ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ
Advertisement
Article Detail0/zeeodisha/odisha2380289

ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ

ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। କହି ରଖୁକି କର୍କଟରେ ପୀଡିତ ହେବା ପରେ ପ୍ରଥମେ ତାଙ୍କୁ କଟକର ଆଚାର୍ଯ୍ୟ ହରିହର ମେଡିକାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଏମସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। 

ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ଜେଲ ବିଭାଗର ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତିଙ୍କର ଗତକାଲି ରାତିରେ ଏମସରେ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ରହି ସେ ଏମସରେ ଚିକିତ୍ସାଧିନ ରହିଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। କହି ରଖୁକି କର୍କଟରେ ପୀଡିତ ହେବା ପରେ ପ୍ରଥମେ ତାଙ୍କୁ କଟକର ଆଚାର୍ଯ୍ୟ ହରିହର ମେଡିକାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଏମସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। 

ସୂଚନାଯୋଗ୍ୟ ୨୦୦୬ ମସିହାରେ ଜଣେ ଜର୍ମାନ ସହପାଠୀଙ୍କୁ ଦୁଷ୍କର୍ମ ମାମଲା ପରେ ବିତ୍ତିହୋତ୍ର ଚର୍ଚ୍ଚାରେ ରହିଥିଲେ। ରାଜସ୍ଥାନ ବୁଲିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିବା ବେଳେ ବିତ୍ତିଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଥିଲା। ଶୁଣାଣିର ମାତ୍ର ୯ ଦିନ ପରେ ବିତ୍ତିହୋତ୍ରଙ୍କୁ ଦଣ୍ଡାଦେଶ ହୋଇଥିଲା । ବିତ୍ତିହୋତ୍ରଙ୍କୁ ୭ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା କରିଥିଲେ କୋର୍ଟ। ଜେଲ୍‌ରେ ଥିବା ବେଳେ ମା’ଙ୍କ ଦେହ ଖରାପ ଦର୍ଶାଇ ପାରୋଲରେ ଆସିଥିଲେ ବିତ୍ତିହୋତ୍ର । ଏହାପରେ ସେ ଆଉ ଜେଲ୍‌କୁ ଫେରି ନ ଥିବା ବେଳେ ଫେରାର ହୋଇ ଯାଇଥିଲେ।

ସେଠାରୁ ଫେରାର ହେବା ପରେ ବିତ୍ତି କେରଳ ଚାଲିଯାଇଥିବା ନେଇ ସୂଚନା ରହିଥିଲା। ସେଠାରେ ସେ ନାଁ ବଦଳାଇ ରାଘବ ରାଜନ ନାଁରେ ଚାକିରି କରିଥିଲେ। ଏହାପରେ ୨୦୧୩ ମସିହାରେ ଧରାପଡ଼ିବା ପରେ ପୂର୍ବ ମାମଲା ସହ ଫେରାର ଘଟଣାରେ ଜେଲ୍ ଯାଇଥିଲେ । ପରେ କର୍କଟରେ ଆକ୍ରାନ୍ତ ହେବାରୁ ଆଗୁଆ ମୁକ୍ତି ଆବେଦନ କରିଥିଲେ। ୫ ବର୍ଷ ଜେଲ୍‌ରେ ରହିସାରିଥିବାରୁ ସୁପ୍ରିମକୋର୍ଟରେ ମୁକ୍ତି ଆବେଦନ କରିଥିଲେ । ସ୍ୱାସ୍ଥ୍ୟ ସମସ୍ୟା ସତ୍ତ୍ୱେ  ସୁପ୍ରିମକୋର୍ଟ ତାଙ୍କ ମୁକ୍ତି ଆବେଦନ ଖାରଜ କରିଥିଲେ। ତେବେ ମାତ୍ର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଜେଲରୁ ମୁକ୍ତି ଦିଆଯାଇଥିଲା। ଜେଲରୁ ଆସିବା ପରେ ସେ ଚିକିତ୍ସାଧିନ ଥିଲେ। ଆଉ ଗତକାଲି ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି।

Also Read- ବିନେଶଙ୍କ ପାଇଁ ବାହାରିଲା ଖାପ ପଞ୍ଚାୟତ, ଭାରତ ରତ୍ନ ସହିତ ଏହି ୭ଟି ବଡ଼ ଦାବି କଲା