କାର ଧକ୍କାରେ ୨ ମୃତ, ଜଣେ ଗୁରୁତର: ଦେଖନ୍ତୁ ଘଟଣା ବେଳର ଛାତିଥରା ଦୃଶ୍ୟ
Advertisement
Article Detail0/zeeodisha/odisha1972614

କାର ଧକ୍କାରେ ୨ ମୃତ, ଜଣେ ଗୁରୁତର: ଦେଖନ୍ତୁ ଘଟଣା ବେଳର ଛାତିଥରା ଦୃଶ୍ୟ

Accident: ମୃତ୍ୟୁ ଏମିତି ବି ଆସେ! ରାସ୍ତା କଡ଼ରେ ଗାଡ଼ିକୁ ଅପେକ୍ଷା କରି ଛିଡ଼ାହୋଇଥିବା ବେଳେ ହଠାତ୍ ମାଡ଼ି ଆସିଥିଲା ଯମ ରୂପୀ କାର । ଆଉ ଦେଖୁ ଦେଖୁ ଆଖି ପିଛୁଲାକେ ଚାଲିଗଲା ଦୁଇ ନିରୀହ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ (Ganjam) ଜିଲ୍ଲା ସାନଖେମୁଣ୍ଡି (Sanakhemundi) ବ୍ଲକ ପୋଡା଼ମାରି ବସଷ୍ଟାଣ୍ଡ (Padamari Bus Stand) ମୁଖ୍ୟ ରାସ୍ତାରେ । 

କାର ଧକ୍କାରେ ୨ ମୃତ, ଜଣେ ଗୁରୁତର: ଦେଖନ୍ତୁ ଘଟଣା ବେଳର ଛାତିଥରା ଦୃଶ୍ୟ

Accident News: ମୃତ୍ୟୁ ଏମିତି ବି ଆସେ! ରାସ୍ତା କଡ଼ରେ ଗାଡ଼ିକୁ ଅପେକ୍ଷା କରି ଛିଡ଼ାହୋଇଥିବା ବେଳେ ହଠାତ୍ ମାଡ଼ି ଆସିଥିଲା ଯମ ରୂପୀ କାର । ଆଉ ଦେଖୁ ଦେଖୁ ଆଖି ପିଛୁଲାକେ ଚାଲିଗଲା ଦୁଇ ନିରୀହ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ (Ganjam) ଜିଲ୍ଲା ସାନଖେମୁଣ୍ଡି (Sanakhemundi) ବ୍ଲକ ପୋଡା଼ମାରି ବସଷ୍ଟାଣ୍ଡ (Padamari Bus Stand) ମୁଖ୍ୟ ରାସ୍ତାରେ । ଗତ ବିଳମ୍ବିତ ରାତି ପ୍ରାୟ ୧ଟାରେ ଏକ ଅଜଣା କାର ଗାଡି଼ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକ ୨ ଜଣ ହେଲେ ସୀମାଞ୍ଚଳ ପ୍ରଧାନ ଓ ନିରଞ୍ଜନ ମହାନ୍ତି । ଉଭୟଙ୍କ ଘର ପୋଡ଼ାମାରି ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ସେପଟେ ଦୁର୍ଘଟଣାରେ ଗୁରୁତର ଅମୀର ନାୟକଙ୍କ ଘର ପଦ୍ମପୁର ଗ୍ରାମରେ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାୟୀ, ସୀମାଞ୍ଚଳ ଓ ନିରଞ୍ଜନ ନିଜ ସମ୍ପର୍କୀୟଙ୍କୁ ଧରି କେଉଁ ଆଡ଼େ ଯିବା ପାଇଁ ରାସ୍ତା କଡ଼ରେ ବସକୁ ଅପେକ୍ଷା କରିଥିଲେ । ସେ ସମୟରେ ଅମୀର ମଧ୍ୟ ବସ୍ କୁ ଅପେକ୍ଷା କରି ରାସ୍ତା ଉପରେ ଠିଆ ହୋଇଥିଲେ । ଠିକ୍ ଏତିକି ବେଳେ ଏକ ଅଜଣା କାର ଦ୍ରୃତ ଗତିରେ ଦିଗପହଣ୍ଡି ପଟୁ ଆସି ତପ୍ତପାଣି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପ୍ରଥମେ ଅମୀରଙ୍କୁ ଧକ୍କା ଦେଇଥିଲା । ଏହାପରେ କାରଟି ସୀମାଞ୍ଚଳ ଓ ନିରଞ୍ଜନଙ୍କ ଉପରକୁ ଚଢି ଯାଇଥିଲା । ଦୁର୍ଘଟଣା ପରେ କାରଟି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା। ଦୁର୍ଘଟଣାସ୍ଥଳରେ ହିଁ ସୀମାଞ୍ଚଳ ଓ ନିରଞ୍ଜନ ମୃତ୍ୟୁ ହୋଇଥିଲା । ଘଟଣା ସଂପର୍କରେ ଖବର ପାଇବା ପରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ଅଗ୍ନିଶମ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଯୋଗୁଁ ଗୁରୁତରଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ । ସେଠାରେ ଅଚେତ ଅବସ୍ଥାରେ ଥିବା ସିମାଞ୍ଚଳ ଓ ନିରଞ୍ଜନଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଅମୀରଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଖବର ପାଇ ପାଟପୁର ପୋଲିସ (Pattapur Police Station) ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେପଟେ ବ୍ୟବଚ୍ଛେଦ ଲାଗି ଦୁଇ ମୃତଦେହକୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ ଥିବା କାରକୁ ପାଟପୁର ପୋଲିସ କାବୁ କରିଥିବା ସୂଚନା ମିଳିଛି । ଦୁର୍ଘଟଣା ସମୟର ସଂପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ଏହା ବି ପଢନ୍ତୁ-ଗଞ୍ଜେଇ ଗାଡ଼ି ରିଲିଜ ପାଇଁ ଲାଞ୍ଚ ନେଉଥିବା ବେଳେ ପୋଲିସ SIଙ୍କୁ ମାଡ଼ି ବସିଲା ଭିଜିଲାନ୍ସ