Virat Kohli Birthday: ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ବଡ଼ ଉପହାର ହେଲେ ବିରାଟ କୋହଲି
Advertisement
Article Detail0/zeeodisha/odisha1946198

Virat Kohli Birthday: ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ବଡ଼ ଉପହାର ହେଲେ ବିରାଟ କୋହଲି

Virat Kohli Birthday Gift: ୨୦୨୩ କ୍ରିକେଟ ବିଶ୍ୱକପ୍ ମୁକାବିଲା ଜାରି ରହିଥିବା ସମୟରେ ନିଜର ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ବିରାଟ କୋହଲି।

Virat Kohli Birthday: ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ବଡ଼ ଉପହାର ହେଲେ ବିରାଟ କୋହଲି

Virat Kohli Century in World Cup 2023: ଜନ୍ମଦିନ ଅବସରରେ ଏକ  ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ବିରାଟ କୋହଲି। ବିଶ୍ୱକପ୍ ଲଢେଇ ଚାଲିଥିବା ସମୟରେ ଭାରତୀୟ ଦଳର ଧମକାଦାର ବ୍ୟାଟ୍ସମ୍ୟାନ୍ ଜଣଙ୍କ ଏକ ନୂଆ ରେକର୍ଡ କରିଛନ୍ତି। ଯାହାକୁ କ୍ରିକେଟ୍ ପ୍ରେମୀ ଉତ୍ସାହର ସହିତ ଅପେକ୍ଷା କରି ରହିଥିଲେ। ନିଜ କ୍ୟାରିୟର୍ ରେ ୪୯ ତମ ଦିନିକିଆ ଶତକ ହାସଲ କରି ବିରାଟ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ସହ ସମକକ୍ଷ ହୋଇଛନ୍ତି।

ଚଳିତ ବର୍ଷ ନଭେମ୍ବର ୫ ତାରିଖରେ ୩୫ ବର୍ଷରେ ପଦାର୍ପଣ କରିଛନ୍ତି କିଙ୍ଗ କୋହଲି। ୧୯୮୮ ମସିହା ଅଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ ଦଳର ଧମକାଦାର ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି। ରବିବାର କୋଲକତାତା ସ୍ଥିତ ଇଡ଼େନ ଗାର୍ଡ଼େନ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ମୁହାମୁହିଁ ହୋଇଛନ୍ତି ଭାରତ-ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚ୍ ରେ ସେ ୧୨୧ ବଲ ଖେଳି ଅପରାଜିତ ୧୦୧ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ୧୦ ଚୌକା ସାମିଲ ରହିଛି। 

ସଚିନ ତେନ୍ଦୁଲକରଙ୍କ ସହ ହେଲେ ସମକକ୍ଷ
ବର୍ତ୍ତମାନ ବିରାଟ କୋହିଲ ମିଳିତ ଭାବେ ଦିନିକିଆ ମୁକାବିଲାରେ ଶତକ ହାସଲ ଦୃଷ୍ଟିରୁ ଶୀର୍ଷରେ ପହଞ୍ଚିଛନ୍ତି। ନଭେମ୍ବର ୫ ତାରିଖ ରବିବାର କୋଲକାତା ସ୍ଥିତ  ଇଡେନ୍ ଗାର୍ଡେନ୍ ଠାରେ ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ରେ ସେ ଏହି ସଫଳତା ହାସଲ କରିଛନ୍ତି। ସେ ଶତକ ହାସଲ କରିବା ମାତ୍ରେ ଷ୍ଟାଡିୟମ ଠାରେ ଦର୍ଶକ ଉତ୍ସାହିତ ହୋଇଉଠିଥିଲେ। ଏହା ପରେ ସେ ହେଲମେଟ କାଢି ଦର୍ଶକଙ୍କୁ ଅଭିବାଦନ ଗ୍ରହଣ କରିଥିଲେ। ଜନ୍ମଦିନ ଅବସରରେ ତାଙ୍କୁ ପ୍ରଶଂସଙ୍କ ପକ୍ଷରୁ ଜଣାଯାଇଥିବା ଶୁଭେଚ୍ଛାରେ ସମଗ୍ର ଷ୍ଟାଡିୟମ କମ୍ପି ଉଠିଥିଲା। 

ଶତକ ହାସଲ କରିବା ମାମଲାରେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହେଲେ ବିରାଟ କୋହଲି  
ଶତକ ହାସଲ କରିବା ମାମଲାରେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ବିରାଟ କୋହଲି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ମୁକାବିଲାରେ ନିଜର ପଞ୍ଚମ ଶତକ ହାସଲ କରିଛନ୍ତି। ମାତ୍ର ତାଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଏବଂ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଡେଭିଡ ୱାର୍ଣ୍ଣର ମଧ୍ୟ ୫ ଶତକ ହାସଲ କରିଛନ୍ତି। ବିରାଟ କୋହଲି ୨୨୭ ଇନିଂସ୍ ରେ ନିଜର ୪୯ ତମ ଶତକ ହାସଲ କରିଛନ୍ତି। ଏହା ସହିତ ସଚିନ ତେନ୍ଦୁଲକରଙ୍କ ନାମରେ ୪୫୨ ଦିନିକିଆ ଇନିଂସ୍ ରେ ୪୯ ଶତକ ହାସଲ କରିବାର ରେକର୍ଡ ରହିଛି।

ଦିନିକିଆ ମୁକାବିଲାରେ ସର୍ବାଧିକ ରନ୍ ସଂଗ୍ରହ
ଭାରତୀୟ ଦଳର ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମୁକାବିଲାରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଦ୍ୱିତୀୟ ଭାରତୀୟ କ୍ରିକେଟର ହୋଇଛନ୍ତି। ତାଙ୍କ ଉପରେ କେବଳ ସଚିନ ତେନ୍ଦୁଲକରଙ୍କ ନାମ ରହିଛି। ଦିନିକିଆ ମୁକାବିଲାରେ ସଚିନ ତେନ୍ଦୁଲକର ମୋଟ ୧୮,୪୨୬ ରନ୍ ସ୍କୋର କରିଛନ୍ତି। ଏହା ସହିତ ବିରାଟ କୋହଲି ଯିଏକି ୨୦୦୮ ବର୍ଷରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ, ସେ ୧୩,୫୯୦ ଠାରୁ ଅଧିକ ରନ୍ ଯୋଡିଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ କିଙ୍ଗ କୋହଲିଙ୍କ ଉପରେ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ (୧୩୭୦୪), ଶ୍ରୀଲଙ୍କା ଦଳର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା (୧୪୨୩୪) ଏବଂ ସଚିନ ତେନ୍ଦୁଲକରଙ୍କ (୧୮,୪୨୬) ନାମ ରହିଛି।