Metro: ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ଭୁବନେଶ୍ବର ମେଟ୍ରୋ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପର ପ୍ୟାକେଜ୍ ବିବିସି-୩ର ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ତର ଆହ୍ବାନ କରିଛି। ଯାହା ତ୍ରିସୁଳିଆ ସ୍କୋୟାର- ବିଜୁପଟ୍ଟନାୟକ ବିମାନ ବନ୍ଦରକୁ ୨୦ଟି ଷ୍ଟେସନ୍ ମାଧ୍ୟମରେ ସଂଯୋଗ କରିବ। ତ୍ରିସୁଳିଆ ରୁ ବିମାନ ବନ୍ଦର ଯାଏଁ ମୋଟ୍ ରେଳ ଲାଇନ୍ ୨୬ କିମି ହୋଇଥିବା ବେଳେ ଏହି ଲାଇନ୍-୧ ବିମାନ ବନ୍ଦର ଠାରୁ ଆଚାର୍ଯ୍ୟ ବିହାର ଯାଏଁ ପ୍ରାୟ ୭,୧୨୨ କିମି ଅଞ୍ଚଳକୁ ସଂଯୋଗ କରିବ।
Trending Photos
Metro: ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ଭୁବନେଶ୍ବର ମେଟ୍ରୋ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପର ପ୍ୟାକେଜ୍ ବିବିସି-୩ର ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ତର ଆହ୍ବାନ କରିଛି। ଯାହା ତ୍ରିସୁଳିଆ ସ୍କୋୟାର- ବିଜୁପଟ୍ଟନାୟକ ବିମାନ ବନ୍ଦରକୁ ୨୦ଟି ଷ୍ଟେସନ୍ ମାଧ୍ୟମରେ ସଂଯୋଗ କରିବ। ତ୍ରିସୁଳିଆ ରୁ ବିମାନ ବନ୍ଦର ଯାଏଁ ମୋଟ୍ ରେଳ ଲାଇନ୍ ୨୬ କିମି ହୋଇଥିବା ବେଳେ ଏହି ଲାଇନ୍-୧ ବିମାନ ବନ୍ଦର ଠାରୁ ଆଚାର୍ଯ୍ୟ ବିହାର ଯାଏଁ ପ୍ରାୟ ୭,୧୨୨ କିମି ଅଞ୍ଚଳକୁ ସଂଯୋଗ କରିବ। ମେଟ୍ରୋ ରହଣୀ ଲାଗି ପ୍ରଥମ ପ୍ୟାକେଜ୍ ବିବିସି-୩ ଅଞ୍ଚଳରେ ୬ ଷ୍ଟେସନ ନିର୍ମାଣ ହେବ। ପ୍ରଥମ ବିମାନ ବନ୍ଦରରେ , ଦ୍ବିତୀୟ କ୍ୟାପିଟାଲ୍ ହସପିଟାଲ୍, ତୃତୀୟ ବାପୁଜି ନଗର(ଶିଶୁ ଭବନ ଛକ), ଚତୁର୍ଥ ମାଷ୍ଟର କ୍ୟାଣ୍ଟିନ୍-ଭୁବନେଶ୍ବର ରେଳ ଷ୍ଟେସନ, ପଞ୍ଚମ ରାମ ମନ୍ଦିର ଛକ, ଷଷ୍ଠ ବାଣୀ ବିହାର ଛକ ଦେଇ ଆଚାର୍ଯ୍ୟ ବିହାର ଯାଏଁ ନିର୍ମାଣ ହେବ।
ALSO READ: Puri News: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୩ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ
୬ ଉଚ୍ଚ ଷ୍ଟେସନ ମାଧ୍ୟମରେ କ୍ୟାପିଟାଲ୍ ହସପିଟାଲକୁ ଆଚାର୍ଯ୍ୟ ବିହାର ସ୍କୋୟାର ସହ ସଂଯୋଗ କରାଯିବ। ପ୍ୟାକେଜ୍ ବିସିସି-୩ ଲାଇନର ଦକ୍ଷିଣ ପାଶ୍ବ ଏବଂ ପ୍ୟାକେଜ୍ ବିବିସି-୨ ପରେ ବିସିସି-୩ ଦ୍ବୀତିୟ ପ୍ରମୁଖ ସିଭିଲ୍ ପ୍ୟାକେଜ୍ । ଯାହା ଲାଇନର ଉତ୍ତର ପାଶ୍ବର ୧୬ ହେକ୍ଟର ପାର୍ସଲରେ ଫୁଲାପୋଖରୀ ଡିପୋ ଓ ଓ୍ବାକସପ୍ ନିର୍ମାଣ ସହ ଜଡିତ। ଏହି ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ୩ ବର୍ଷ ସମୟ ଦିଆଯାଇଥିବା ବେଳେ ୬୩୦.୬୫ କୋଟି ଟଙ୍କା ଏହାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି।
ସୂଚନା ଯୋଗ୍ୟ ଫେବୃଆରୀ ୮ ତାରିଖ ଦିନ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପର୍କରେ ରାଜ୍ୟ ସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ୨୦୨୪, ଜାନୁଆରୀ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ୨୦୨୭, ଡିସେମ୍ବର ସୁଧା ଏହି ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ- ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିସୁଳିଆ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ୫ ହଜାର ୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।