Road Accident: ଅଶୁଭ ଶନିବାର! ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ, ଏକାଧିକ ଆହତ
Advertisement
Article Detail0/zeeodisha/odisha1801004

Road Accident: ଅଶୁଭ ଶନିବାର! ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ, ଏକାଧିକ ଆହତ

Accident News:  ବିଳମ୍ବିତ ରାତିରେ ରାଜଗାଙ୍ଗପୁରରୁ ସିମେଣ୍ଟ ଆଣି ଆସୁଥିବା ଏକ ଟ୍ରକଟି ସୁନ୍ଦରଗଡ଼ ଟାଉନ ଥାନା କୁନାଲ ପେଟ୍ରୋଲ ପମ୍ପ ନିକଟ ରାସ୍ତାରେ ଅନ୍ୟ ଏକ ଟ୍ରକ ଉପରକୁ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଟ୍ରକ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ ।

ସୌ(ସୋସିଆଲ ମିଡିଆ)

Road Accident: ସୁନ୍ଦରଗଡ଼ (Sundargarh )ଟାଉନ ଥାନା କୁନାଲ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident) । ଗୋଟିଏ ଟ୍ରକ ଉପରେ ଅନ୍ୟ ଏକ ଟ୍ରକଟି ଚଢିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଗୁରୁତର ମାନଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଛାନଭିନ୍ ଜାରି ରଖିଛି । ସୁଚନା ଅନୁଯାୟୀ, ଶୁକ୍ରବାର ଦିନ ବିଳମ୍ବିତ ରାତିରେ ରାଜଗାଙ୍ଗପୁରରୁ ସିମେଣ୍ଟ ଆଣି ଆସୁଥିବା ଏକ ଟ୍ରକଟି ସୁନ୍ଦରଗଡ଼ ଟାଉନ ଥାନା କୁନାଲ ପେଟ୍ରୋଲ ପମ୍ପ ନିକଟ ରାସ୍ତାରେ ଅନ୍ୟ ଏକ ଟ୍ରକ ଉପରକୁ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଟ୍ରକ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁଇ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।  ଦୁର୍ଘଟଣା ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ (fire brigade) ଘଟଣାସ୍ଥଳରେ ପହଁଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲେ । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଅନ୍ୟପଟେ, ସମ୍ବଲପୁର ରେମେଡ଼ ଛକରେ (Remed chowk sambalpur) ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀଙ୍କ ନାମ ସିତୁସ୍ମିତା ପ୍ରଧାନ ଅଟେ । ସେ ସମ୍ବଲପୁରର ଏକ ଘରୋଇ କଲେଜର ଛାତ୍ରୀ ଥିଲେ । କ୍ଲାସ୍ ପରେ ଛାତ୍ରୀ ଜଣଙ୍କ ବାପାଙ୍କ ସାଙ୍ଗରେ ବାଇକ ଯୋଗେ ଘରୁକୁ ଫେରୁଥିଲେ । ଏହି ସମୟରେ ରେମେଡ଼ ଛକ ନିକଟରେ ଏକ ଟ୍ରକଟି ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା ଦୁର୍ଘଟଣାରୁ ଅଳକ୍ପେ ବର୍ତ୍ତିଯାଇଥିବା ସୂଚନା ମିଳିଛି । ସେପଟେ, ଭୁବନେଶ୍ବର ମୈତ୍ରୀ ବିହାର ଅଞ୍ଚଳରେ (Bhubaneswar Maitri Vihar) ଏକ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ କାରଟି ବାରିକେଡ ଭାଙ୍ଗି ପ୍ରାୟ ୪୦ ଫୁଟ ତଳକୁ ଖସିପଡ଼ିଥିଲା । ପାଣିରେ ପଡିଯାଇଥିବାରୁ କାରର ଡ଼େର କି ଝରକା ଖେଲିନଥିଲା, ଫଳରେ ଡ୍ରାଇଭର ଦୀର୍ଘ ସମୟ ଧରି କାର ଭିତରେ ଫସି ରହିଥିଲେ । ଏନେଇ ଖବର ପାଇବା ପରେ ପିସିଆର (PCR) ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଲାଗି ପଠାଇଥିଲେ ।

Also Read- Weather Update: ଆଜି ପ୍ରବଳ ବର୍ଷା ନେଇ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ୩୧ରୁ ପୁଣି ବଢିବ ବର୍ଷା!

Also Read- ବନକଲାଗି ନୀତି ବିବାଦ: ସବ କମିଟି ବୈଠକ ପରେ ନରମିଲେ ଦତ୍ତ ମହାପାତ୍ର ସେବାୟତ, କିନ୍ତୁ ବାହାରିଲାନି ନିଷ୍କର୍ସ

ନିକଟରେ, ଗତ ବୁଧବାର ଦିନ ଏକ କୋଇଲା ବୋଝେଇ ଟ୍ରକ ଓ ୪୦୭ ଗାଡ଼ି ମଧ୍ଯରେ ଦୁର୍ଘଟଣା ଘଟି (Accident) ଜିଅନ୍ତା ଜଳିଯାଇଥିଲେ ଡ୍ରାଇଭର । ଜମନକିରା ଥାନା ୫୩ ନଂ ଜାତୀୟ ରାଜପଥରେ ଘଟିଥିଲା ଏହି ଛାତିଥରା ଦୁର୍ଘଟଣା । ୫୩ ନଂ ଜାତୀୟ ରାଜପଥରେ ଏକ କୋଇଲା ବୋଝେଇ ଟ୍ରକ ଓ ୪୦୭ ଗାଡ଼ି ମଧ୍ଯରେ ଦୁର୍ଘଟଣା ହୋଇଥିଲା । ଫଳରେ ୪୦୭ ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ହେଲପରଙ୍କ ଅବସ୍ଥା ଗୁରୁତର ହୋଇଥିଲା ।