ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ୍‌ ଗ୍ରୁପ୍ ଆଇପିୟୁର ଉପସଭାପତି
Advertisement
Article Detail0/zeeodisha/odisha2350567

ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ୍‌ ଗ୍ରୁପ୍ ଆଇପିୟୁର ଉପସଭାପତି

Aparajita sarangi: ଏସିଆ ପାସିଫିକ୍ ଗ୍ରୁପ୍ ସାଂସଦକୁ ନେଇ ଆଇପିୟୁ - ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ ଗଠିତ ହୋଇଛି।

ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ୍‌ ଗ୍ରୁପ୍ ଆଇପିୟୁର ଉପସଭାପତି

ଭୁବନେଶ୍ବର: ଭାଜପା ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ ଗ୍ରୁପ୍ ଆଇପିୟୁର ଉପସଭାପତି। ଅପରାଜିତା ଆଇପିୟୁର କାର୍ଯ୍ୟକାରୀ କମିଟି ଦ୍ବାରା ମନୋନୀତ ହୋଇଥିବା ସୂଚନା ମିଳିଛି। ତେବେ ସେ ବାଚସ୍ପତି ଓମ ବିର୍ଲାଙ୍କ ମାଧ୍ୟମରେ ସୂଚନା ପାଇଥିବା ସୋସିଆଲ ମିଡିଆ ଏକ୍ସରେ ଜଣାଇଛନ୍ତି। 

ଅନ୍ୟପଟେ ଗତ ମାର୍ଚ୍ଚରେ ଜେନିଭାରେ ଆଇପିୟୁ ଆସେମ୍ବ୍‌ଲିରେ ଭାଗ ନେଇଥିଲେ। ଏସିଆ ପାସିଫିକ୍ ଗ୍ରୁପ୍ ସାଂସଦକୁ ନେଇ ଆଇପିୟୁ-ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ ଗଠିତ ହୋଇଛି। ସେ ବାଚସ୍ପତି ଓମ୍‌ ବିର୍ଲାଙ୍କ ଜରିଆରେ ଏହି ସୂଚନା ପାଇଥିବା ତାଙ୍କ ଏକ୍ସ ଆକାଉଣ୍ଟରେ ଜଣାଇଛନ୍ତି।