ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା, ପର୍ଯ୍ୟଟକଙ୍କ ପାଇଁ ହୋଇଛି ଏଭଳି ବ୍ୟବସ୍ଥା..
Advertisement
Article Detail0/zeeodisha/odisha2361282

ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା, ପର୍ଯ୍ୟଟକଙ୍କ ପାଇଁ ହୋଇଛି ଏଭଳି ବ୍ୟବସ୍ଥା..

Bhitarakanika: ଆସନ୍ତାକାଲି ଠାରୁ ପର୍ଯ୍ୟଟକମାନେ ନବନିର୍ମିତ ସ୍କାଏ ୱାକ୍‌ ବ୍ରିଜ୍‌ ମାଧ୍ୟମରେ ପ୍ରକୃତିର ବୈଭବ, ରଙ୍ଗ ବେରଙ୍ଗର ପକ୍ଷୀଙ୍କ କାକଳି ସହିତ ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ।

ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା, ପର୍ଯ୍ୟଟକଙ୍କ ପାଇଁ ହୋଇଛି ଏଭଳି ବ୍ୟବସ୍ଥା..

କେନ୍ଦ୍ରାପଡ଼ା: ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ସ୍କାଏ ୱାକ୍ ବା ୱାକ୍ ୱେ। ତେବେ ପ୍ରତିବର୍ଷ ପରି ଚଳିତବର୍ଷ ମେ' ୧ରୁ ଜୁଲାଇ ୩୧ ଯାଏ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଥିଲା। 

ଅନ୍ୟପଟେ ଡାଙ୍ଗମାଳଠାରେ କୁମ୍ଭୀର ପ୍ରଜନନ କେନ୍ଦ୍ର ଥିବା ବେଳେ ସେହିଠାରେ ପ୍ରାକୃତିକ ପରିବେଶ ଉପଭୋଗ କରିବା ପାଇଁ ବନବିଭାଗ ପକ୍ଷରୁ ୱାକ ୱେ ନିର୍ମାଣ କରାଯାଇଛି। ଆସନ୍ତାକାଲି ଠାରୁ ପର୍ଯ୍ୟଟକମାନେ ନବନିର୍ମିତ ସ୍କାଏ ୱାକ୍‌ ବ୍ରିଜ୍‌ ମାଧ୍ୟମରେ ପ୍ରକୃତିର ବୈଭବ, ରଙ୍ଗ ବେରଙ୍ଗର ପକ୍ଷୀଙ୍କ କାକଳି ସହିତ ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ। ମ୍ୟାନଗ୍ରୋଭ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ସ୍କାଏ ୱାକ୍‌ ବ୍ରିଜ୍‌ ଅଧିକ ସଂଖ୍ୟାରେ ହରିଣ ଭିଡ଼ ଜମାଉଥିବା ପଡ଼ିଆ ଯାଏ ଲମ୍ବିଛି। ତେବେ ଅଗଷ୍ଟ ୧ରୁ ଏହା ଖୋଲି‍‍‍ବ।