Dimond Duck Out: କ୍ରିକେଟରେ ରହିଥାଏ ୪ ପ୍ରକାରର DUCK ନିୟମ, ଜାଣନ୍ତୁ ସବୁର ଅର୍ଥ
Advertisement
Article Detail0/zeeodisha/odisha1976088

Dimond Duck Out: କ୍ରିକେଟରେ ରହିଥାଏ ୪ ପ୍ରକାରର DUCK ନିୟମ, ଜାଣନ୍ତୁ ସବୁର ଅର୍ଥ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୫ ଟି-୨୦ ମ୍ୟାଚ୍ ସିରିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି। ଭାରତ ଅଷ୍ଟ୍ରେଲିଆକୁ ୨ ୱିକେଟରେ ପରାସ୍ତ କରି ବିଜୟ ସହ ସିରିଜ ଆରମ୍ଭ କରିଛି। ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ମାତ୍ର ୪୨ ବଲରେ ୮୦ ରନ୍‌ର ଦମଦାର ଇନିଂସ ଖେଳିଛନ୍ତି। ଏହି ମ୍ୟାଚ୍‌ରେ ଭାରତର ଓପନର୍ ବ୍ୟାଟ୍ସମ୍ୟାନ୍ ରିତୁରାଜ ଗାଏକ୍ୱାଡ଼

Dimond Duck Out: କ୍ରିକେଟରେ ରହିଥାଏ ୪ ପ୍ରକାରର DUCK ନିୟମ, ଜାଣନ୍ତୁ ସବୁର ଅର୍ଥ

Dimond Duck Out: ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୫ ଟି-୨୦ ମ୍ୟାଚ୍ ସିରିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି। ଭାରତ ଅଷ୍ଟ୍ରେଲିଆକୁ ୨ ୱିକେଟରେ ପରାସ୍ତ କରି ବିଜୟ ସହ ସିରିଜ ଆରମ୍ଭ କରିଛି। ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ମାତ୍ର ୪୨ ବଲରେ ୮୦ ରନ୍‌ର ଦମଦାର ଇନିଂସ ଖେଳିଛନ୍ତି। ଏହି ମ୍ୟାଚ୍‌ରେ ଭାରତର ଓପନର୍ ବ୍ୟାଟ୍ସମ୍ୟାନ୍ ରିତୁରାଜ ଗାଏକ୍ୱାଡ଼ ଖାତା ନ ଖୋଲି ପାଭିଲିୟନକୁ ଫେରିଥିଲେ। ଋତୁରାଜ ଗାଇକୱାଡ ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇ ଟି-୨୦ରେ ଏକ ଡାଇମଣ୍ଡ ଡକରେ ଆଉଟ ହୋଇଥିଲେ। ତେବେ କଣ ଏହି ଡାଇମଣ୍ଡ ଡକ୍ ? କ୍ରିକେଟରେ କେତେ ପ୍ରକାରର ଡକ ରହିଛି ଆସନ୍ତୁ ଜାଣିବା...

କାହାକୁ କୁହାଯାଇଥାଏ ଏହି ଡାଇମଣ୍ଡ ଡକ
ଅଷ୍ଟ୍ରେଲିଆ ବିପକ୍ଷରେ ଋତୁରାଜ ଗାଏକ୍ୱାଡ଼ ବିଫଳ ସାବ୍ୟସ୍ତ ହୋଇଛନ୍ତି। ସେଭଳି ଆଖିଦୃଷିଆ ପ୍ରଦର୍ଶନ କରିପାରିନାହାନ୍ତି ଋତୁରାଜ। ଖାତା ଖୋଲିବା ଆଗରୁ ପାଭିଲିଅନ ଫେରିଥିଲେ ସେ। ତେବେ ସବୁଠାରୁ ବଡ଼ କଥା ହେଉଛି କି ଗୋଟିଏ ବି ବଲ ନ ଖେଳି ଆଉଟ ହୋଇଥିଲେ ସେ। ଯାହାକୁ ଡାଇମଣ୍ଡ ଡକ ବୋଲି କ୍ରିକେଟର ଭାଷାରେ କୁହାଯାଉଛି।  ତେବେ ଏଭଳି ଆଉଟ ହେବାରେ ଋତୁରାଜ ଗାଏକ୍ୱାଡ଼ ପ୍ରଥମ ଭାରତୀୟ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଏହି ଲଜ୍ଜାଜନକ ରେକର୍ଡ କରାଯାଇଛି। ଏଠାରେ କହି ରଖୁ କି କ୍ରିକେଟରେ ମୋଟ ୪ ପ୍ରକାରର ଡକ୍ ଆଉଟ୍ ଅଛି। ପ୍ରଥମଟି ହେଉଛି ଡାଇମଣ୍ଡ ଡକ୍, ଦ୍ୱିତୀୟଟି ଗୋଲଡେନ୍ ଡକ୍, ତୃତୀୟଟି ହେଉଛି ସିଲଭର ଡକ୍ ଏବଂ ଚତୁର୍ଥଟି ହେଉଛି ବ୍ରୋଞ୍ଜ୍ ଡକ୍।

କଣ ଏହି ଡକ ଆଉଟ
କ୍ରିକେଟ୍ ମ୍ୟାଚ୍ ଦେଖିବାବେଳେ ଆପଣ ନିଶ୍ଚୟ ଅନେକ ଥର ଶୁଣିଥିବେ ଯେ ଜଣେ ଖେଳାଳି ଶୂନ ପାଇଁ ବାହାରକୁ ଆସିବାବେଳେ ସମୀକ୍ଷକମାନେ ଗୋଲଡେନ ଡକ୍ ଶବ୍ଦ ବ୍ୟବହାର କରନ୍ତି। କିନ୍ତୁ ଆମେ ଆପଣଙ୍କୁ କହିବୁ ଯେ ଡାଇମଣ୍ଡ ଏବଂ ଗୋଲ୍ଡେନ ଡକ୍ ବ୍ୟତୀତ ଅନ୍ୟ ଦୁଇଟି ପ୍ରକାରର ଡକ୍ ଆଉଟ୍ ଅଛି। ଆପଣ ପୂର୍ବରୁ ବୁଝି ସାରିଛନ୍ତି ଯେ ଯେତେବେଳେ ଜଣେ ବ୍ୟାଟ୍ସମ୍ୟାନ୍ ବଲ୍ ନ ଖେଳି ଆଉଟ ହୋଇଥାନ୍ତି ତାହାକୁ ଡାଇମଣ୍ଡ ଡାକୁ କୁହାଯାଏ। ଯେତେବେଳେ ଜଣେ ଖେଳାଳି ଗୋଟିଏ ବଲ ଖେଳିବା ପରେ ଶୂନ୍ୟରେ ଥାଆନ୍ତି, ଏହାକୁ ଏକ ଗୋଲ୍ଡେନ ଡକ କୁହାଯାଏ। ଏହା ବ୍ୟତୀତ ଯେଉଁ ଖେଳାଳି ଦୁଇଟି ବଲ ଖେଳିବା ପରେ ଶୂନ୍ୟରେ ବାହାରକୁ ଯାଆନ୍ତି ତାଙ୍କୁ ସିଲଭର ଡକ କୁହାଯାଏ। ଏଥି ସହିତ ଯେଉଁ ଖେଳାଳି ୩ଟି ବଲ ଖେଳିବା ପରେ ଶୂନରେ ଆଉଟ ହୋଇଥାଆନ୍ତି ତାହାକୁ ବ୍ରୋଞ୍ଜ ଡକ ଆଉଟ କୁହାଯାଏ।