ବେଦବ୍ୟାସ ଘାଟରେ ଅଘଟଣ, ବ୍ରାହ୍ମଣୀରେ ବୁଡି ୨ ଛାତ୍ର ମୃତ
Advertisement
Article Detail0/zeeodisha/odisha2284529

ବେଦବ୍ୟାସ ଘାଟରେ ଅଘଟଣ, ବ୍ରାହ୍ମଣୀରେ ବୁଡି ୨ ଛାତ୍ର ମୃତ

ସ୍ଥାନୀୟ ଲୋକଙ୍କ ନଜଜରେ ଏହି ଦୃଶ୍ୟ ପଡିବାରୁ ସେମାନେ ଧାଇଁ ଆସି ୪ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।

ବେଦବ୍ୟାସ ଘାଟରେ ଅଘଟଣ, ବ୍ରାହ୍ମଣୀରେ ବୁଡି ୨ ଛାତ୍ର ମୃତ

ରାଉରକେଲା: ବେଦବ୍ୟାସ ଘାଟ ନିକଟରେ ଅଘଟଣ ଘଟିଛି । ବ୍ରାହ୍ମଣୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏଥିସହ ଜଣେ ଛାତ୍ରୀ ଗୁରୁତର ଅଛନ୍ତି ବୋଲି ସୂଚନା ମିଳିଛି । ସମସ୍ତ ଛାତ୍ରଛାତ୍ରୀ ରାଉରକେଲା ଏନଆଇଟିକୁ ଇଣ୍ଟର୍ଣ୍ଣସିପ ପାଇଁ ଆସିଥିବା ସୂଚନା ମିଳିଛି ।

ଖବର ମୁତାବକ, ଆଜି ମଧ୍ୟାହ୍ନରେ ମୋଟ ୬ଜଣ ଛାତ୍ରଛାତ୍ରୀ ପ୍ରସିଦ୍ଧ ବେଦବ୍ୟାସ ପୀଠକୁ ଆସିଥିଲେ । ସେଠାରେ ବୁଲାବୁଲି କରିବା ସହ ବେଦବ୍ୟାସ ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ମନ ବଳାଇବା ସହ ନଦୀ ମଧ୍ୟକୁ ପଶିଥିଲେ । କିନ୍ତୁ ହଠାତ୍ ଜଣକ ପରେ ଜଣେ ନଦୀ ସ୍ରୋତରେ ଖାଲକୁ ଭାସିଯାଇଥିଲେ । ସ୍ଥାନୀୟ ଲୋକଙ୍କ ନଜଜରେ ଏହି ଦୃଶ୍ୟ ପଡିବାରୁ ସେମାନେ ଧାଇଁ ଆସି ୪ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ସେତେବେଳକୁ ୨ ଛାତ୍ରଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା । ସେମାନଙ୍କୁ ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଉଦ୍ଧାର ହୋଇଥିବା ୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ୩ଜଣ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି ।

Also Read- Top 10 News Today: ଓଡ଼ିଶା ଛୁଇଁଲା ମୌସୁମୀ, ପଢ଼ନ୍ତୁ ୧୦ଟି ବଡ଼ ଖବର

Also Read- Gold Reserve in India: ସୁନା ଦର ନେଇ ବଡ଼ ଖବର, ନିବେଶକଙ୍କ ପାଇଁ ବଢିପାରେ ସମସ୍ୟା !