Advertisement
Article Detail0/zeeodisha/odisha1898977
Zee OdishaOdisha Stateପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ଦୋଷ କାଢ଼ିଲେ ସିଏଜି, କହିଲେ ୮ ଲକ୍ଷ ୫୯ ହଜାର ହିତାଧିକାରୀଙ୍କୁ ବାଦ୍‍ ଦିଆଯାଇଛି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ଦୋଷ କାଢ଼ିଲେ ସିଏଜି, କହିଲେ ୮ ଲକ୍ଷ ୫୯ ହଜାର ହିତାଧିକାରୀଙ୍କୁ ବାଦ୍‍ ଦିଆଯାଇଛି

CAG Report: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଥିବା ଗୃହ ଗୁଡ଼ିକର ମଞ୍ଜୁରୀ ଅଗ୍ରାଧିକାର ଭିତ୍ତିରେ କରାଯାଇ ନଥିଲା ବୋଲି ଭାରତର ମହାଲେଖାକାର ସିଏଜି ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି। ଏହାଦ୍ୱାରା ସିଏଜିଙ୍କ  ରିପୋର୍ଟ ବାସ୍ତବରେ ତୃଣମୂଳସ୍ତରରେ ହେଉଥିବା ଦୁର୍ନୀତିକୁ ଉନ୍ମୋଚନ କରିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ଦୋଷ କାଢ଼ିଲେ ସିଏଜି, କହିଲେ ୮ ଲକ୍ଷ ୫୯ ହଜାର ହିତାଧିକାରୀଙ୍କୁ ବାଦ୍‍ ଦିଆଯାଇଛି

ଭୁବନେଶ୍ୱର: ରାଜ୍ୟର ଯୋଗ୍ୟ ବିବେଚିତ ୮ ଲକ୍ଷ ୫୯ ହଜାର ହିତାଧିକାରୀଙ୍କୁ ସ୍ଥାୟୀ ଅପେକ୍ଷା ତାଲିକାରୁ ବାଦ୍‍ ଦେଇଛନ୍ତି ରାଜ୍ୟ ସରକାର (Odisha Govt)। ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଥିବା ଗୃହ ଗୁଡ଼ିକର ମଞ୍ଜୁରୀ ଅଗ୍ରାଧିକାର ଭିତ୍ତିରେ କରାଯାଇ ନଥିଲା ବୋଲି ଭାରତର ମହାଲେଖାକାର ସିଏଜି ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି। ଏହାଦ୍ୱାରା ସିଏଜିଙ୍କ ରିପୋର୍ଟ ବାସ୍ତବରେ ତୃଣମୂଳସ୍ତରରେ ହେଉଥିବା ଦୁର୍ନୀତିକୁ ଉନ୍ମୋଚନ କରିଛି। 

୨୦୨୧ରେ ଶେଷ ହୋଇଥିବା ଆର୍ଥିକ ବର୍ଷର କାରବାରକୁ ଯାଞ୍ଚ କରି ସିଏଜି ଏହି ରିପୋର୍ଟ ପ୍ରକାଶ କରିଛନ୍ତି ଯାହା ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ୨୦୨୩ ବର୍ଷ ପାଇଁ ଏହା ତୃତୀୟ ପ୍ରତିବେଦନ ବୋଲି ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି।  ପ୍ରଧାନମନ୍ତ୍ରୀ ଆବାସ (pm awas yojana) ବଣ୍ଟନରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ସେ ପ୍ରାୟ ସତ୍ୟ ବୋଲି ଏଠାରେ ପ୍ରକାଶ କରିଛନ୍ତି। ସିଧାସଳଖ ରିପୋର୍ଟରେ ଜାଲିଆତି ହୋଇଥିବା ଦର୍ଶାଇଛନ୍ତି। ସେ କହିଛନ୍ତି, ‘ଜାଲିଆତି କାର୍ଯ୍ୟାଦେଶ ଜାରି କରାଯାଇଥିଲା। ଅଣ ହିତାଧିକାରୀଙ୍କୁ ବି ଦେୟ ପ୍ରଦାନ କରାଯାଇଥିଲା। ପୁଣି ସରକାରଙ୍କ ଦ୍ୱାରା ବଣ୍ଟାଯାଇଥିବା ଘର ଭିତରୁ ୪୧ ହଜାର ବିନା ଅନୁମୋଦନରା ହୋଇଥିବାରୁ ସରକାରଙ୍କୁ ୨୯୫ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ ବୋଲି ସିଏଜି ଦର୍ଶାଇଛନ୍ତି। 

ଖାଲି ସେତିକି ନୁହେଁ ଆବାସ ଯୋଜନାରେ ନିଆଯାଇଥିବା ଘର ବିଶାଳ କାୟ ହେବା ସହ ବ୍ୟବସାୟିକ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଯାଞ୍ଚ ବେଳେ  ସିଏଜି ଦେଖିବାକୁ ପାଇଛନ୍ତି। ଆବାସ ସଫ୍ଟରେ ଅନେକ ଗୃହ ସମାପ୍ତ ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ସେଗୁଡ଼ିକ ଅସମ୍ପୂର୍ଣ୍ଣ ହୋଇ ପଡ଼ିଥିବା ସିଏଜି ଯାଞ୍ଚରୁ ପାଇଛନ୍ତି। ସମ୍ପୂର୍ଣ୍ଣ ହୋଇଥିବା ଘରେ ବି ପିଇବା ପାଣି ବ୍ୟବସ୍ଥା ବା ଶୌଚାଳୟ ବ୍ୟବସ୍ଥା ନଥିବା ସିଏଜି ଯାଞ୍ଚରୁ ଜାଣିବାକୁ ପାଇଥିବା କହିଛନ୍ତି।

Add Zee News as a Preferred Source

Also Read- Odisha Assembly: ଦିନକ ପୂର୍ବରୁ ଶେଷ ହେଲା ମୌସୁମୀ ଅଧିବେଶନ: ୭୭୦ରୁ ୮ ପ୍ରଶ୍ନର ଉତ୍ତର ରଖିପାରିଲେ ସରକାର

Also Read- Godrej Group: ଦୁଇଫାଳ ହେବ ୧୨୬ ବର୍ଷର ଗୋଦରେଜ କମ୍ପାନୀ !

About the Author