ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ପୁରୀରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍
Advertisement
Article Detail0/zeeodisha/odisha2488729

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ପୁରୀରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

ଏହି ସ୍ୱତନ୍ତ୍ର ଟ୍ରେନ ପୁରୀରୁ ହାୱଡା ରୁଟରେ ଫେରିବାକୁ ଥିବା ଯାତ୍ରୀମାନଙ୍କ ପାଇଁ ସହାୟକ ହେବ ବୋଲି କୁହାଯାଇଛି । ୦୮୪୯୦ ପୁରୀ-ଶାଲିମାର ସ୍ପେଶାଲ୍ ୨୬.୧୦.୨୦୨୪ ଶନିବାର ରାତି ୧୧ଟା ୩୦ ରେ ଶାଲିମାର ଅଭିମୁଖେ ପୁରୀରୁ ଯାତ୍ରା ଆରମ୍ଭ କରିବ ।

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ପୁରୀରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ପୁରୀରୁ ଶାଲିମାର (ହାୱଡା) ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ଫଳରେ ଅଟକି ରହିଥିବା ଯାତ୍ରୀମାନେ ସହଜରେ ଫେରିବାକୁ ସକ୍ଷମ ହେବେ । ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ଉକ୍ତ ରୁଟରେ କିଛି ଟ୍ରେନ୍ ବାତିଲ କରାଯାଇଥିଲା। ଫଳରେ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଏହି ସ୍ୱତନ୍ତ୍ର ଟ୍ରେନ ପୁରୀରୁ ହାୱଡା ରୁଟରେ ଫେରିବାକୁ ଥିବା ଯାତ୍ରୀମାନଙ୍କ ପାଇଁ ସହାୟକ ହେବ ବୋଲି କୁହାଯାଇଛି । ୦୮୪୯୦ ପୁରୀ-ଶାଲିମାର ସ୍ପେଶାଲ୍ ୨୬.୧୦.୨୦୨୪ ଶନିବାର ରାତି ୧୧ଟା ୩୦ ରେ ଶାଲିମାର ଅଭିମୁଖେ ପୁରୀରୁ ଯାତ୍ରା ଆରମ୍ଭ କରିବ । ତାପରେ ଶାଲିମାରରୁ ଏହି ଟ୍ରେନ୍ ୨୭.୧୦.୨୦୨୪ ରବିବାର ସକାଳ ୧୦ଟା୫୦ରେ ଛାଡିବ । ଏହି ଟ୍ରେନରେ ମାଳତିପାଟପୁର, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ, ଭଦ୍ରକ, ବାଲେଶ୍ୱର, ଖଡଗପୁରରେ ଅଟକି ଲକ୍ଷ ସ୍ଥଳରେ ପହଞ୍ଚିବ । ଏହି ଟ୍ରେନରେ ଉଭୟ ଏସି-୨ ଟାୟାର, ଥ୍ରୀ ଏସି -୩ ଟାୟାର, ୧୦ ଟି ସ୍ଲିପର ଶ୍ରେଣୀ ଅନ୍ତର୍ଭୁକ୍ତ ରହିଛି ।

Also Read- Gyanvapi masjid controversy: ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟକା, ଆବେଦନକୁ ପ୍ରତ୍ୟାଖ୍ୟାନ କଲେ କୋର୍ଟ

Also Read- Saptahik Rashifal: ଅକ୍ଟୋବର ଶେଷ ନଭେମ୍ବର ଆରମ୍ଭରେ ୫ ରାଶିକୁ ଧନ ଲାଭ