନ ବିଶ୍ୱକପ୍ ମ୍ୟାଚକୁ ନେଇ ଆସିଲା ବଡ଼ ଖବର, ବଦଳିବ ତାରିଖ

Also Read: ଭାଇରାଲ ହେଉଛି ମହେନ୍ଦ୍ର ସିଂ ଧୋନିଙ୍କ ଜବ ଲେଟେର୍! ଜାଣନ୍ତୁ କ୍ୟାପଟେନ କୁଲଙ୍କ ମାସିକ ଦରମା