ଏସଟିଏଫ ଦ୍ବାରା ବଜ୍ରକାପ୍ତା ଚାଲାଣକାରୀ ଗିରଫ
Advertisement
Article Detail0/zeeodisha/odisha2386942

ଏସଟିଏଫ ଦ୍ବାରା ବଜ୍ରକାପ୍ତା ଚାଲାଣକାରୀ ଗିରଫ

Pangolin: ବଜ୍ରକାପ୍ତାକୁ କେଉଁଠିକୁ ଚାଲାଣ କରାଯାଉଥିଲା ଓ ଏହି ରାକେଟ ପଛରେ ଆଉ କାହାର ସମ୍ପୃକ୍ତି ରହିଛି ତାହା ଜଣାପଡ଼ି ନାହିଁ।

ଏସଟିଏଫ ଦ୍ବାରା ବଜ୍ରକାପ୍ତା ଚାଲାଣକାରୀ ଗିରଫ

କୋରାପୁଟ: ପୁଣି ଆଉ ଏକ ବଜ୍ରକାପ୍ତା ଜବତ। କୋରାପୁଟ ଜିଲ୍ଲା ନନ୍ଦପୁର ସେମିଳିଗୁଡା ରାସ୍ତା ବଡେଗାଁ ଗ୍ରାମ ନିକଟରୁ ଫରେଷ୍ଟ ଡିଭିଜନ ଓ ପୋଲିସ ସହାୟତାରେ ବଜ୍ରକାପ୍ତା ସହ ଏକ ଅଲ୍ଟୋ କାର ଜବତ ହୋଇଛି। ତେବେ ବଜ୍ରକାପ୍ତା ଚାଲାଣ ବେଳେ ମାଡ଼ି ବସିଲା ଏସଟିଏଫ। କୋରାପୁଟ ଫରେଷ୍ଟ ଡିଭିଜନ ଓ ପୋଲିସ ସହାୟତାରେ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଘଟଣାରେ ୩ ଜଣଙ୍କୁ କାବୁ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ। ଗିରଫ ଅଭିଯୁକ୍ତମାନେ ହେଲେ ସିମିଳିଗୁଡାର ସଦା ଦିଶାରୀ, ପଟାଙ୍ଗୀର ମୋସେସ ଖରା ଓ ସିମିଳିଗୁଡାର ଲାଣ୍ଡୁ ଟାଡିଙ୍ଗି ।

ଅଭିଯୁକ୍ତଙ୍କ ନାଁରେ ଦଫା ୩୦୩ ( ୨ ), ୩୦୭ (୨) , ୬୧(୨) ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୫୧ ଓ ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ବଜ୍ରକାପ୍ତାକୁ କେଉଁଠିକୁ ଚାଲାଣ କରାଯାଉଥିଲା ଓ ଏହି ରାକେଟ ପଛରେ ଆଉ କାହାର ସମ୍ପୃକ୍ତି ରହିଛି ତାହା ଜଣାପଡ଼ି ନାହିଁ।