Advertisement
Article Detail0/zeeodisha/odisha2283273
Zee OdishaOdisha StatePrashant Jagdev: ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଅନ୍ତରୀଣ ଜାମିନ, ଜାଣନ୍ତୁ କଣ କହିଲେ ପ୍ରଶାନ୍ତଙ୍କ ଓକିଲ...

Prashant Jagdev: ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଅନ୍ତରୀଣ ଜାମିନ, ଜାଣନ୍ତୁ କ'ଣ କହିଲେ ପ୍ରଶାନ୍ତଙ୍କ ଓକିଲ...

Prashant Jagdev Bail: ଆସନ୍ତା ୯ରୁ ୧୧ ତାରିଖ ଯାଏଁ ଜାମିନରେ ରହିବେ ଖୋର୍ଦ୍ଧାର ବିଜେପି ବିଧା୍ୟକ ପ୍ରଶାନ୍ତ ଜଗଦେବ। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି। 

 

Prashant Jagdev
Prashant Jagdev

ଭୁବନେଶ୍ଵର, ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ଅନ୍ତରୀଣ ଜାମିନ। ପ୍ରଶାନ୍ତଙ୍କୁ ୯ ତାରିଖରୁ ଅନ୍ତରୀଣ ଜାମିନ ମିଳିଛି। ୩ ଦିନ ପାଇଁ ଅନ୍ତରୀଣ ଜାମିନ ଦେଲେ ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ। ଶପଥ ଗ୍ରହଣ, ମେଡିକାଲ ଗ୍ରାଉଣ୍ଡ ଓ ଦଶାହ କ୍ରିୟା ପାଇଁ ଜାମିନ ଆବେଦନ ହୋଇଥିଲା। ଆସନ୍ତା ୯ରୁ ୧୧ ତାରିଖ ଯାଏଁ ଜାମିନରେ ରହିବେ ଖୋର୍ଦ୍ଧାର ବିଜେପି ବିଧା୍ୟକ ପ୍ରଶାନ୍ତ ଜଗଦେବ। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି। 

ଅନ୍ୟପଟେ ତାଙ୍କ ଓକିଲ କହିଛନ୍ତି ଯେ, ତିନି ଦିନିଆ ଅନ୍ତରୀଣ ଦେଲେ ଖୋର୍ଦ୍ଧା ଏଡିଜେ-୨ କୋର୍ଟ। ଶପଥ ଗ୍ରହଣ, ମେଡିକାଲ ଗ୍ରାଉଣ୍ଡ, ଦଶାହ କ୍ରିୟା ପାଇଁ ଜାମିନ ଆବେଦନ ହୋଇଥିଲା। ଆସନ୍ତା ୯ରୁ ୧୧ ତାରିଖ ଯାଏଁ ଜାମିନରେ ରହିବେ। 

ସୂଚନା ଥାଉକି, ବୁଥ୍ ଭଙ୍ଗାରୁଜା ଅଭିଯୋଗରେ ଗିରଫ ହୋଇଥଇଲେ ପ୍ରଶାନ୍ତ। ଗତ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗା ଭଙ୍ଗାରୁଜା ନେଇ ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରି ଜେଲ୍ ପଠାଇଥିଲା।

Add Zee News as a Preferred Source

ବୋଲଗଡ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗା ଘଟଣାରେ ଜେଲରେ ଅଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ୨୦୨୪ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮ ହଜାର ୫୯୮ ଭୋଟରେ ପରାଜିତ କରିଥିଲେ।

About the Author