Sikandar Raza Century: ସିକନ୍ଦର ରାଜା ରଚିଲେ ଇତିହାସ; ଦ୍ରୁତତମ ଶତକ କରି ଜିମ୍ବାୱେକୁ ଦେଲେ ସବୁଠୁ ବଡ଼ ବିଜୟ
Advertisement
Article Detail0/zeeodisha/odisha1746621

Sikandar Raza Century: ସିକନ୍ଦର ରାଜା ରଚିଲେ ଇତିହାସ; ଦ୍ରୁତତମ ଶତକ କରି ଜିମ୍ବାୱେକୁ ଦେଲେ ସବୁଠୁ ବଡ଼ ବିଜୟ

Sikandar Raza slams the fastest ODI century for Zimbabwe: ବିଶ୍ୱ କ୍ୱାଲିଫାୟରରେ ଜିମ୍ବାୱେ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସିକନ୍ଦର ରାଜା ଜିମ୍ବାୱେ ପାଇଁ ଦିନିକିଆରେ ଦ୍ରୁତତମ ଶତକ ହାସଲ କରିଛନ୍ତି ।

ସୌ: ସୋସିଆଲ ମିଡିଆ

World Cup Qualifiers 2023: ଜିମ୍ବାୱେରେ ବିଶ୍ୱକପ ୨୦୨୩ ପାଇଁ ୧୦ ଟି ଦଳ ମଧ୍ୟରେ କ୍ୱାଲିଫାୟାର ପର୍ଯ୍ୟାୟର ମ୍ୟାଚ୍ ଖେଳାଯାଉଛି । ଏଥିରେ ଜିମ୍ବାୱେ ବନାମ ନେଦରଲ୍ୟାଣ୍ଡ (Zimbabwe Vs Netherlands) ମଧ୍ୟରେ ପଞ୍ଚମ ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ଜିମ୍ବାୱେର ଅଲରାଉଣ୍ଡର ସିକନ୍ଦର ରଜା ନିଜର (Sikandar Raza) ଚମତ୍କାର ପ୍ରଦର୍ଶନ ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି । ସେ ପ୍ରଥମ ବୋଲିଂ କରି ୪ଟି ୱିକେଟ୍ ନେଇଥିଲେ ଓ ପରେ ଏକ ଶତକ ମାରି ଦଳକୁ ଜିତିଇବା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।

ଏହି ମ୍ୟାଚରେ ପ୍ରଥମେ ବୋଲିଂ କରୁଥିବା ଜିମ୍ବାୱେ ତରଫରୁ ବୋଲିଂ କରିବାକୁ ଯାଇ ସିକନ୍ଦର ରାଜା ୧୦ ଓଭରରେ ୫୫ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ସେ ନେଦରଲ୍ୟାଣ୍ଡର ବିକ୍ରମଜିତ ସିଂ (୮୮), ମ୍ୟାକ୍ସ ଓ’ଡାଉଡ (୫୯), ବସ୍ ଡି ଲିଡେ (୪) ଏବଂ ୱେସଲି ବାରେସି (୪) କୁ ନିଜର ଶିକାର କରିଥିଲେ । ଏହା ପରେ ରାଜା ଜିମ୍ବାୱେ ପାଇଁ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସି ୫୪ ବଲରେ ୧୦୨ ରନ ସ୍କୋର କରିଥିଲେ । ଜିମ୍ବାୱେ ପାଇଁ ଦିନିକିଆରେ ଏହା ଦ୍ରୁତତମ ଶତକ ଥିଲା ।

ସିକନ୍ଦର ରାଜାଙ୍କ ଏହି ଶତକୀୟ ଇନିଂସରେ ୬ଟି ଚୌକା ଓ ୮ଟି ଛକା ସାମିଲ ଥିଲା । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୮୮.୮୯ ଥିଲା । ଏହି ଉତ୍କୃଷ୍ଟ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ସିକନ୍ଦର ରଜାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆୱାର୍ଡ ଦିଆଯାଇଥିଲା ।

ସହଜରେ ଏହି ମ୍ୟାଚକୁ ଜିତି ନେଇଥିଲା ଜିମ୍ବାୱେ 
ଜିମ୍ବାୱେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ମନୋନୀତ କରିଥିଲା । ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡ ଦଳ ୫୦ ଓଭରରେ ୩୧୫ ରନ୍ ସ୍କୋର କରିଥିଲା । ଦଳ ପାଇଁ ଓପନର୍ ବ୍ୟାଟ୍ସମ୍ୟାନ୍ ବିକ୍ରମଜିତ୍ ସିଂ ୮୮ ଓ ମ୍ୟାକ୍ସ ଓ’ଡାଉଡ୍ ୫୯ ରନ୍ ସ୍କୋର କରିଥିଲେ । ଏଥି ସହିତ ଅଧିନାୟକ ସ୍କଟ ଏଡୱାର୍ଡସ୍ ୮ଟି ଚୌକା ସହାୟତାରେ ୭୨ ବଲରେ ୮୩ ରନର ଇନିଂସ ଖେଳିଥିଲେ ।

ଓପନର୍ ଜୋଏଲର୍ଡ ଗୁମ୍ବି (୪୦) ଓ ଅଧିନାୟକ କ୍ରେଗ ଏରୱିନ୍ (୫୦) କରି ୩୧୬ ରନର ପିଛା କରୁଥିବା ଜିମ୍ବାୱେ ଦଳକୁ ଭଲ ଆରମ୍ଭ ଦେଇଥିଲେ । ଏହା ପରେ, ତିନି ନମ୍ବରରେ ବ୍ୟାଟିଂ କରୁଥିବା ସଚିନ ୱିଲିୟମ୍ସ ୧୦ ଟି ଚୌକା ଓ ୨ଟି ଛକା ସହାୟତାରେ ୫୮ ବଲରେ ୯୧ ରନ୍ ସ୍କୋର କରିଥିଲେ । ପଞ୍ଚମ ନମ୍ବରରେ ବ୍ୟାଟିଂ କରିବାକୁ ଆସି ସିକନ୍ଦର ରାଜା ୫୨ ବଲରେ ୧୦୨ ରନ ସ୍କୋର କରି ଦଳକୁ ୪୦.୫ ଓଭରରେ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଥିଲେ ।

ଏହା ବି ପଢନ୍ତୁ: Asia Cup 2023: ଏସିଆ କପରେ ବିନା ମ୍ୟାଚ୍ ଖେଳି ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ; ଟାଇଟଲ୍ ପାଇଁ ପାକିସ୍ତାନ ସହିତ ହେବ ଲଢେଇ!

ଏହା ବି ପଢନ୍ତୁ: ICC ODI World Cup 2023: ଦିନିକିଆ ବିଶ୍ୱକପ ପୂର୍ବରୁ ପାକିସ୍ତାନକୁ ଏକ ବଡ଼ ଝଟକା ଦେଲା ଭାରତ