ଏସସିବିରେ ୨ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ କାର୍ଯ୍ୟାନୁଷ୍ଠାନ, ବହିଷ୍କାର ହେଲେ ଡାକ୍ତର ଦିଲବାଗ୍ ସିଂ
Advertisement
Article Detail0/zeeodisha/odisha2397792

ଏସସିବିରେ ୨ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ କାର୍ଯ୍ୟାନୁଷ୍ଠାନ, ବହିଷ୍କାର ହେଲେ ଡାକ୍ତର ଦିଲବାଗ୍ ସିଂ

Cuttack SCB: ଏହି ଘଟଣାରେ ତୁରନ୍ତ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁରଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ଏସସିବିରୁ ବହିଷ୍କୃତ କରାଯାଇଛି।

ଏସସିବିରେ ୨ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ କାର୍ଯ୍ୟାନୁଷ୍ଠାନ, ବହିଷ୍କାର ହେଲେ ଡାକ୍ତର ଦିଲବାଗ୍ ସିଂ

କଟକ: କଟକ ଏସସିବିରେ ୨ ମହିଳା ରୋଗୀଙ୍କୁ ଜଣେ ଡାକ୍ତର ଚିକିତ୍ସା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ତୁମ୍ବିତୋଫାନ। ଏହି ଘଟଣାରେ ତୁରନ୍ତ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁରଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ଏସସିବିରୁ ବହିଷ୍କୃତ କରାଯାଇଛି। ଏସସିବି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ବହିଷ୍କୃତ କରାଯାଇଛି। ଏଥିରେ ବହିଷ୍କାର ପ୍ରସ୍ତାବ ଗୃହୀତ ହୋଇଥିବା କହିଛନ୍ତି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରା ଡାକ୍ତର ଦିଲବାଗଙ୍କୁ ବହିଷ୍କାର ପାଇଁ ପୂର୍ବରୁ ଡିଏମଇଟି ନିର୍ଦ୍ଦେଶ ଦେଇଥିଲୋ ଯାହାକୁ ଶୁକ୍ରବାର ଏସ୍‌ସିବି କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରିଛନ୍ତି।

ସୂଚନା ଅନୁସାରେ ଅଗଷ୍ଟ ୧୧ ତାରିଖରେ ଜଣେ ଡାକ୍ତରଙ୍କ ସଂପର୍କୀୟ ଦୁଇଜଣ ମହିଳା ଇକୋ ଟେଷ୍ଟ ପାଇଁ ଯାଇଥିବା ବେଳେ ସେଠାରେ ଅନ୍ୟ ଜଣେ ଡାକ୍ତର ସେମାନଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ। ଏହା ପରେ ସଂପୃକ୍ତ ମହିଳାଙ୍କ ସଂପର୍କୀୟ ମାନେ ଅଭିଯୁକ୍ତ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିଲୋ ପୀଡ଼ିତା ମହିଳାଙ୍କ ଅଭିଯୋଗ ପରେ ମଙ୍ଗଳାବାଗ ଥାନା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂହ ଠାକୁରଙ୍କୁ ଗିରଫ କରିଥିଲା।