Railway Project in Odisha: ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପ ସମୀକ୍ଷା କଲେ ରେଳ ନିରାପତ୍ତା ଆୟୁକ୍ତ
Advertisement
Article Detail0/zeeodisha/odisha1857331

Railway Project in Odisha: ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପ ସମୀକ୍ଷା କଲେ ରେଳ ନିରାପତ୍ତା ଆୟୁକ୍ତ

Bhadrak-Nergundi Third Line Work: ହରିଦାସପୁର-ବରୀ ରେଳ ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟକ୍ଷମ। ରେଳ ନିରାପତ୍ତା ଆୟୁକ୍ତ ନିକଟରେ କରିଥିଲେ ତୃତୀୟ ଲାଇନ ନିର୍ମାଣ କାର୍ଯ୍ୟର ନୀରିକ୍ଷଣ। ପ୍ରାୟ ୯୨ କିମି ଲମ୍ବା ପ୍ରକଳ୍ପ ମଧ୍ୟରୁ ୨୫.୩ କିମି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

Railway Project in Odisha: ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପ ସମୀକ୍ଷା କଲେ ରେଳ ନିରାପତ୍ତା ଆୟୁକ୍ତ

Bhadrak-Nergundi Third Line Project: ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ବେଳେ ହରିଦାସପୁର-ବୈରୀ ରେଳ ଷ୍ଟେସନ (୧୬.୮୦ କିମି) ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ସମାପ୍ତ କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି।

କୋଲକାତା ଦକ୍ଷିଣ ପୂର୍ବ ସର୍କଲ, ରେଳ ନିରାପତ୍ତା ଆୟୁକ୍ତ (Security Commissioner of Indian Railway) ନିକଟରେ ଏହି ରେଳ ସେକ୍ସନ (Indian Railway Section) ନୀରିକ୍ଷଣ କରିଥିଲେ। ନୀରିକ୍ଷଣ କରିବା ସମୟରେ ସମସ୍ତ ନିରାପତ୍ତା ଦିଗକୁ ପୂଙ୍ଖାନୁପୂଙ୍ଖ ଭାବରେ ଯାଞ୍ଚ କରାଯାଇଥିଲା। ଟ୍ରେନ୍ ଯାତାୟାତର ସମ୍ଭାବ୍ୟତା ମାପିବା ପାଇଁ ଏକ ସ୍ପୀଡ୍ ଟ୍ରାଏଲ୍ ମଧ୍ୟ କରାଯାଇଥିଲା।

ପୂର୍ବତଟ ରେଳବାଇ (East Coast Railway) ଅଧିନସ୍ଥ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ (Khurda Road Railway Division) ଅନ୍ତର୍ଗତ ଭଦ୍ରକ ଏବଂ କଟକ ରେଳ ଷ୍ଟେସନ (Bhadrak Cuttack Rail Route) ମଧ୍ୟରେ ରହିଥିବା ହାୱଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନ (Howrah-Chennai Main Railway Line) ଠାରେ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ-ଲାଇନ ପ୍ରକଳ୍ପର (Bhadrak-Nergundi Third Line Project) ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲୁ ରହିଛି। ଏହି ପ୍ରକଳ୍ପ ପାଇଁ ୬୦ ପ୍ରତିଶତରୁ ଅଧିକ ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Railway Minister Ashwini Vaishnav) ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ନିରନ୍ତର ସମୀକ୍ଷା କରିଥିଲେ। ଯେଉଁ କାରଣରୁ ଏହି ପ୍ରକଳ୍ପର ୬୦ ପ୍ରତିଶତରୁ ଅଧିକ କାର୍ଯ୍ୟ ଶେଷ ହୋଇଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଲିଥିବା ଭିନ୍ନ ଭିନ୍ନ ପ୍ରକଳ୍ପ (Railway Project in Odisha) କାର୍ଯ୍ୟ ସହିତ ରେଳମନ୍ତ୍ରୀ ସ୍ଥାନୀୟ ରେଳ ଭିତ୍ତିଭୂମି ବିକାଶକୁ (Railway Infrastructure Development in Odisha) ପ୍ରାଥମିକତା ଦେଉଛନ୍ତି। ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି। ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ କାର୍ଯ୍ୟ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି କରିବ। ଯାହା ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଅସୁବିଧାମୁକ୍ତ ଟ୍ରେନ୍ ଚଳାଚଳ କରାଇବାରେ ସହାୟକ ହେବ।

ପୂର୍ବତଟ ରେଳବାଇ ଅଧିନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଶୀଘ୍ର ସମାପ୍ତି ଉପରେ ଧ୍ୟାନ ଦେବାକୁ ମହାପ୍ରବନ୍ଧକ ମନୋଜ ଶର୍ମା ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ମହାପ୍ରବନ୍ଧକ ରେଳବାଇ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।