ଡ଼େଙ୍ଗୁର ନୂଆ ହଟସ୍ପଟ୍ ପ୍ରିୟଦର୍ଶିନୀ ମାର୍କେଟ: ଗଲାଣୀ ୨ ଜୀବନ, ୧୫ ବ୍ୟବସାୟୀ ଆକ୍ରାନ୍ତ
Advertisement

ଡ଼େଙ୍ଗୁର ନୂଆ ହଟସ୍ପଟ୍ ପ୍ରିୟଦର୍ଶିନୀ ମାର୍କେଟ: ଗଲାଣୀ ୨ ଜୀବନ, ୧୫ ବ୍ୟବସାୟୀ ଆକ୍ରାନ୍ତ

Dengue: ଗତ ୧୫ ଦିନ ମଧ୍ଯରେ ପ୍ରିୟଦର୍ଶିନୀ ମାର୍କେଟର ପ୍ରାୟ ୧୫ ଜଣ ବ୍ୟବସାୟୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ବିଏମସି  ଓ ବିଡ଼ିଏକୁ ଦାୟୀ କରିଛନ୍ତି ପ୍ରିୟଦର୍ଶିନୀ ମାର୍କେଟ ସଂଘର ସଭାପତି ଶରତ ରାଉତ ।

ସୌ(ସୋସିଆଲ ମିଡିଆ)

Dengue: ରାଜ୍ୟରେ ଚିନ୍ତା ବଢାଇଛି ଡ଼େଙ୍ଗୁ (Dengue)। ସେପଟେ ଭୁବନେଶ୍ବର ପ୍ରିୟଦର୍ଶିନୀ ମାର୍କେଟ (Priyadarshini Market Bhubaneswar Building) ପାଲଟିଛି ଡ଼େଙ୍ଗୁର ନୂଆ ହଟସ୍ପଟ୍ (Dengue Hotspot)। ଗତ ୧୫ ଦିନ ମଧ୍ଯରେ ପ୍ରିୟଦର୍ଶିନୀ ମାର୍କେଟର ପ୍ରାୟ ୧୫ ଜଣ ବ୍ୟବସାୟୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ବିଏମସି( BMC) ଓ ବିଡ଼ିଏକୁ (BDA) ଦାୟୀ କରିଛନ୍ତି ପ୍ରିୟଦର୍ଶିନୀ ମାର୍କେଟ ସଂଘର ସଭାପତି ଶରତ ରାଉତ ।

ସୂଚନା ଥାଉ କି, ସଂଘ ସଭାପତି ଶରତ ରାଉତ କହିଛନ୍ତି, ‘ବର୍ଷା ଆରମ୍ଭରୁ ଯେଉଁଭଳି ଭାବେ ମାର୍କେଟ ରାସ୍ତାକୁ ଖୋଳା ଯାଇଥିଲା ତାହା ଡ଼େଙ୍ଗୁ ବୃଦ୍ଧିର ମୁଖ୍ୟ କାରଣ ଅଟେ । କମ୍ପେ୍ଲକ୍ସରେ ପୂର୍ବରୁ ଥିବା ଶୌଚାଳୟକୁ ନବୀକରଣ କରାଯିବ ବୋଲି କହି ବିଏମସି (BMC) ଏହାକୁ ଭାଙ୍ଗି ଦେଇଛି । ବର୍ତ୍ତମାନ ସୁଦ୍ଧା ଏହାର ନିର୍ମାଣ କାମ ସରିନଥିବାରୁ ଏହା ଆବର୍ଜନାର ଗନ୍ତାଘର ପାଲଟିଛି । ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯାଉ, ନହେଲେ ପରିସ୍ଥିତି ଆହୁରି ବିପଦଜନକ ହେବା ନେଇ ଆଶଙ୍କା କରାଯାଉଛି’ । ଅନ୍ୟପଟେ ରାଜଧାନୀରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି ।  ଏଥିପାଇଁ କେବଳ ବିଏମସିକୁ ଦୋଷ ଦେଲେ ହେବନାହିଁ, ବରଂ ସମସ୍ତଙ୍କର ସହଯୋଗରେ ନିଜ ଆଖପାଖକୁ ଅଞ୍ଚଳକୁ ପରିଷ୍କାର ରଖିଲେ ଡ଼େଙ୍ଗୁରୁ ରକ୍ଷା ପାଇବ ବୋଲି ମେୟର ସୁଲୋଚନା ଦାସ (Mayor Sulochana Das) ମତ ଦେଇଛନ୍ତି ।

କିଛିଦିନ ତଳେ କଟକରେ ପ୍ରଥମ ମୁଣ୍ତ ନେଇଥିଲା ଡ଼େଙ୍ଗୁ। ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମୂଳିଆବାଙ୍କ ଗ୍ରାମର ଦୁର୍ଯ୍ୟୋଧନ ଦେହୁରୀ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଶରୀରରେ ଜ୍ବର ଓ ଡେଙ୍ଗୁର ଲକ୍ଷଣ ଦେଖାଦେଇଥିଲେ ସୁଦ୍ଧା ସେ ଚିକିତ୍ସା ପାଇଁ ଡାକ୍ତରଖାନା ନଯାଇ କ୍ବାକ୍‌ଙ୍କ ପାଖରେ ଚିକିତ୍ସା କରାଇଥିଲେ। ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ବଡ଼ମ୍ବା ସରକାରୀ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ପହଁଞ୍ଚିବା ବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା । ଏହା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ଥିବା ସମୟରେ ଜଣେ ପ୍ରସୂତିଙ୍କର ଡ଼େଙ୍ଗୁ ଜନିତ ମୃତ୍ୟୁ ହୋଇଥିଲା । ମୃତ ମହିଳା ଜଣଙ୍କ ଭିଏସଏସ୍ ନଗରର ଶର୍ମିଷ୍ଠା ସେନାପତି । ଏକ ଶିଶୁକନ୍ୟାଙ୍କୁ ଜନ୍ମ ହେବାର ୭ ଦିନ ପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ଜାଗମରା ଧର୍ମ ବିହାର ଅଞ୍ଚଳ ୬୩ ନମ୍ବର ୱାର୍ଡ଼ର ଜଣେ ୭ ବର୍ଷିୟା କୁନି ସାଇସ୍ମିତା ସାହୁଙ୍କର ମଧ୍ଯ ଡ଼େଙ୍ଗୁ ଯୋଗୁଁ ମୃତ୍ୟୁ ହୋଇଥିଲା । ଏହା ଚଳିତ ବର୍ଷ ରାଜଧାନୀର ପ୍ରଥମ ଡ଼େଙ୍ଗୁ ଜନିତ ମୃତ୍ୟୁ ଥିଲା ।

Also Read-Road Accident: ବସକୁ ପିଟିଲା ଆଉ ଏକ ତୀର୍ଥଯାତ୍ରୀ ବସ, ୧୦ ଯାତ୍ରୀ ଆହତ

Also Read-Puri Jagannath Temple: ଶ୍ରୀମନ୍ଦିରରେ ପାରମ୍ପରିକ ପୋଷାକ ବ୍ୟବସ୍ଥା ସହ ମାତୃ-ଶିଶୁ କେନ୍ଦ୍ର ଖୋଲିବା ନେଇ ଉଠିଲା ଦାବି

ପ୍ରକାଶ ଥାଉ କି, ରାଜଧାନୀରେ ଡ଼େଙ୍ଗୁ (Dengue) ପ୍ରତିହତ ନେଇ ଜୋରଦାର ଉଦ୍ୟମ ଜାରି ରଖିଛି ବିମମସି (BMC) । ଏନେଇ ସପ୍ତାହରେ ଦୁଇ ଦିନ ‘ଡ୍ରାଏ ଡ଼େ’ ଚାଲିଥିବା ବେଳେ ଘର ଘର ଅଭିଯାନକୁ ମଧ୍ଯ ଗୁରୁତ୍ବ ଦିଆଯାଉଛି । ଖାଲି ଏତିକି ନୁହେଁ, ଲୋକଙ୍କ ପାଖରେ ସଚେତନତା ବାର୍ତ୍ତା ପହଁଞ୍ଚାଇବା ଲାଗି ‘ଆଗ୍ରେସିଭ ଆୱାରନେସ’ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ତେବେ ଏତେ ସବୁ ପରେ ବି କାବୁ ହୋଇପାରୁନି ଡ଼େଙ୍ଗୁ ।