ସିକ୍ୟୁରିଟି ଓ ସୁଇପରଙ୍କୁ ମାଡ଼, ଥାନାରେ ମାମଲା
Advertisement
Article Detail0/zeeodisha/odisha2370517

ସିକ୍ୟୁରିଟି ଓ ସୁଇପରଙ୍କୁ ମାଡ଼, ଥାନାରେ ମାମଲା

Odisha crime: ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ କରୁଛି। ମେଡିକାଲ ସମ୍ମୁଖରେ ଥିବା ମେଡ଼ିସିନ ଷ୍ଟୋରରେ ଲାଗିଥିବା ସିସିଟିଭି ଯାଞ୍ଚ କରିଛି। 

ସିକ୍ୟୁରିଟି ଓ ସୁଇପରଙ୍କୁ ମାଡ଼, ଥାନାରେ ମାମଲା

ଗଞ୍ଜାମ: ଗଞ୍ଜାମର ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସିକ୍ୟୁରିଟି ଓ ସୁଇପରଙ୍କୁ ବିଳମ୍ବିତ ରାତିରେ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ କରୁଛି। ମେଡିକାଲ ସମ୍ମୁଖରେ ଥିବା ମେଡ଼ିସିନ ଷ୍ଟୋରରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଦୋଷୀକୁ ଖୋଜି ବାହାର କରାଯିବ ବୋଲି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି। 

ଅଭିଯୋଗ ଅନୁସାରେ, ବିଳମ୍ୱିତ ରାତିରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ମେଡିକାଲ ଆସି ଡାକ୍ତର କାହାନ୍ତି ବୋଲି ପଚାରିଥିଲେ। କଣ ହୋଇଛି କୁହ ବୋଲି ପଚାରିବା ପରେ ଉତକ୍ଷିପ୍ତ ହୋଇ ଉକ୍ତ ଯୁବକ ଜଣକ ସୁଇପର୍‌ ଗୋପାଳ ନାୟକ ଓ ସିକ୍ୟୁରିଟି ଗାର୍ଡ ସିମାଞ୍ଚଳ ବେହେରାଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାରେ ପରେ ଏସ୍‌ଡିପିଓ ଗୌରହରୀ ସାହୁ ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ର ଆସି ଅଭିଯୋଗ କାରୀଙ୍କ ବୟାନ ରେକର୍ଡ କରିଥିଲେ। ପରେ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଥାନାରେ ଏ ନେଇ ଏକ କେସ ନମ୍ବର ୧୭୨/୨୪ରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଆରମ୍ଭ କରିଛି ପୁଲିସ।