ଲୋକଙ୍କ ମତରେ ଆସିବ ସୁଭଦ୍ରାର ଏସଓପି- ପ୍ରଭାତୀ ପରିଡ଼ା
Advertisement
Article Detail0/zeeodisha/odisha2381997

ଲୋକଙ୍କ ମତରେ ଆସିବ ସୁଭଦ୍ରାର ଏସଓପି- ପ୍ରଭାତୀ ପରିଡ଼ା

Subhadra Yojana: ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ପ୍ରସ୍ତୁତ ସରିଛି ହେଲେ, ଏଥିରେ ଲୋକଙ୍କ ମତାମତ ଲୋଡିଛନ୍ତି ଲୋକଙ୍କ ସରକାର। 

ଲୋକଙ୍କ ମତରେ ଆସିବ ସୁଭଦ୍ରାର ଏସଓପି- ପ୍ରଭାତୀ ପରିଡ଼ା

ଭୁବନେଶ୍ବର: ସାଧାରଣ ଲୋକଙ୍କ ମତାମତ ନିଆଯିବା ପରେ ଜାରି ହେବ ସୁଭଦ୍ରା ଯୋଜନାର ଏସ୍ଓପି। ଏନେଇ ଆଜି ଏଭଳି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ପ୍ରସ୍ତୁତ ସରିଛି, ଲୋକଙ୍କ ମତାମତକୁ ଅପେକ୍ଷା କରାଯାଇଛି। 

ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସ୍‌ଓପି ସାର୍ବଜନୀନ ହେବ। ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହିତାଧିକାରୀଙ୍କୁ ଏହି ଯୋଜନା ମାଧ୍ୟମରେ ଟଙ୍କା ଦିଆଯିବ। ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ପ୍ରସ୍ତୁତ ସରିଛି ହେଲେ, ଏଥିରେ ଲୋକଙ୍କ ମତାମତ ଲୋଡିଛନ୍ତି ଲୋକଙ୍କ ସରକାର। ଏଥିପାଇଁ ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି। ଏହା ସଚିବଙ୍କ ପାଖକୁ ଆସିବା ପରେ ଲୋକମାନେ ଯାହା ମତାମତ ଦେଇଥିବେ, ସେହି ହିସାବରେ ପୁଣି ନିର୍ଦ୍ଧାରିତ ଏସଓପିକୁ ସଂଶୋଧନ କରାଯାଇ ସାର୍ବଜନୀନ କରାଯିବ। ଯାହା ଆସନ୍ତା ୧୪ ତାରିଖ ସୁଦ୍ଧା ଜିଲ୍ଲାପାଳମାନଙ୍କ ପାଖରୁ ଫିଡ୍‌ବ୍ୟାକ୍‌ ରିପୋର୍ଟ ଆସି ଯିବ। ଏହା ସହିତ ଯେପର୍ଯ୍ୟନ୍ତ ଏସଓପି ଆସିନି ସେପର୍ଯ୍ୟନ୍ତ ମହିଳାମାନଙ୍କୁ ସୁଭଦ୍ରା ନେଇ ଭ୍ରମିତ କରନ୍ତୁ ନାହିଁ ବୋଲି କହିଛନ୍ତି ଉପ- ମୁଖ୍ୟମନ୍ତ୍ରୀ ।