ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ ଭିଜିଲାନ୍ସ ଦ୍ୱାରା ଗିରଫ
Advertisement

ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ ଭିଜିଲାନ୍ସ ଦ୍ୱାରା ଗିରଫ

Vigilance Raid: ସମ୍ପତ୍ତି ବାବଦରେ ସନ୍ତୋଷଜନକ ଉତ୍ତର ନଦେଇପାରିବାରୁ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ଗିରଫ କଲା ଭିଜିଲାନ୍ସ  ।

ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ ଭିଜିଲାନ୍ସ ଦ୍ୱାରା ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଘଟଣାରେ ଗିରଫ ହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ । ଭିଜିଲାନ୍ସ ପ୍ରଶାନ୍ତଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗିରଫ ଯୋଗାଣ ଅଧିକାରୀ ପ୍ରଶାନ୍ତଙ୍କ ଘର ସମେତ ୮ଟି ଯାଗାରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ତାଙ୍କର ଭୁବନେଶ୍ୱରରେ ଦୁଇଟି ଫ୍ଲାଟ, ଦୁଇଟି କୋଠା, ୫ଟି ପ୍ଲଟ ସମେତ ନଗଦ ଟଙ୍କା ଓ ସୁନାଗହଣା ଜବତ କରାଯାଇଛି । ବ୍ୟାଙ୍କ ଆକାଉଣ୍ଟରେ ୧କୋଟି ୪୮ ଲକ୍ଷ ଟଙ୍କା ଏବଂ ନଗଦ ୧ଲକ୍ଷ ୨୧ ହଜାର ଟଙ୍କା ଥିବା ଜଣାପଡିଛି । ସେହିପରି ତାଙ୍କ ଘରୁ ମୋଟ ୫୩୬ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରାଯାଇଛି । ଜବତ ସୁନାଗହଣାର ମୁଲ୍ୟ ୩୦ଲକ୍ଷ ଟଙ୍କା ଉପରେ ହେବ ବୋଲି ଜଣାପଡିଛି । ଏଥିସହିତ ତାଙ୍କ ନିକଟରେ ଗୋଟିଏ ଫୋର ହ୍ୱିଲର ମଧ୍ୟ ରହିଛି । ଯୋଗାଣ ବିଭାଗ ଦାୟିତ୍ୱରେ ଥାଇ ପ୍ରଶାନ୍ତ କିପରି ଏତେ ସମ୍ପତ୍ତିର ମାଲିକ ହେଲେ ସେନେଇ ଭିଜିଲାନ୍ସ ଖୋଳତାଡ କରିଥିଲା । ସନ୍ତୋଷଜନକ ଉତ୍ତର ପ୍ରଶାନ୍ତଙ୍କ ନିକଟରୁ ନପାଇବା ପରେ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

Also Read- ୪୪ କୋଟି ୟୁଜର୍ସଙ୍କୁ ନୂଆ ବର୍ଷ ଗିଫ୍ଟ ଦେଲା ଜିଓ, ଏହି ପ୍ଲାନରେ ମିଳିବ ୨୪ଦିନର ଅଧିକ ଭାଲିଡିଟି

Also Read- Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ଗୁରୁତ୍ତ୍ୱପୂର୍ଣ୍ଣ ଖବର