ରୋମିଓଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୁଲିସ
Advertisement
Article Detail0/zeeodisha/odisha2440308

ରୋମିଓଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୁଲିସ

crime scene: ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରା କହିଛନ୍ତି ଯେ ତଦନ୍ତରେ କୌଣସି ପକ୍ଷପାତିତା କରାଯିବ ନାହିଁ। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ରାତି ତମମା ଜେରା କରୁଛି କ୍ରାଇମବ୍ରାଞ୍ଚ। ପଚରାଉଚରା ବେଳେ ସମସ୍ତ ତଥ୍ୟର ତର୍ଜମା ଚାଲିଛି। 

ରୋମିଓଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୁଲିସ

ଭୁବନେଶ୍ଵର: ଭୁବନେଶ୍ବରରେ ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ରୋଡ ରୋମିଓଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କଲା ଚନ୍ଦକା ଥାନା ପୁଲିସ। କୋର୍ଟରେ ହାଜର ପୂର୍ବରୁ ଘଟଣା ସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ କରାଯାଇଛି। ଗତ ୧୫ତାରିଖ ରାତିରେ ତାରିଖ କଣ ଘଟିଥିଲା। କେଉଁ ସ୍ଥାନରେ ହୋଇଥିଲା ମେଜର ଓ ତାଙ୍କ ବାନ୍ଧବୀ ସହ ରୋଡ ରୋମିଓଙ୍କ ଝଗଡ଼ା ହୋଇଥିଲା। ସୁନ୍ଦରପୁର ଛକରେ ସେହି ଦିନ ରାତିରେ କଣ ଘଟିଥିଲା ତାକୁ ନେଇ ସିନ୍ ରିକ୍ରିଏସନ କରାଯାଇଛି। ପୁଲିସ୍ ଘଟଣାରେ ଫେରାର୍ ଥିବା ଆଉ ୩ରୁ ୪ ଯୁବକଙ୍କୁ ଖୋଜୁଛି। ଶୁକ୍ରବାର ଭାଇରାଲ ହୋଇଥିବା ଭିଡିଓକୁ ଆଧାର କରି ପୁଲିସ୍ ୭ ଯୁବକଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।

ସେପଟେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ତଦନ୍ତ କରୁଛି। ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରା କହିଛନ୍ତି ଯେ ତଦନ୍ତରେ କୌଣସି ପକ୍ଷପାତିତା କରାଯିବ ନାହିଁ। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ରାତି ତମମା ଜେରା କରୁଛି କ୍ରାଇମବ୍ରାଞ୍ଚ। ପଚରାଉଚରା ବେଳେ ସମସ୍ତ ତଥ୍ୟର ତର୍ଜମା ଚାଲିଛି। 

ଅନ୍ୟପଟେ ବର୍ତ୍ତମାନ ଚର୍ଚ୍ଚାରେ ରହିଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନା ଭିତରେ ନିର୍ଯାତନା ଦିଆଯିବା ମାମଲାର ଏକ ଭିଡିଓ ଏବେ ଭାଇରାଲ ହେଉଛି। ତେବେ ଏହା ଥାନା ଭିତରର ଘଟଣା ନୁହେଁ, ଦୁହେଁ ଥାନାକୁ ଆସିବା ପୂର୍ବରୁ ରୋଡ୍‌ ରୋମିଓଙ୍କ ଆକ୍ରମଣର ଶିକାର ହେବାର ଦୃଶ୍ୟ ଏହି ଭିଡିଓରେ ରହିଛି। ମୋବାଇଲରୁ ମୋବାଇଲକୁ ଘୂରି ବୁଲିଥିବା ଏହି ଭାଇରାଲ୍‌ ଭିଡିଓରେ ଏକାଧିକ ଯୁବକ ଚନ୍ଦକା ଥାନା ଅନ୍ତର୍ଗତ ପଥରଗାଡିଆ ନିକଟରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଗାଡ଼ିକୁ ଅଟକାଇ ସେମାନଙ୍କ ସହ ଯାହା କରିଥିଲେ, ସେ ଦୃଶ୍ୟ ରହିଛି। ଭିଡିଓରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ କିଛି ଯୁବକ ଘେରି ଯାଇଛନ୍ତି, ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି। କିଛି ସମୟ ପରେ ଯୁବକମାନେ ସେମାନଙ୍କୁ ଠେଲାପେଲା କରିବା ସହିତ ଧକ୍କା ଓ ଗୋଇଠା ମାରି ଆକ୍ରମଣ କରିଛନ୍ତି। ଯୁକ୍ତିତର୍କ ଓ ଠେଲାପେଲା ବେଶ୍ କିଛି ସମୟଧରି ଚାଲିଛି। ଯୁବକମାନଙ୍କର ହାବଭାବରୁ ଜଣାପଡୁଛି ଯେମିତି ସେମାନେ ଏସବୁରେ ଖୁବ୍‌ ଅଭ୍ୟସ୍ତ। ରାଜଧାନୀ ଉପକଣ୍ଠରେ ଯୁବକମାନେ ନିର୍ଭୟରେ ସଂଘବଦ୍ଧ ହୋଇ ଘୂରି ବୁଲିବା ଏବଂ ଲୋକଙ୍କୁ ଆକ୍ରମଣ କରିବା ଏହି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।