Vaikuntha Chaturdashi 2022: ବୈକୁଣ୍ଠ ଚତୁର୍ଦ୍ଦଶୀ ବ୍ରତ କରିବାରୁ ମିଳିଥାଏ ୧୪,୦୦୦ ପାପରୁ ମୁକ୍ତି, ଜାଣନ୍ତୁ ଏହା ବିଷୟରେ...
Advertisement
Article Detail0/zeeodisha/odisha1426126

Vaikuntha Chaturdashi 2022: ବୈକୁଣ୍ଠ ଚତୁର୍ଦ୍ଦଶୀ ବ୍ରତ କରିବାରୁ ମିଳିଥାଏ ୧୪,୦୦୦ ପାପରୁ ମୁକ୍ତି, ଜାଣନ୍ତୁ ଏହା ବିଷୟରେ...

Vaikuntha Chaturdashi 2022:  ଏହି ଦିନ ଭଗବାନ ବିଷ୍ଣୁ ପଦ୍ମ ଫୁଲରେ ଭଗବାନ ମହାଦେବଙ୍କୁ ପୂଜା କରନ୍ତି । ବିଶ୍ୱାସ କରାଯାଏ ଯେ, ବୈକୁଣ୍ଠ ଚତୁର୍ଦ୍ଦଶୀ (Vaikuntha Chaturdashi) କାହାଣୀ ଶୁଣିବା ଦ୍ୱାରା ୧୪,୦୦୦ ପାପ କର୍ମର ଦୋଷ ଦୂର ହୋଇଯାଏ । ଆସନ୍ତୁ ବୈକଣ୍ଠ ଚତୁର୍ଦ୍ଦଶୀ ବ୍ରତ କଥା ବିଷୟରେ ଜାଣିବା...

Vaikuntha Chaturdashi 2022: ବୈକୁଣ୍ଠ ଚତୁର୍ଦ୍ଦଶୀ ବ୍ରତ କରିବାରୁ ମିଳିଥାଏ ୧୪,୦୦୦ ପାପରୁ ମୁକ୍ତି, ଜାଣନ୍ତୁ ଏହା ବିଷୟରେ...

Vaikuntha Chaturdashi 2022: ହରି-ହରଙ୍କ ମିଳନର ପ୍ରତୀକ ହେଉଛି ବୈକୁଣ୍ଠ ଚତୁର୍ଦ୍ଦଶୀ । ଚଳିତ ବର୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ନଭେମ୍ବର ୬, ୨୦୨୨ରେ ପାଳନ କରାଯିବ । ବୈକୁଣ୍ଠ ଚତୁର୍ଦ୍ଦଶୀ (Vaikuntha Chaturdashi) ର ଗୋଟିଏ ଦିନ ପୂର୍ବରୁ ଦେବ ଦୀପାବଳି ଓ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ୍ କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ପଡ଼ିଥାଏ । ବର୍ଷରେ କେବଳ ଏହି ତିଥିରେ ଭଗବାନ ଶିବ (Lord Shiva) ଓ ବିଷ୍ଣୁ (Lord Vishnu) ଙ୍କୁ ବିଧିବଦ୍ଧ ଭାବରେ ଏକତ୍ର ପୂଜା କରାଯାଏ । ଏହି ଦିନ ଭଗବାନ ବିଷ୍ଣୁ ପଦ୍ମ ଫୁଲରେ ଭଗବାନ ମହାଦେବ (Mahadev) ଙ୍କୁ ପୂଜା କରନ୍ତି । ବିଶ୍ୱାସ କରାଯାଏ ଯେ, ବୈକୁଣ୍ଠ ଚତୁର୍ଦ୍ଦଶୀ (Vaikuntha Chaturdashi) କାହାଣୀ ଶୁଣିବା ଦ୍ୱାରା ୧୪,୦୦୦ ପାପ କର୍ମର ଦୋଷ ଦୂର ହୋଇଯାଏ । ଆସନ୍ତୁ ବୈକଣ୍ଠ ଚତୁର୍ଦ୍ଦଶୀ ବ୍ରତ କଥା ବିଷୟରେ ଜାଣିବା...

ପୌରାଣିକ କଥା ଅନୁଯାୟୀ, ଥରେ ଭଗବାନ ବିଷ୍ଣୁ କାଶୀକୁ ଦେବଦେବ ମହାଦେବଙ୍କୁ ପୂଜା କରିବାକୁ ଆସିଥିଲେ । ଏଠାରେ ସେ ମାଣିକର୍ଣ୍ଣିକା ଘାଟରେ ସ୍ନାନ କରି ପରେ ୧୦୦୦ ସୂର୍ଣ୍ଣ ପଦ୍ମ ଫୁଲ ସହ ଭୋଲାନାଥଙ୍କ ପୂଜା କରିବାକୁ ସଂକଳ୍ପ ନେଇଥିଲେ । ଯେତେବେଳେ ଶ୍ରୀ ହରି କାଶୀରେ ଶିବଲିଙ୍ଗକୁ ଅଭିଷେକ କଲେ ଓ ନିୟମ ଅନୁଯାୟୀ ପୂଜା ଆରମ୍ଭ କଲେ, ଶିବ ତାଙ୍କ ପରୀକ୍ଷା କରିବା ପାଇଁ ଏକ ସୂର୍ଣ୍ଣ ପୁଷ୍ପ କରିଦେଇଥିଲେ ।

ଭଗବାନ ବିଷ୍ଣୁଙ୍କୁ ପୁଣ୍ଡରୀକାକ୍ଷ ଓ କମଲ ନୟନ ମଧ୍ୟ କୁହାଯାଏ । ଏଭଳି ପରିସ୍ଥିତିରେ ଯେତେବେଳେ ଫୁଲର ଅଭାବ ଦେଖାଗଲା, ଭଗବାନ ବିଷ୍ଣୁ ତାଙ୍କର କମଳ ପରି କେଶ ଉତ୍ସର୍ଗ କରିବାକୁ ପ୍ରୟାସ କରିଥିଲେ । ଯାହାକୁ ଦେଖି ଶିବ ଶ୍ରୀହରଙ୍କ ଭକ୍ତିରେ ସନ୍ତୁଷ୍ଟ ହେଲେ । ସେହି ଦିନ କାର୍ତ୍ତିକ ଶୁକ୍ଲର ଚତୁର୍ଦ୍ଦଶୀ ତିଥୀ ଥିଲା । ଭୋଲାନାଥ କହିଛନ୍ତି ଆଜିଠାରୁ ଏହି ତାରିଖକୁ ବୈକୁଣ୍ଠ ଚତୁର୍ଦ୍ଦଶୀ କୁହାଯିବ । ଯିଏ ଏହି ଦିନ ଉପବାସ କରିବେ ଓ ଆପଣଙ୍କୁ (ଭଗବାନ ବିଷ୍ଣୁ) ଙ୍କୁ ପୂରା ଭକ୍ତି ସହିତ ପୂଜା କରିବେ, ତାଙ୍କୁ ବୈକୁଣ୍ଠରେ ସ୍ଥାନ ମିଳିବ ।

ଅଧିକ ପଢ଼ନ୍ତୁ:-ଭାରତ ବନାମ ପାକିସ୍ତାନ ହେବ ବିଶ୍ୱକପ ଫାଇନାଲ! ଜାଣନ୍ତୁ ପୂରା ସମୀକରଣ

ଅଧିକ ପଢ଼ନ୍ତୁ:-ଇମ୍ରାନ ଖାନ କାହିଁକି ମନେ ପକାଇଲେ ପାକିସ୍ତାନର ବିଭାଜନ କଥା? ବାଂଲାଦେଶକୁ ନେଇ କହିଲେ ଏହି ବଡ଼ କଥା

ଅଧିକ ପଢ଼ନ୍ତୁ:-ଆଇସିସି ନେଲା ବଡ଼ ପଦକ୍ଷେପ, ସେମିଫାଇନାଲ-ଫାଇନାଲ ପାଇଁ ବଦଳାଇଲା ନିୟମ

ଭଗବାନ ଭୋଲାନାଥ ଏହି ଦିନ କୋଟି କୋଟି ସୂର୍ଯ୍ୟର ଶକ୍ତିର ସମାନ ସୁଦର୍ଶନ ଚକ୍ରକୁ ଶ୍ରୀହରିଙ୍କୁ ପ୍ରଦାନ କରିଥିଲେ । ଅନ୍ୟ ଏକ ମାନ୍ୟତା ଅନୁଯାୟୀ, ଶ୍ରୀ ହରି ଏହି ଦିନ ସ୍ୱର୍ଗର ଦ୍ୱାର ଖୋଲା ରଖିବାକୁ ଜୟ-ବିଜୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୁହାଯାଏ ଯେ ପୃଥିବୀରେ ବାସ କରୁଥିବା ଜୀବକୁ ଏହି ଦିନ ବ୍ରତ ଓ ଜଗତର ପାଳନକାରୀଙ୍କ ପୂଜା କରିବାରୁ ମୃତ୍ୟୁ ପରେ ଯମଲୋକର ଯନ୍ତ୍ରଣା ଭୋଗିବାକୁ ପଡିବ ନାହିଁ । ତାଙ୍କୁ ମୋକ୍ଷ ପ୍ରାପ୍ତ ହେବ । ସେ ୧୪,୦୦୦ ପାପ କର୍ମରୁ ମୁକ୍ତି ପାଇବେ ।

(Disclaimer: ଏଠାରେ ପ୍ରଦାନ କରାଯାଇଥିବା ସୂଚନା କେବଳ ଅନୁମାନ ଓ ସୂଚନା ଉପରେ ଆଧାରିତ । ଏଠାରେ କହି ରଖୁଛୁ ଯେ, ZEE ODISHA NEWS କୌଣସି ପ୍ରକାରର ମାନ୍ୟତା, ସୂଚନାକୁ ସମର୍ଥନ କରେ ନାହିଁ । କୌଣସି ସୂଚନା କିମ୍ବା ମାନ୍ୟତା ପ୍ରୟୋଗ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।)