କୋଭିଡ ଭ୍ୟାକ୍ସିନର (Covid Vaccine) ବୁଷ୍ଟର ଡୋଜ ବିଷୟରେ SII ପ୍ରେସିଡେଣ୍ଟ ସାଇରସ ପୁନାୱାଲା କହିଛନ୍ତି ୨ଟି ଡୋଜ ସମାପ୍ତ ହେବାର ୬ ମାସ ପରେ ବୁଷ୍ଟର ଡୋଜ (Booster Dose) ନେବା ଉଚିତ୍ ।
Trending Photos
ନୂଆଦିଲ୍ଲୀ: କୋରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର (Third Wave) ମଧ୍ୟରେ ଯେଉଁସମୟରେ ଅନେକ ଦେଶ କୋଭିଡ ଟିକାର ତୃତୀୟ ବୁଷ୍ଟର ଡୋଜକୁ (Third Booster Dose) ଲଗାଇବାକୁ ଅନୁମୋଦନ କରିବା ଆରମ୍ଭ କରିଛନ୍ତି । ସମାନ ପରିସ୍ଥିତିରେ ଭାରତରେ ଏ ବାବଦରେ କୌଣସି ଘୋଷଣା କରାଯାଇ ନାହିଁ । ତେବେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ର ସଭାପତି ସାଇରସ୍ ପୁନାୱାଲା (Cyrus Poonawalla) କହିଛନ୍ତି ଯେ କୋଭିଡ -୧୯ ଟିକାର ତୃତୀୟ ଡୋଜ ୬ ମାସ ପରେ ନେବା ଉଚିତ୍ । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଟିକାର ୨ ଟି ଡୋଜ ମଧ୍ୟରେ ଆଦର୍ଶ ବ୍ୟବଧାନ ୨ ମାସ ହେବା ଉଚିତ୍ ।
କମ୍ ହୋଇଯାଇଥାଏ ଆଣ୍ଟିବଡି
ଦି ଲାନସେଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କିଛି ସମୟ ଅନ୍ତରାଳରେ କୋଭିଡଶିଲ୍ଡ ଟିକାର କୋଭିଡ ବିରୋଧରେ ସୃଷ୍ଟି ହେଉଥିବା ଆଣ୍ଟିବଡି (Antibodies) କମିଯାଏ । ଯେତେବେଳେ ପୁନାୱାଲାଙ୍କୁ ଏ ବିଷୟରେ ପଚରାଗଲା, ସେ କହିଥିଲେ ଯେ ଏହା ସତ, କିନ୍ତୁ ମେମୋରୀ କୋଷଗୁଡ଼ିକ ଜାରି ରହିଥାଏ ।
ଅଧିକ ପଢ଼ନ୍ତୁ: ଦେଶର କେଉଁ ରାଜ୍ୟର ଲୋକମାନେ ପିଅନ୍ତି ସବୁଠୁ ଅଧିକ ମଦ? ଏଠାରେ ଜାଣନ୍ତୁ ଏହାର ଜବାବ
ଅକ୍ସଫୋର୍ଡ ୟୁନିଭରସିଟି ସହଯୋଗରେ SII ଦ୍ୱାରା ଉତ୍ପାଦିତ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା ଟିକାର କୋଭିଶିଲ୍ଡ ହେଉଛି ଏକ ସଂସ୍କରଣ । ଏଥିସହ କୋଭିଶିଲ୍ଡ ହେଉଛି ପ୍ରଥମ ଦୁଇଟି ଟିକା ମଧ୍ୟରୁ ଗୋଟିଏ ଯାହାକୁ ଭାରତ ସରକାର ଚଳିତ ବର୍ଷ ପ୍ରାରମ୍ଭରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ଏହା ପରେ କୋଭାସିଲ୍ଡ ସହିତ ଦେଶବ୍ୟାପୀ ଟିକାକରଣରେ ବ୍ୟବହୃତ କରଯାଇଥିଲା ।
ଅଧିକ ପଢ଼ନ୍ତୁ: ୮ ଲକ୍ଷ PSU କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର! ଅଗଷ୍ଟରେ ଆସିବ ବର୍ଦ୍ଧିତ ଦରମା
ପୁନାୱାଲା ନେଲେ ତୃତୀୟ ଡୋଜ
SII ର ସଭାପତି ସାଇରସ୍ ପୁନାୱାଲା ଆହୁରି କହିଛନ୍ତି, '୬ ମାସ ପରେ ଆଣ୍ଟିବାଡି କମିଯାଏ, ତେଣୁ ମୁଁ ତୃତୀୟ ଡୋଜ ନେଇଛି । ଆମେ ଆମର ପ୍ରାୟ ୮ ହଜାର କର୍ମଚାରୀଙ୍କୁ ତୃତୀୟ ଡୋଜ ମଧ୍ୟ ଦେଇଛୁ । ଯେଉଁମାନେ ସେମାନଙ୍କର ୨ ଟି ଡୋଜ୍ ସମାପ୍ତ କରିଛନ୍ତି, ମୁଁ ସେମାନଙ୍କୁ ୬ ମାସ ପରେ ଏକ ବୁଷ୍ଟର୍ ଡୋଜ୍ (ତୃତୀୟ ଡୋଜ୍) ନେବାକୁ ଅନୁରୋଧ କରୁଛି ।
ଅନ୍ୟପକ୍ଷରେ ୨ ଡୋଜ ଟିକା ମଧ୍ୟରେ ଆଦର୍ଶ ପାର୍ଥକ୍ୟ ସମ୍ପର୍କରେ ସେ କହିଛନ୍ତି, 'ଯେହେତୁ ଟିକା ଅଭାବ ରହିଥିଲା, ତେଣୁ ମୋଦି ସରକାର ଏହାର ବ୍ୟବଧାନକୁ ୩ ମାସକୁ ବୃଦ୍ଧି କରିଥିଲେ, କିନ୍ତୁ ୨ ଡୋଜ ମଧ୍ୟରେ ୨ ମାସର ପାର୍ଥକ୍ୟ ଆଦର୍ଶ ବ୍ୟବଧାନ ଅଟେ ।'