Ratnabhandar: ପୁଣି ରତ୍ନଭଣ୍ଡାର ବିବାଦ, ମନ୍ତ୍ରୀ କହିଲେ ତାରିଖ ଗୁଜବ
Advertisement
Article Detail0/zeeodisha/odisha2319747

Ratnabhandar: ପୁଣି ରତ୍ନଭଣ୍ଡାର ବିବାଦ, ମନ୍ତ୍ରୀ କହିଲେ ତାରିଖ ଗୁଜବ

Ratnabhandar: ଆଜି ରାଜ୍ୟର ପ୍ରମୁଖ ଖବରକାଗଜ ଓ ଟିଭି ଚ୍ୟାନେଲରେ ରଥଯାତ୍ରା ପର ଦିନ ରତ୍ନ ଭଣ୍ଡାର ଖୋଲିବ ବୋଲି ଖବର ପ୍ରକାଶ ପାଇଛି।  ୪ ତାରିଖ ଦିନ ଜଷ୍ଟିସ୍‍ ଅରିଜିତ ପଶାୟତ ପୁରୀ ଆସି ସମୀକ୍ଷା କରିବେ। ଏହାପରେ ୨୦ ଦିନ ଧରି ରତ୍ନଭଣ୍ଡାର ଗଣତି, ମଣତି  କାର୍ଯ୍ୟ ଚାଲିବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ଅଛି। କିନ୍ତୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏହାକୁ ଖଣ୍ତନ କରିଛନ୍ତି।

Ratnabhandar: ପୁଣି ରତ୍ନଭଣ୍ଡାର ବିବାଦ, ମନ୍ତ୍ରୀ କହିଲେ ତାରିଖ ଗୁଜବ

Ratnabhandar: ରତ୍ନଭଣ୍ଡାର ଖୋଲିବାକୁ ନେଇ ଗୁଜବ ପ୍ରଚାର ହେଉଛି। ଯେଉଁ ତାରିଖ ଗଣମାଧ୍ୟମରେ ଘୋଷଣା କରାଯାଉଛି ସେବାବଦରେ ସରକାର ବି ଅନ୍ଧକାରରେ ରହିଛନ୍ତି। ସରକାର ରତ୍ନ ଭଣ୍ଡାରରର ଗଣତି ମଣତି ପାଇଁ ପ୍ରତିବଦ୍ଧ ଥିଲେ ମଧ୍ୟ କେବେ ଏହା ହେବ ସେ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ଏବଂ ନିଷ୍ପତ୍ତି ନିଆଯିବା ପରେ ତାହା ସାର୍ବଜନୀନ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଆଜି ରାଜ୍ୟର ପ୍ରମୁଖ ଖବରକାଗଜ ଓ ଟିଭି ଚ୍ୟାନେଲରେ ରଥଯାତ୍ରା ପର ଦିନ ରତ୍ନ ଭଣ୍ଡାର ଖୋଲିବ ବୋଲି ଖବର ପ୍ରକାଶ ପାଇଛି।  ୪ ତାରିଖ ଦିନ ଜଷ୍ଟିସ୍‍ ଅରିଜିତ ପଶାୟତ ପୁରୀ ଆସି ସମୀକ୍ଷା କରିବେ। ଏହାପରେ ୨୦ ଦିନ ଧରି ରତ୍ନଭଣ୍ଡାର ଗଣତି, ମଣତି  କାର୍ଯ୍ୟ ଚାଲିବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ଅଛି। କିନ୍ତୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏହାକୁ ଖଣ୍ତନ କରିଛନ୍ତି।

କିଛିଦିନ ପୂର୍ବରୁ ପୁରୀରେ ଅବସ୍ଥାପିତ ଭାରତୀୟ ପ୍ରତ୍ନତତ୍ତ୍ୱ ସଂରକ୍ଷଣ ସଂସ୍ଥାନର ସୁପରିଣ୍ଟେଣ୍ଡେଣ୍ଟ ଏହି ସୂଚନା ଦେଇଥିଲେ। ସେତେବଳେ ମନ୍ତ୍ରୀ ଖପ୍ପା ହୋଇ ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ କରିଥିଲେ। ଏହାପରେ ପୁଣିଥରେ ଗଜପତି ମହାରାଜା ମଧ୍ୟ ଏକ ଟିଭି ସାକ୍ଷାତକାରରେ ରଥଯାତ୍ରା ସମୟକୁ ଉଚିତ ବୋଲି କହିଥିଲେ। ଏବେ ପୁଣିଥରେ ଏପରି ଏକ ଖବର ପ୍ରକାଶ ପରେ ଏବେ ବିଭାଗରେ ତାଳମେଳ ନଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଏପରିକି କିଛି ବାହ୍ୟ କାରକ ପୁରୁଣା ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ପ୍ରତ୍ୟକ୍ଷ ବା ବରୋକ୍ଷ ଭାବରେ ଚାପ ପକାଉଥିବା ନେଇ ଅଭିଯୋଗ ହୋଇଛି। ସରକାର କୌଣସି ନିଷ୍ପତ୍ତି ନେଇ ନଥିବା ବେଳେ ଏପରି ଖବର କିପରି ସାମ୍ନାକୁ ଆସୁଛି ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।