ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ (ICC T20 World Cup) ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଆଇସିସି (ICC) ଦ୍ୱାରା ଏହାର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇ ସାରିଛି । ଉଭୟ ଭାରତ ଓ ପାକିସ୍ଥାନ (India vs Pakistan) ଟିମ୍ ଗୋଟିଏ ଗ୍ରୁଫରେ ଅଛନ୍ତି ଓ ଉଭୟ ପରଷ୍ପରକୁ ୨୪ ଅକ୍ଟୋବର ଭେଟିବେ । ଏହି ଟୁର୍ଣ୍ଣାମେଣ୍ଟ ୧୭ ଅକ୍ଟୋବରରୁ ଆରମ୍ଭ ହୋଇ ୧୪ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ୟୁଏଇ ଏବଂ ଓମାନରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଦଳ ଭାଗନେବେ । ଉଭୟ ଭାରତ ଓ ପାକିସ୍ତାନ ଥରେ ଲେଖାଏଁ ଟି -୨୦ ବିଶ୍ୱକପ ଟାଇଟଲ ଜିତିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଆଇସିସି ସହିତ ବାର୍ତ୍ତାଳାପ କରି ପାକିସ୍ତାନ ଅଧିନାୟକ ବାବର ଆଜମ (Babar Azam) କହିଛନ୍ତି ଯେ ୟୁଏଇରେ (UAE) ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି । ଏହା ଆମ ଘର ପରି । ଏହା ଜଣା ଯେ ଶ୍ରୀଲଙ୍କା ଦଳ ଉପରେ ହୋଇଥିବା ଆକ୍ରମଣ ପରେ ପାକିସ୍ତାନ ୟୁଏଇରେ ବର୍ଷ ବର୍ଷ ଧରି ଘରୋଇ ମ୍ୟାଚ୍ ଖେଳିଥିଲା । ବୋଧହୁଏ ବାବର ଆଜାମ ନିଜ ବୟାନ ସହିତ ଟିମ୍ ଇଣ୍ଡିଆକୁ (Team India) ଚେତାବନୀ ଦେଉଛନ୍ତି ଯେ ଭାରତ ବିରୋଧରେ ସାମ୍ନା କରିବା ପାଇଁ ପାକିସ୍ତାନ ସମ୍ପୂର୍ଣ୍ଣ ପ୍ରସ୍ତୁତ । କିନ୍ତୁ ଟି -୨୦ ବିଶ୍ୱକପ୍‌ର ରେକର୍ଡ ପାକିସ୍ତାନ ସପକ୍ଷରେ ନାହିଁ । ଟି -୨୦ ବିଶ୍ୱକପରେ (T20 World Cup) ଭାରତ ଓ ପାକିସ୍ତାନ ମଧ୍ୟରେ ମୋଟ ୫ ଟି ମ୍ୟାଚ୍ ଖେଳାଯାଇଛି । ମୋଟାମୋଟି ଭାବେ ସମସ୍ତ ମ୍ୟାଚରେ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଛି ।


ଅଧିକ ପଢ଼ନ୍ତୁ: କେବେ ନେବା ଉଚିତ୍ କୋଭିଶିଲ୍ଡର ବୁଷ୍ଟର୍ ଡୋଜ? କମ୍ପାନୀ ଦେଲା ଏହି ଉତ୍ତର


'ଶୀର୍ଷ ଦଳଗୁଡିକୁ କରିଛୁ ପରାସ୍ତ'
ଆଇସିସି ୱେବସାଇଟରେ ପାକିସ୍ତାନ ଅଧିନାୟକ ବାବର ଆଜମ (Babar Azam) କହିଛନ୍ତି ଯେ 'ପାକିସ୍ତାନ (Pakistan) ପାଇଁ ଟି -୨୦ ବିଶ୍ୱକପ ଏକ ଘରୋଇ ଇଭେଣ୍ଟ ଭଳି, କାରଣ ଏକ ଦଶନ୍ଧି ଧରି ଆମେ ୟୁଏଇରେ ଖେଳୁଛୁ । ଏହି ସମୟରେ ଆମେ କେବଳ ଭଲ ଖେଳି ନାହୁଁ, ବରଂ ଶୀର୍ଷ ଦଳକୁ ପରାସ୍ତ କରି ର଼୍ୟାଙ୍କିଙ୍ଗର ଶୀର୍ଷରେ ପହଞ୍ଚିଛୁ ଓ ସମସ୍ତ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଉତ୍ସାହିତ ଅଛନ୍ତି । ଖେଳର ଛୋଟ ଫର୍ମାଟରେ ଆମର ଶ୍ରେଷ୍ଠତାକୁ ପୁନଃ ପ୍ରତିଷ୍ଠା କରିବାର ଏକ ସୁଯୋଗ ଭାବରେ ଆମେ ଏହି ଟୁର୍ଣ୍ଣାମେଣ୍ଟକୁ ଦେଖୁ । ଏହା ମଧ୍ୟ ଆମ ପାଇଁ ସର୍ବୋତ୍ତମ ଫିଟ୍ ।'


'ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଜିତିବାକୁ ଚାହିଁବୁ'
ଟି -୨୦ ବିଶ୍ୱକପ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡର ଦଳ ପାକିସ୍ତାନ ଗସ୍ତରେ ଯାଇ ଟି -୨୦ ମ୍ୟାଚ୍ ଖେଳିବେ । ଏ ସମ୍ପର୍କରେ ବାବର ଆଜମ କହିଛନ୍ତି ଯେ 'ଆମେ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ସିରିଜର ଫାଇଦା ନେବାକୁ ଚାହିଁବୁ । ଆମେ କେବଳ ଆମର ତ୍ରୁଟିକୁ ହଟାଇବୁ ନାହିଁ, ବରଂ ଯଥାସମ୍ଭବ ମ୍ୟାଚ୍ ଜିତିବାକୁ ଚାହିଁବୁ, ଯାହାଫଳରେ ବିଶ୍ୱକପ୍ ପୂର୍ବରୁ ଲୟ ବଜାୟ ରହିବ । ଏହା ହେଉଛି ଟି -୨୦ ବିଶ୍ୱକପ୍ ର ସପ୍ତମ ସିଜନ୍ । ପାକିସ୍ତାନ ଥରେ ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ ଜିତିଛି ।'


ଅଧିକ ପଢ଼ନ୍ତୁ: ଦେଶର କେଉଁ ରାଜ୍ୟର ଲୋକମାନେ ପିଅନ୍ତି ସବୁଠୁ ଅଧିକ ମଦ? ଏଠାରେ ଜାଣନ୍ତୁ ଏହାର ଜବାବ


ପ୍ରତ୍ୟେକ ଗ୍ରୁପରୁ କେବଳ ଦୁଇଟି ଦଳ ସେମିଫାଇନାଲକୁ ଯିବେ
ସୁପର -୧୨ ରେ, ୬ ଟି ଲେଖାଏଁ ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରଯାଇଛି । ଉଭୟ ଗ୍ରୁପର ଟପ୍-୨ ଥିବା ଦଳ ସେମିଫାଇନାଲକୁ ଯିବେ । ସେମିଫାଇନାଲରେ ଗ୍ରୁପ୍-ଏ ର ଶୀର୍ଷ ଦଳ ଗ୍ରୁପ୍-ବି ର ନମ୍ବର -୨ ଦଳ ସହିତ ଲଢେଇ କରିବ । ଏହା ସହିତ ଗ୍ରୁପ୍-ବି ର ଶୀର୍ଷ ଦଳ ଗ୍ରୁପ୍-ଏର ନମ୍ବର -୨ ଦଳ ସହିତ ଲଢେଇ କରିବ । ଏହା ହେଉଛି ଟି-୨୦ ବିଶ୍ୱକପ୍ ର ସପ୍ତମ ସିଜନ୍ । ୱେଷ୍ଟଇଣ୍ଡିଜ୍ ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ଓ ଏହି ଦଳ ମଧ୍ୟ ଦୁଇଥର ଟାଇଟଲ୍ ଜିତିଛି । ଏହା ବ୍ୟତୀତ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଏବଂ ଇଂଲଣ୍ଡ ଥରେ ଲେଖାଏଁ ଟାଇଟଲ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ୫ ଥର ODI ବିଶ୍ୱକପ ଟାଇଟଲ ଜିତିଛି, କିନ୍ତୁ ଏହି ଦଳ ଏପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଟି -୨୦ ବିଶ୍ୱକପ ଟାଇଟଲ ଜିତିବାରେ ସକ୍ଷମ ହୋଇନାହିଁ । ଏଭଳି ପରିସ୍ଥିତିରେ ଏହି ଦଳ ଏଥର ବିଶ୍ୱକପରେ ଚମତ୍କାର କରିବାକୁ ଚାହୁଁଛନ୍ତି । ନଭେମ୍ବର ୧୪ ରେ ଟି -୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍ ଖେଳାଯିବ ।