Cricket in Olympics : ବର୍ତ୍ତମାନ ଦେଶରେ ଦିନିକିଆ ବିଶ୍ୱକପର (ICC world cup 2023) ୧୩ ତମ ସଂସ୍କରଣ ଜାରି ରହିଛି । ଏହି କ୍ରିକେଟ୍ ମହାକୁମ୍ଭକୁ ନେଇ ସବୁଆଡ଼େ ଚର୍ଚ୍ଚା ଲାଗି ରହିଥିବା ବେଳେ ୩ ଦିନ ପୂର୍ବରୁ ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି (International Olympic Committee) ସଭାପତି ଥୋମାସ ବାଚ (Thomas Bach) ଅଲମ୍ପିକ୍ସରେ କ୍ରିକେଟ ପ୍ରବେଶ କରିବା ନେଇ ଘୋଷଣା କରିଥିଲେ ।
Trending Photos
Cricket in Olympics: ବର୍ତ୍ତମାନ ଦେଶରେ ଦିନିକିଆ ବିଶ୍ୱକପର (ICC world cup 2023) ୧୩ ତମ ସଂସ୍କରଣ ଜାରି ରହିଛି । ଏହି କ୍ରିକେଟ୍ ମହାକୁମ୍ଭକୁ ନେଇ ସବୁଆଡ଼େ ଚର୍ଚ୍ଚା ଲାଗି ରହିଥିବା ବେଳେ ୩ ଦିନ ପୂର୍ବରୁ ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି (International Olympic Committee) ସଭାପତି ଥୋମାସ ବାଚ (Thomas Bach) ଅଲମ୍ପିକ୍ସରେ କ୍ରିକେଟ ପ୍ରବେଶ କରିବା ନେଇ ଘୋଷଣା କରିଥିଲେ । ଯାହାକୁ ଆଇସିସି ଅନୁମୋଦନ କରିବା ସହ ଏକ ବିବୃତ୍ତି ଜାରି କରିଛି । ତେବେ, ଅଲମ୍ପିକ୍ସରେ କ୍ରିକେଟ୍ ର ପ୍ରବେଶ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ୨୦୨୪ ଅଲମ୍ପିକ୍ ଗେମ୍ସରେ ନୁହେଁ, ବରଂ ଲସ୍ ଆଞ୍ଜେଲସରେ (los angels Olympics 2028) ଆୟୋଜିତ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ ଗେମ୍ସରେ (Olympics Games) ହେବ ବୋଲି ଜଣାପଡ଼ିଛି ।
Who will win Gold at @LA28? #LA28Bound
: https://t.co/P4kxQMjgeG pic.twitter.com/qXzfmdQoHB— ICC (@ICC) October 16, 2023
ଅଲମ୍ପିକ୍ସ ଏକ ବିଶ୍ୱ ସ୍ତରୀୟ କାର୍ଯ୍ୟକ୍ରମ ଅଟେ । ଏଥିରେ ବିଶ୍ବର ବିଭିନ୍ନ ଦେଶରୁ ଖେଳାଳିମାନେ ଅଂଶଗ୍ରହଣ କରିଥାଆନ୍ତି । ତେବେ ଅଲମ୍ପିକ୍ସରେ କ୍ରିକେଟର ଏଣ୍ଟ୍ରି ଫଳରେ ପୁଣିଥରେ କ୍ରିକେଟ୍ ବିଶ୍ୱକପ୍ (Cricket World Cup) ପରି ମହୋଲା ସୃଷ୍ଟି ହେବ ଏଥିରେ ସନ୍ଦେହ ନାହିଁ । ସୂଚନା ଅନୁଯାୟୀ, ଅଲମ୍ପିକ୍ସରେ ଟି -୨୦ ଫର୍ମାଟରେ (T-20) କ୍ରିକେଟ୍ ଖେଳାଯିବ। ଯାହା ଫଳରେ କ୍ରିକେଟ୍ ପ୍ରଶଂସକ ମାନଙ୍କୁ ଆଉ ଏକ ବିଶ୍ୱକପ୍ ଉପଭୋଗ କରିବାର ସୁଯୋଗ ମିଳିବ। ଗତବର୍ଷ ବର୍ମିଂହାମ କମନ ୱେଲଥ ଗେମ୍ସରେ (Birmingham 2022 Commonwealth Games) କ୍ରିକେଟ୍ ପ୍ରବେଶ କରିଥିଲା ସତ କିନ୍ତୁ ଏଥିରେ କେବଳ ମହିଳା ଦଳ ଖେଳିବା ନେଇ ସୁଯୋଗ ପାଇଥିଲେ । ଏହା ପରେ ହାଙ୍ଗଜୋ ଏସିଆନ୍ ଗେମ୍ସରେ (Hangzhou Asian games)ରେ ଉଭୟ ମହିଳା ଓ ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
Cricket returns to the world's biggest sporting stage
Details https://t.co/Fq1JV3VAzZ
— ICC (@ICC) October 16, 2023
ଦୀର୍ଘ ୧୨୮ ବର୍ଷ ପରେ ଅଲମ୍ପିକ୍ସରେ ଗେମ୍ସରେ (Olympics Games) କ୍ରିକେଟ୍ (Cricket) ସାମିଲ ହେବାକୁ ଯାଉଛି । ଏହା ପୂର୍ବରୁ ୧୯୦୦ ମସିହାରେ ପ୍ୟାରିସ ଅଲମ୍ପିକ୍ସରେ (Paris Olympics )କ୍ରିକେଟ୍ ସ୍ଥାନ ପାଇଥିଲା । ଏଥିରେ ଦୁଇଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଯେଉଁଥିରେ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ଯରେ ଦୁଇ ଦିନିଆ ଟେଷ୍ଟ୍ ମ୍ୟାଚ୍ (Test Match) ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ୧୨ ଜଣ ଖେଳାଳୀ ଫିଲ୍ଡିଂ କରିଥିଲେ । ଇଂଲଣ୍ଡ୍ ଦଳ ଫ୍ରାନ୍ସକୁ ପରାସ୍ତ କରି କ୍ରିକେଟରେ ଅଲମ୍ପିକ୍ସ ମେଡାଲ ହାସଲ କରିଥିଲା । ଅଲମ୍ପିକ୍ସରେ ଅନୁଷ୍ଠିତ ଏହି ମ୍ୟାଚକୁ କେବେ ଫାଷ୍ଟ କ୍ଲାସ କ୍ରିକେଟର ମାନ୍ୟତା ମିଳିନଥିଲା । ତେବେ ପୁଣିଥରେ ଆନ୍ତର୍ଜାତୀୟ ଅଲମ୍ପିକ୍ କମିଟି () ୨୦୨୮ ଲସ୍ ଆଞ୍ଜେଲସ୍ ଆୟୋଜିତ ହେବାକୁ ଥିବା ଅଲମ୍ପିକ୍ସରେ (los angels Olympics 2028) କ୍ରିକେଟକୁ ସାମିଲ କରିବା ନେଇ ଅନୁମୋଦନ କରିଛି । ଏନେଇ ଆଇଓସି ସଭାପତି ଥୋମାସ ବାଚ (Thomas Bach) ଘୋଷଣା କରିଛନ୍ତି। ପ୍ରକାଶ ଥାଉ କି, ଏହି ଅଲମ୍ପିକ୍ସରେ (Olympics) ମୋଟ ୫ ଟି ନୂଆ ଖେଳ ସାମିଲ କରିବାକୁ ଆୟୋଜକମାନେ ପ୍ରସ୍ତାବ ଦେଇଥିଲେ । ଏହି ୫ଟି ଖେଳ ମଧ୍ୟରେ ବେସବଲ୍, ସଫଟବଲ, ଫ୍ଲାଗ୍ ଫୁଟବଲ୍, ସ୍କ୍ବାସ, ଲାକ୍ରୋଜ୍ ଓ କ୍ରିକେଟ୍ ସାମିଲ ରହିଛି ।
Also Read-Virushka: ଷ୍ଟାଡିୟମରୁ ଅନୁଷ୍କାଙ୍କୁ ବିରାଟଙ୍କ ମେସେଜ୍, 'ତୁମ୍ ଘର ଯାଓ' ବାଦ୍ ମେଁ... ଦେଖନ୍ତୁ ଭିଡ଼ିଓ