Crime News: ରାଜଧାନୀ ଏକ୍ସପ୍ରେସରେ ଗଞ୍ଜେଇ ଚୋରାଚାଲାଣ, ଜଣେ ଗିରଫ
Advertisement

Crime News: ରାଜଧାନୀ ଏକ୍ସପ୍ରେସରେ ଗଞ୍ଜେଇ ଚୋରାଚାଲାଣ, ଜଣେ ଗିରଫ

Crime News: ରାଜଧାନୀ ଏକ୍ସପ୍ରେସରୁ ଗଞ୍ଜେଇ ଜବତ ହୋଇଛି । ଭଦ୍ରକ ରେଳବାଇ ପୋଲିସ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ୨୮ ବର୍ଷୀୟ ଯୁବକଙ୍କ ନାମ ନବନୀତ କୁମାର ଏବଂ ତାଙ୍କ ଘର ବିହାର ବୈଶାଳୀ ଜିଲ୍ଲା ଅନ୍ତର୍ଗତ ଖୋଜପୁରରେ ବୋଲି ଜଣାପଡିଛି ।

ସୂଚନା ମୁତାବକ, ନବନୀତ ଭୁବନେଶ୍ଵର ରେଳ ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରିବା ସମୟରେ ବ୍ୟାଗ ସାହାଯ୍ୟରେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ । ଆରପିଏଫ କର୍ମଚାରୀଙ୍କୁ ଦେଖି ନବନୀତ ନିଜର ହାବଭାବ ବଦଳାଇଥିବା ସମୟରେ ସେ ସନ୍ଦେହ ଘେରକୁ ଆସିଥିଲେ । ତେବେ ଏହାରି ମଧ୍ୟରେ ରାଜଧାନୀ ଏକ୍ସପ୍ରେସ୍ ଭୁବନେଶ୍ୱର ଷ୍ଟେସନ ଛାଡିଦେଇଥିଲା । ଭୁବନେଶ୍ୱର ଆରପିଏଫ ଏନେଇ ଭଦ୍ରକ ଷ୍ଟେଶନ ଆରପିଏଫ କର୍ମଚାରୀଙ୍କୁ ଅବଗତ କରାଇଥିଲେ । ସେଠାରେ ଟ୍ରେନ୍ ପହଞ୍ଚିବା ପରେ ଆରପିଏଫ ଯବାନମାନେ ଉକ୍ତ ବଗିରେ ଚଢଉ କରି ନବନୀତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ନବନୀତଙ୍କ ନିକଟରୁ ୩କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯାଇଛି ବୋଲି ଖବର ମିଳିଛି । ଆରପିଏଫ୍ ନବନୀତଙ୍କୁ ଅଧିକ ପଚରା ଉଚରା କରୁଥିବା ଜଣାପଡିଛି ।

Also Read- Shani Nakshatra Parivartan 2024: ହୋଲି ପରେ ୫ଟି ରାଶି ବ୍ୟକ୍ତିଙ୍କ ଜୀବନରେ ଭରିଯିବ ରଙ୍ଗ

Also Read- Shukra Gochar: ଏପ୍ରିଲରେ ଶୁକ୍ର ଚଳନ ପ୍ରଭାବରୁ ୩ ରାଶିକୁ ଧନପ୍ରାପ୍ତି ଯୋଗ