World Test championship: ଇତିହାସରେ ପ୍ରଥମ, ଭାରତ ଆଗରେ ୪୪୪ ରନ୍ ଟାଗେର୍ଟ ରଖି ଅଷ୍ଟ୍ରେଲିଆର ରେର୍କଡ଼
Advertisement

World Test championship: ଇତିହାସରେ ପ୍ରଥମ, ଭାରତ ଆଗରେ ୪୪୪ ରନ୍ ଟାଗେର୍ଟ ରଖି ଅଷ୍ଟ୍ରେଲିଆର ରେର୍କଡ଼

World test championship: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ୫ ଦିବସର ଖେଳ ବାକି ରହିଛି । ଏକ ରୋଚକ, ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମୋଡ଼ରେ ରହିଛି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚ୍ । ଚତୁର୍ଥ ଦିନର ଖେଳ ଶେଷରେ ଟିମ୍ ଇଣ୍ଡିଆ ୩ ୱିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଛି । ମ୍ୟାଚ୍ ଜିତିବା ଲାଗି ଭାରତକୁ ଆଉ ୨୮୦ ରନ୍ ଆବଶ୍ୟକ ରହିଛି । 

 

ସୌ(ସୋସିଆଲ ମିଡିଆ)

World test championship 2023: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (World Test Championship)  ଫାଇନାଲରେ ୫ ଦିବସର ଖେଳ ବାକି ରହିଛି । ଏକ ରୋଚକ, ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମୋଡ଼ରେ ରହିଛି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚ୍ । ଚତୁର୍ଥ ଦିନର ଖେଳ ଶେଷରେ ଟିମ୍ ଇଣ୍ଡିଆ ୩ ୱିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଛି । ମ୍ୟାଚ୍ ଜିତିବା ଲାଗି ଭାରତକୁ ଆଉ (Team India)  ୨୮୦ ରନ୍ ଆବଶ୍ୟକ ରହିଛି । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବିରାଟ କୋହଲି (Virat Kohli) ୪୪ ଓ ଅଜିଙ୍କ୍ୟ ରାହାଣେ (Ajinkya Rahane) ୨୦ ରନ୍ ସ୍କୋରରେ ଅପରାଜିତ ରହି ପାଭିଲିୟନ ଫେରିଥିଲେ । ବିଜୟ ଲକ୍ଷ୍ୟ ଅସମ୍ଭବ ମନେ ହେଉଥିଲେ ମଧ୍ୟ ଚତୁର୍ଥ ଦିନର ଭାରତର ପ୍ରଦର୍ଶନ ଫଳରେ ସାମାନ୍ୟ ଆଶା ଉଜ୍ଜୀବିତ ହୋଇଛି । ମାତ୍ର ଟେଷ୍ଟ ମ୍ୟାଚ୍ ର ରେକର୍ଡ ଓ ବିଜୟୀ ଗଣିତକୁ ଦେଖିଲେ ଏହା ଭାରତ ବିପକ୍ଷରେ ରହିଛି । ଲଣ୍ଡନର କେନିଂଟନ ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଇନିଂସ ଘୋଷଣା କରିବା ସହ ଟିମ୍ ଇଣ୍ଡିଆ (Team India) ଆଗରେ ୪୪୪ ରନର ବିଜୟ ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ ଯେ, ଟେଷ୍ଟ ଇତିହାସରେ ବର୍ତ୍ତମାନ ସୁଦ୍ଧା କୌଣସି ଦଳ ୪୨୦ରୁ ଅଧିକ ରନ ଲକ୍ଷ୍ୟ ହାସଲ କରିନଥିବା ବେଳେ ଅଷ୍ଟ୍ରେଲିଆ (Australia ) ଦେଇଥିବା ୪୧୮ ରନକୁ ହାସଲ କରି ୱେଷ୍ଟେଣ୍ଡିଜ (West indies ) ଏହି ରେକର୍ଡ଼ ନିଜ ନାଁରେ କରିଛି । ତେବେ ଆସନ୍ତୁ ନଜର ପକାଇବା ଟେଷ୍ଟ ମ୍ୟାଚରେ କେଉଁ ଦଳ ବିପକ୍ଷ ଟିମ୍ କୁ ଦେଇଥିଲା ବଡ଼ ରନ୍ ଟାଗେର୍ଟ ।

  • ୨୦୦୩ ମସିହାରେ ସେଣ୍ଟ ଜୋନରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ତିଜ ୭ ୱିକେଟ୍ ହରାଇ ଅଷ୍ଟ୍ରେଲିଆ ଦେଇଥିବା ୪୧୮ ରନ୍ ହାସଲ କରିଥିଲା।
  • ସେହିପରି ୨୦୦୮ ମସିହାରେ ସାଉଥଆଫ୍ରିକା ୪ ୱିକେଟ୍ ହରାଇ ଅଷ୍ଟ୍ରେଲିଆ ଦେଇଥିବା ୪୧୪ ରନ୍ ର ବିଜୟ ଲକ୍ଷ୍ୟ ହାସଲ କରିଥିଲା।
  • ୧୯୪୮ ରେ ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ ଇଂଲଣ୍ତ ଦେଇଥିବା ୪୦୪ ରନ୍ ର ଟାର୍ଗେଟକୁ ହାସଲ କରିଥିଲା ।
  • ୧୯୭୬ରେ ଭାରତ ୪ ୱିକେଟ୍ ହରାଇ ୱେଷ୍ଟଇଣ୍ତିଜ ଦେଇଥିବା ୪୦୬ର ବିଜୟ ଲକ୍ଷ୍ୟ ହାସଲ କରିଥିଲା ।
  • ୨୦୨୧ରେ ୱେଷ୍ଟଇଣ୍ତିଜ ବାଲାଂଦେଶ ଦେଇଥିବା ୩୯୫ ରନ୍ ହାସଲ କରି ବିଜୟୀ ହୋଇଥିଲା ।
  • ୨୦୧୭ରେ ଶ୍ରୀଲଙ୍କା ଜିମ୍ବାୱେ ଦେଇଥିବା ୩୯୧ ରନକୁ ୬ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା ।
  • ୨୦୦୮ ରେ ଭାରତ ଇଂଲଣ୍ତ ଦେଇଥିବା ୩୮୭ ରନ୍ ର ବିଜୟ ଲକ୍ଷ୍ୟକୁ ୪ ୱିକେଟ୍ ହରାଇ ହାସଲ କରିଥିଲା ।
  • fallback

ପ୍ରକାଶ ଥାଉ କି, ଟେଷ୍ଟ ମ୍ୟାଚରେ (World Test Championship)  ବିଜୟ ଲାଗି ଭାରତକୁ ଶେଷ ଦିନରେ ୨୮୦ ରନ୍ ର ଆବଶ୍ୟକତା ରହିଛି। ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆ ଭାରତକୁ ୪୪୪ ରନର ଟାର୍ଗେଟ ଦେଇଥିଲା। ଏହାର ପିଛା ଭାରତ ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୧୬୪ ରନ ସଂଗ୍ରହ କରିଛି। ଏବେ ଟାର୍ଗେଟ ଠାରୁ ଦଳ ୨୮୦ ରନ ପଛରେ ରହିଛି। ୪ର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ବିରାଟ କୋହଲି (Virat Kohli) ୪୪ ରନ ଓ ଅଜିଙ୍କ୍ୟ ରାହାଣେ (Ajinkya Rahane) ୨୦ ରନ୍ କରି ଅପରାଜିତ ରହିଛନ୍ତି ।

Also Read- WTC Final 2023: ମ୍ୟାଚକୁ ରୋମାଞ୍ଚକର ମୋଡରେ ପହଞ୍ଚାଇଲେ କୋହଲି-ରାହାଣେ; ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ୨୮୦ ରନ୍ ଆବଶ୍ୟକ