ସିଏଜି ରିପୋର୍ଟ: ‘କାଳିଆ’ ଅଯୋଗ୍ୟ ହିତାଧିକାରୀଙ୍କୁ ୭୮୨ କୋଟି
Advertisement
Article Detail0/zeeodisha/odisha2425712

ସିଏଜି ରିପୋର୍ଟ: ‘କାଳିଆ’ ଅଯୋଗ୍ୟ ହିତାଧିକାରୀଙ୍କୁ ୭୮୨ କୋଟି

Odisha News: ୪୧.୬୪ ଲକ୍ଷ ହିତାଧିକାରୀଙ୍କୁ ୩ ଥର, ୮.୦୯ ଲକ୍ଷଙ୍କୁ ୨ ଥର ଟଙ୍କା ମିଳିଛି । ୧୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ କେବଳ ଥରଟିଏ କିସ୍ତି ଟଙ୍କା ମିଳିଛି। ଯୋଜନା କାର୍ଯ୍ୟକାରୀବେଳେ ୯.୭୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ମିଳିଥିଲେ। ପରେ ଡାଟାବେସ୍‌ ବିଶ୍ମେଷଣବେଳେ ଆଉ ୨.୯୬ ଲକ୍ଷ ଅଯୋଗ୍ୟ ମିଳିଥିଲେ। ଏମିତି ମୋଟ ୧୨.୭୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ କିସ୍ତି ପାଇଯାଇଥିଲେ। ଏହି ୧୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ ୭୮୨ କୋଟି ନେଇଯାଇଥିଲେ । ସେମିତି ତାଲିମ ନ ଦେଇ ୧୪.୦୪ ଭୂମିହୀନ କୃଷି ଶ୍ରମିକଙ୍କୁ ଟଙ୍କା ଦେଇଥିଲେ। ୧୪.୦୪ ଭୂମିହୀନ କୃଷି ଶ୍ରମିକ ୩ଟି କିସ୍ତି ଟଙ୍କା ପାଇଯାଇଥିଲେ।

ସିଏଜି ରିପୋର୍ଟ:  ‘କାଳିଆ’ ଅଯୋଗ୍ୟ ହିତାଧିକାରୀଙ୍କୁ ୭୮୨ କୋଟି
Odisha News: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ପ୍ରାଥମିକଭାବେ ମିଳିଥିବା ସିଏଜି ତଥ୍ୟ ଅନୁଯାୟୀ, ପୁରୀର ତତ୍କାଳୀନ ଜିଲ୍ଲାପାଳଙ୍କ ପାଇଁ ୮ କୋଟି ଟଙ୍କା କ୍ଷତି ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ରାଜସ୍ୱ ବିଭାଗ ନୀତି ଅନୁସାରେ ସ୍କୁଲ, କଲେଜ ପାଇଁ ରିହାତି ଦରରେ ଜମି ଲିଜ୍‍ ଦେବା ମନା ଥିବାବେଳେ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ପୁରୀ ଜିଲ୍ଲାପାଳ ୫ ଏକର ଜମି ଲିଜ୍ ଦେଇଥିଲେ। ପୁରୀ ଜିଲ୍ଲାପାଳଙ୍କ ଏହି ଅନିୟମିତ କାର୍ଯ୍ୟ ପାଇଁ ୮.୪୭ କୋଟି ରାଜସ୍ୱ ହାନୀ ଘଟିଥିଲା। 
କାଳିଆ ଯୋଜନାର ହୋଇଥିବା ଅନିୟମିତତା ନେଇ ସିଏଜି ରିପୋର୍ଟରେ ଆଖି ତରାଟିଲା ଭଳି ତଥ୍ୟ ଆସିଛି। ସିଏଜି ରିପୋର୍ଟ ଅନୁସାରେ ଅଯୋଗ୍ୟ କାଳିଆ ହିତାଧିକାରୀ ୭୮୨ କୋଟି ଟଙ୍କା ନେଇଛନ୍ତି। ୨୦୧୯ରୁ ୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦେଇଥିଲେ। ୪୧.୬୪ ଲକ୍ଷ ହିତାଧିକାରୀଙ୍କୁ ୩ ଥର, ୮.୦୯ ଲକ୍ଷଙ୍କୁ ୨ ଥର ଟଙ୍କା ମିଳିଛି । ୧୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ କେବଳ ଥରଟିଏ କିସ୍ତି ଟଙ୍କା ମିଳିଛି। ଯୋଜନା କାର୍ଯ୍ୟକାରୀବେଳେ ୯.୭୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ମିଳିଥିଲେ। ପରେ ଡାଟାବେସ୍‌ ବିଶ୍ମେଷଣବେଳେ ଆଉ ୨.୯୬ ଲକ୍ଷ ଅଯୋଗ୍ୟ ମିଳିଥିଲେ। ଏମିତି ମୋଟ ୧୨.୭୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ କିସ୍ତି ପାଇଯାଇଥିଲେ। ଏହି ୧୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ ୭୮୨ କୋଟି ନେଇଯାଇଥିଲେ । ସେମିତି ତାଲିମ ନ ଦେଇ ୧୪.୦୪ ଭୂମିହୀନ କୃଷି ଶ୍ରମିକଙ୍କୁ ଟଙ୍କା ଦେଇଥିଲେ। ୧୪.୦୪ ଭୂମିହୀନ କୃଷି ଶ୍ରମିକ ୩ଟି କିସ୍ତି ଟଙ୍କା ପାଇଯାଇଥିଲେ।
ସେହିପରି ବାଙ୍ଗିରିପୋଷି ତହସିଲଦାରଙ୍କ ପାଇଁ ୧୦ କୋଟିର ରାଜସ୍ୱ ଅନାଦେୟ ରହିଛି। ଲଘୁ ଖଣିଜ ପଦାର୍ଥ ଲିଜ୍ ଧାରୀଙ୍କଠାରୁ ଅଗ୍ରୀମ ରୟାଲିଟି ଆଦାୟ କରିବା କଥା। ବାଙ୍ଗିରିପୋଷି ତହସିଲଦାର କିନ୍ତୁ ୧୦.୩୫ କୋଟି ଆଦାୟ କରିନଥିଲେ। ତହସିଲଦାରଙ୍କ ପାଇଁ ୧୦ କୋଟି ୩୫ ଲକ୍ଷ ରାଜସ୍ୱ ଆଦାୟ ହୋଇପାରିନଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି।
ଅନ୍ୟପଟେ ଜାଲ୍ ପ୍ରମାଣପତ୍ରରେ କେମିତି ଛାତ୍ର ବୃତ୍ତି ହଡ଼ପ କରାଯାଇଛି ତାହାର ଗୁମର ମଧ୍ୟ ସିଏଜି ରିପୋର୍ଟ ଖୋଲିଛି। ୯୭ ଲକ୍ଷ ଟଙ୍କାର ବୃତ୍ତି ଟଙ୍କା ହଡପ୍ କରାଯାଇଥିବା ଦର୍ଶାଯାଇଛି । ଜାଲ୍ ପ୍ରମାଣପତ୍ରରେ ଏସ୍ ସି/ଏସ୍‌ଟି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବୃତ୍ତି ଟଙ୍କା ହଡ଼ପ୍ କରାଯାଇଛି। ଜିଲ୍ଲା କଲ୍ୟାଣ ଅଧିକାରୀ ଯାଞ୍ଚ ନ କରିବାରୁ ୯୭.୩୨ ଲକ୍ଷ ଟଙ୍କା ହଡ଼ପ୍ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ନକଲି ଆୟ ପ୍ରମାଣପତ୍ର ଦେଖାଇ ୪୮ଜଣ ବୃତ୍ତି ଟଙ୍କା ନେଇଛନ୍ତି। ଅନୁବନ୍ଧିତ ହୋଇନଥିବା କିଛି ଶିକ୍ଷାନୁଷ୍ଠାନ ବି ନେଇଯାଇଥିଲେ ବୃତ୍ତି ଟଙ୍କା। ୩୮ଟି ଶିକ୍ଷାନୁଷ୍ଠାନର ୫୬୬୦ ପିଲାଙ୍କୁ ବେଆଇନଭାବେ ୧୮ କୋଟି ଦିଆଯାଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।
ଅପରପକ୍ଷେ ସମବାୟ ବିଭାଗର ଭ୍ରାମ୍ୟମାଣ ଏଟିଏମ୍‌ରେ ବଡ଼ ଦୁର୍ନୀତି ହୋଇଛି। କାର୍ଯ୍ୟକ୍ଷମ ହୋଇନପାରିବାରୁ ଏଟିଏମ୍‌ ପାଇଁ ପାଣିରେ ପଡ଼ିଛି ୮ କୋଟି ଟଙ୍କା। ୨୦୧୬ରୁ ୨୦ ମଧ୍ୟରେ ସମବାୟ ବିଭାଗ ୨୦ଟି ଏଟିଏମ୍‌ କିଣିଥିଲା। ୨୦ଟି ଭ୍ରାମ୍ୟମାଣ ଏଟିଏମ୍‌ ପାଇଁ ଖର୍ଚ୍ଚ ହୋଇଥିଲା ୨୦ କୋଟି ୬୯ ଲକ୍ଷ । ଇଣ୍ଟରନେଟ୍‌ ସମସ୍ୟା ଓ କର୍ମଚାରୀ ନିୟୋଜନ ଅଭାବରୁ ଏଟିଏମ୍‌ ସବୁ ଠପ୍‌ ହୋଇଯାଇଛି। କିଣା ଯାଇଥିବା ଏଟିଏମ୍‌ କାମରେ ନ ଲାଗିବାରୁ ୮ କୋଟି ୬୯ ଲକ୍ଷ ଗୋଲ୍‌ ହୋଇଯାଇଛି।