Advertisement
Article Detail0/zeeodisha/odisha2490701
Zee OdishaOdisha StateOdisha News: ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ

Odisha News: ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ

Weather Update: ଧାମନଗର ବିଜ୍ଞାପିତ ଅଞ୍ଚଳରେ ଲଗାଣ ବର୍ଷା ତଳିଆ ଅଞ୍ଚଳରେ ଥିବା ଘର ଗୁଡିକରେ ବର୍ଷା ପାଣି ପସିବା ଫଳରେ ଘର ଭିତରେ ଆଣ୍ଠୁଏ ଉଚରେ ପାଣି ପସିବାରୁ ସମସ୍ତ ଆସଭାବପତ୍ର ବେଡ ଉପରେ ରଖି ଅତି ଦୟନୀୟ ଅବସ୍ଥାରେ ଥିବାବେଳେ ରୋଷେଇ କରି ନପାରି ଉପବାସ ରହିଛନ୍ତି। ସେହିପରି ଭାବେ ଭଦ୍ରକ ଆଖଣ୍ଡଳମଣି ୩୫ ନମ୍ବର ରାଜ୍ୟ ରାଜପଥ ଅସୁରାଳୀ ଠାରେ ୩ ଫୁଟ ଉଚ୍ଚରୁ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ରେବ ଓ କପାଳି ନଦୀରେ ବନ୍ୟା ପରିସ୍ଥିତି ଆଶଙ୍କା ଦେଖା ଦେଇଛି। ବର୍ଷା ବିତ୍ପାତ ଫଳରେ ବିଭିନ୍ନ ସ୍ଥାନରେ ଲୋକେ ପାଣି ଘେରରେ ଫସିଥିବା ବେଳେ ବିଳମ୍ବିତ ରାତିରେ ଧାମନଗର ଅଗ୍ନିଶମ ବିଭାଗ ୩ ଜଣକୁ କାଲି ଉଧାର ମଧ୍ୟ କରିଛି। 

Odisha News: ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ

Odisha News: (ଅଭୟ ମହାନ୍ତି)ଭଦ୍ରକ ଜିଲ୍ଲାରେ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ହଜାର ହଜାର ହେକ୍ଟର ଧାନ ଓ ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ବିଳମ୍ବରେ ଚଳିତ ବର୍ଷ ଧାନ ଭଲ ହୋଇଥିବା ବେଳେ ଆଉ କିଛିଦିନ ଗଲାପରେ ଅମଳ ହୋଇଥାନ୍ତା ହେଲେ ଏ ଦାନା ବର୍ଷକର ଦାନା ଏ ଚାଷୀ ପାଖରୁ ଛଡେଇ ନେଇଛି। 

ସେହିପରି ଧାମନଗର ବିଜ୍ଞାପିତ ଅଞ୍ଚଳରେ ଲଗାଣ ବର୍ଷା ତଳିଆ ଅଞ୍ଚଳରେ ଥିବା ଘର ଗୁଡିକରେ ବର୍ଷା ପାଣି ପସିବା ଫଳରେ ଘର ଭିତରେ ଆଣ୍ଠୁଏ ଉଚରେ ପାଣି ପସିବାରୁ ସମସ୍ତ ଆସଭାବପତ୍ର ବେଡ ଉପରେ ରଖି ଅତି ଦୟନୀୟ ଅବସ୍ଥାରେ ଥିବାବେଳେ ରୋଷେଇ କରି ନପାରି ଉପବାସ ରହିଛନ୍ତି। ସେହିପରି ଭାବେ ଭଦ୍ରକ ଆଖଣ୍ଡଳମଣି ୩୫ ନମ୍ବର ରାଜ୍ୟ ରାଜପଥ ଅସୁରାଳୀ ଠାରେ ୩ ଫୁଟ ଉଚ୍ଚରୁ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ରେବ ଓ କପାଳି ନଦୀରେ ବନ୍ୟା ପରିସ୍ଥିତି ଆଶଙ୍କା ଦେଖା ଦେଇଛି। ବର୍ଷା ବିତ୍ପାତ ଫଳରେ ବିଭିନ୍ନ ସ୍ଥାନରେ ଲୋକେ ପାଣି ଘେରରେ ଫସିଥିବା ବେଳେ ବିଳମ୍ବିତ ରାତିରେ ଧାମନଗର ଅଗ୍ନିଶମ ବିଭାଗ ୩ ଜଣକୁ କାଲି ଉଧାର ମଧ୍ୟ କରିଛି। 

ସେପଟେ ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଉପରେ ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀ ମନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଦିଓ ବୈତରଣୀ ନଦୀର ଉପର ମୁଣ୍ଡରେ ବର୍ଷା ଏତେ ନାହିଁ ତଥାପି ବନ୍ୟା ପରିସ୍ଥିତି ଏଡାଇ ହେବନି ବୋଲି ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ।

Add Zee News as a Preferred Source
About the Author