ଗଞ୍ଜାମ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2394641

ଗଞ୍ଜାମ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

CM announcement: ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ଦୁଇଟି ଗାଡ଼ି ରାସ୍ତା କଡରେ ଥିବା ଚା ଦୋକାନ ଉପରକୁ ମାଡ଼ି ଯାଇଥିଲା।

ଗଞ୍ଜାମ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଗଞ୍ଜାମ ସମ୍ବରଝୋଳ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ସହାୟତା ଘୋଷଣା କରିଛନ୍ତି। ସେହିପରି ଗୁରୁତର ଆହତଙ୍କୁ ୧ ଲକ୍ଷ ଲେଖାଏ କ୍ଷତିପୂରଣ ଏବଂ ଆହତଙ୍କ ଚିକିତ୍ସା ସଂପୂର୍ଣ୍ଣ ମାଗଣା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 

ସୂଚନା ଅନୁସାରେ, ଆଜି ସକାଳେ ସମରଝୋଳ ଛକରେ ବସ୍ -ଟ୍ୟାଙ୍କର ଧକ୍କା ହୋଇଥିଲା। ଫଳରେ ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଜାତୀୟ ରାଜପଥ ପଥ ୫୯ କଡ଼ ସମରଝୋଳ ଛକରେ ଏକ ମାଲବୋଝେଇ ଟ୍ରକ ଛିଡା ହୋଇଥିବା ବେଳେ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଖମ୍ବେଶ୍ବରୀ ନାମକ ଏକ ଘରୋଇ ବସଟି ଟ୍ରକକୁ ଓଭରଟେକ୍ କରିଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ଦୁଇଟି ଗାଡ଼ି ରାସ୍ତା କଡରେ ଥିବା ଚା ଦୋକାନ ଉପରକୁ ମାଡ଼ି ଯାଇଥିଲା। ଫଳରେ ଚା ଦୋକାନରେ ଛିଡା ହୋଇ ଚା ପିଉଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୨ ଯାତ୍ରୀଙ୍କୁ ଗୁରୁତର ଆହତ ଅବସ୍ଥାରେ MKCGରେ ଭର୍ତ୍ତି କରାଯାଇଛି।