Crime News: ଫନି ଟଙ୍କା ହଡପ ମାମଲାରେ ବନ୍ଧାହେଲେ ଠକ
Advertisement
Article Detail0/zeeodisha/odisha2149929

Crime News: ଫନି ଟଙ୍କା ହଡପ ମାମଲାରେ ବନ୍ଧାହେଲେ ଠକ

Crime News: ପିପିଲି ଦାଣ୍ଡମୁକୁନ୍ଦପୁର ଆଇଡିବିଆଇ ବ୍ରାଞ୍ଚର ପୂର୍ବତନ ମ୍ୟାନେଜରଙ୍କ ସହ ଅନ୍ୟଜଣେ ଗିରଫ ହୋଇଛନ୍ତି । ମ୍ୟାନେଜରଙ୍କ ନାମ ସରୋଜକାନ୍ତ ବେହେରା ଏବଂ ତାଙ୍କ ସହଯୋଗୀଙ୍କ ନାମ ଆଞ୍ଜେଲ ମିଶ୍ର ବୋଲି ଜଣାପଡିଛି । ସମୁଦାୟ ୩୫ ଜଣ ଲୋକଙ୍କୁ ଋଣ ଦେବାର ପ୍ରଲୋଭନ ଦେଖାଇ ମୋଟ ୩.୭୦ କୋଟି ଟଙ୍କା ଠକେଇ କରିଥିଲେ ଦୁହେଁ ।

Crime News: ଫନି ଟଙ୍କା ହଡପ ମାମଲାରେ ବନ୍ଧାହେଲେ ଠକ

Crime News: ରାଜ୍ୟରେ ଫନି ବାତ୍ୟା ସମୟରେ ଅନେକ ଲୋକ ବେସାହାରା ହୋଇପଡିଥିଲେ । ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା ଫନି । କିନ୍ତୁ ସେହି ଦୁଃସମୟରେ ମଧ୍ୟ କିଛି ବ୍ୟକ୍ତି ଲୋକଙ୍କ ଭାବନା ସହ ଖେଳିବାକୁ ପଛାଇ ନଥିଲେ । ବ୍ୟାଙ୍କରୁ ଋଣ କରାଇଦେବା କହି ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇଥିଲେ କିଛି ବ୍ୟକ୍ତି । ସେପରି ଦୁଇ ଠକଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ୍‌ କ୍ରାଇମବ୍ରାଞ୍ଚର ଅର୍ଥନୀତିକ ଅପରାଧିକ ଶାଖା ବା EOW।

ସୂଚନା ମୁତାବକ, ପିପିଲି ଦାଣ୍ଡମୁକୁନ୍ଦପୁର ଆଇଡିବିଆଇ ବ୍ରାଞ୍ଚର ପୂର୍ବତନ ମ୍ୟାନେଜରଙ୍କ ସହ ଅନ୍ୟଜଣେ ଗିରଫ ହୋଇଛନ୍ତି । ମ୍ୟାନେଜରଙ୍କ ନାମ ସରୋଜକାନ୍ତ ବେହେରା ଏବଂ ତାଙ୍କ ସହଯୋଗୀଙ୍କ ନାମ ଆଞ୍ଜେଲ ମିଶ୍ର ବୋଲି ଜଣାପଡିଛି । ସମୁଦାୟ ୩୫ ଜଣ ଲୋକଙ୍କୁ ଋଣ ଦେବାର ପ୍ରଲୋଭନ ଦେଖାଇ ମୋଟ ୩.୭୦ କୋଟି ଟଙ୍କା ଠକେଇ କରିଥିଲେ ଦୁହେଁ । ବ୍ୟାଙ୍କର ତତ୍କାଳିନ ମ୍ୟାନେଜର ସନ୍ଦୀପ ପଟ୍ଟନାୟକ ଏ ସମ୍ପର୍କରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଦୁହିଁଙ୍କୁ ଗିରଫ କରିଥିବା ଜଣାପଡିଛି ।

Also Read- Love Case: ପ୍ରେମ କଲା ଝିଅ... ଜୀବନ ହାରିଲେ ବାପା ମାଆ

Also Read- Sahara Refund: ନିର୍ବାଚନ ପୂର୍ବରୁ ମିଳିବ କି ସାହାରା ଟଙ୍କା? ଜାଣନ୍ତୁ ଅପଡେଟ୍