ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ୫ଶହ ଗ୍ରାମ ସୁନା ସହ ନଗଦ ଟଙ୍କା ଜବତ
Advertisement

ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ୫ଶହ ଗ୍ରାମ ସୁନା ସହ ନଗଦ ଟଙ୍କା ଜବତ

ସମୁଦାୟ ୮ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ରାଜଧାନୀରେ ଥିବା ତାଙ୍କ ସରକାରୀ ଅଫିସ ଓ ସରକାରୀ ବାସଭବନ ସମେତ ପାଣ୍ଡରା, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର, ବ୍ରହ୍ମପୁର, ଭବାନୀପୁରରେ ଭିଜିଲାନ୍ସ ଟିମ୍ ବିଭିନ୍ନ ପ୍ରକାରର ଖୋଳତାଡ ଚଳାଇଛନ୍ତି । 

ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ୫ଶହ ଗ୍ରାମ ସୁନା ସହ ନଗଦ ଟଙ୍କା ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘର ସମେତ ଲିଙ୍କ୍ ଥିବା ସମୁଦାୟ ୮ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ  (vigilance raid)। ରାଜଧାନୀରେ ଥିବା ତାଙ୍କ ସରକାରୀ ଅଫିସ ଓ ସରକାରୀ ବାସଭବନ ସମେତ ପାଣ୍ଡରା, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର, ବ୍ରହ୍ମପୁର, ଭବାନୀପୁରରେ ଭିଜିଲାନ୍ସ ଟିମ୍ ବିଭିନ୍ନ ପ୍ରକାରର ଖୋଳତାଡ ଚଳାଇଛନ୍ତି । 

ଚଢାଉ ସମୟରେ ବିପୁଳ ତଥା ଆୟ ବହିର୍ଭୁତ ସମ୍ପତ୍ତି ମିଳିଥିବା ନେଇ ସୂଚନା ରହିଛି । କେବଳ ଭୁବନେଶ୍ୱରରେ ବାବୁଙ୍କର ୨ଟି ଏକାଧିକ ମହଲାର ବିଲଡିଂ ସହିତ ଦୁଇଟି ସ୍ଥାନରେ ଫ୍ଲାଟ୍ ଏବଂ ୫ଟି ପ୍ଲଟ୍ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରୁ ୫ଶହ ଗ୍ରାମର ସୁନା ସହିତ ନଗଦ ୧ ଲକ୍ଷ ୨୧ ହଜାର ଟଙ୍କା ଜବତ ହୋଇଛି । ଏଥିସହିତ ବ୍ୟାଙ୍କ ଆକାଉଣ୍ଟରେ କୋଟିଏ ୩୭ ଲକ୍ଷ ଟଙ୍କା ରହିଥିବା ଜଣାପଡିଛି । ତେବେ ସମ୍ପୂର୍ଣ୍ଣ ଚଢାଉ ପରେ ଜଣାପଡିବ ଯେ, ଆଉ କେଉଁଠି ବାବୁଙ୍କର ସମ୍ପତ୍ତି ରହିଛି ।

Also Read- ବର୍ଷା-ଅନୁଭବ ବିବାଦ, ବିଚ୍ଛେଦ ପାଇଁ ହାଇକୋର୍ଟ ଦେଲେ ଅନୁମତି

Also Read- Ollywood News: ପରଦାରେ ଅଶ୍ୱିନ-ଆଦ୍ୟାଶାଙ୍କ ରୋମାନ୍ସ