Ama Odisha Nabin Odisha: 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମକୁ ବିରୋଧ କଲେ ସରପଞ୍ଚ-ସମିତି ସଭ୍ୟ
Advertisement
Article Detail0/zeeodisha/odisha1952665

Ama Odisha Nabin Odisha: 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମକୁ ବିରୋଧ କଲେ ସରପଞ୍ଚ-ସମିତି ସଭ୍ୟ

Ama Odisha Nabin Odisha Program: ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ସରପଞ୍ଚ ତଥା ସମିତି ସଦସ୍ୟ।

Ama Odisha Nabin Odisha: 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମକୁ ବିରୋଧ କଲେ ସରପଞ୍ଚ-ସମିତି ସଭ୍ୟ

Protest Against Ama Odisha Nabin Odisha in Koraput: 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି ସରପଞ୍ଚ-ସମିତି ସଭ୍ୟ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ସୀମାନ୍ତ ବନ୍ଧୁଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି ବନ୍ଧୁଗାଁ ବ୍ଲକ ପଞ୍ଚାୟତ ପ୍ରତିନିଧି ସରପଞ୍ଚ ତଥା ସମିତି ସଭ୍ୟ। ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ଦୋଷ ଦେଇଛନ୍ତି ଜନପ୍ରତିନିଧି। 

ଆମ ଓଡିଶା ନବୀନ ଓଡିଶା ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଝିନ୍ନ ହିକକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଯୋଗ ଦେଇଥିଲେ। ଏହି ବୈଠକରେ ପୂର୍ବତନ ସାଂସଦଙ୍କ ଉପସ୍ଥିତି ପରେ କେତେକ ସରପଞ୍ଚ ତଥା ସମିତି ସଭ୍ୟ ସଭ୍ୟା ବୈଠକକୁ ବର୍ଜନ କରି ବାହାରକୁ ଚାଲି ଆସିଥିଲେ। ଉପସ୍ଥିତ ଅନ୍ୟ ପଞ୍ଚାୟତ ପ୍ରତିନିଧି ସେମାନଙ୍କୁ ଗୁରୁତ୍ୱ ଦିଆ ଯାଉନଥିବାରୁ ବିକାଶ କାମ ଦଳ ଭିତ୍ତିକ ଚୟନ ହେଉଛି ବୋଲି ମତ ରଖିଥିଲେ। 

ଏନେଇ ହୋଇଥିବା ଅଭିଯୋଗ ଅନୁଯାୟୀ ବିନା ଅନୁମୋଦନରେ ଆକ୍ସନ ପ୍ଲାନ୍ ପଞ୍ଚାୟତ ସମିତି ପକ୍ଷରୁ ଦିଆଯାଇଛି। ଜନପ୍ରତିନିଧିଙ୍କୁ ଅଣଦେଖା କରିବା ଏବଂ ବିକାଶ ମୂଳକ କାମ ବିନା ପଲ୍ଲୀ ସଭାରେ କିପରି ଅନୁମୋଦନ କରାଯାଉଛି ବୋଲି ଉକ୍ତ ବୈଠକରେ ପ୍ରଶ୍ନ କରିଥିଲେ ଜନ ପ୍ରତିନିଧି। 'ଆମ ଓଡିଶା ନବୀନ ଓଡିଶା' ଯୋଜନାକୁ ବିରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି ପଞ୍ଚାୟତ ପ୍ରତିନିଧି। 'ଆମ ଓଡିଶା ନବୀନ ଓଡିଶା' ଯୋଜନା ମାଧ୍ୟମରେ ପ୍ରତି ପଞ୍ଚାୟତରେ ୫୦ ଲକ୍ଷ ଟଙ୍କା ପାଣ୍ଠି ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଛି। ମାତ୍ର ଏହା ଦଳୀୟ ଭିତ୍ତିକ ଭାବେ ନ କରାଯାଇ ପଞ୍ଚାୟତର ବିକାଶ ଦିଗରେ ଉପଯୁକ୍ତ ମାର୍ଗରେ କାମ କରିବା ଉଚିତ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।