Advertisement
Article Detail0/zeeodisha/odisha2488729
Zee OdishaOdisha Stateରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ପୁରୀରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ପୁରୀରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

ଏହି ସ୍ୱତନ୍ତ୍ର ଟ୍ରେନ ପୁରୀରୁ ହାୱଡା ରୁଟରେ ଫେରିବାକୁ ଥିବା ଯାତ୍ରୀମାନଙ୍କ ପାଇଁ ସହାୟକ ହେବ ବୋଲି କୁହାଯାଇଛି । ୦୮୪୯୦ ପୁରୀ-ଶାଲିମାର ସ୍ପେଶାଲ୍ ୨୬.୧୦.୨୦୨୪ ଶନିବାର ରାତି ୧୧ଟା ୩୦ ରେ ଶାଲିମାର ଅଭିମୁଖେ ପୁରୀରୁ ଯାତ୍ରା ଆରମ୍ଭ କରିବ ।

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ପୁରୀରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ପୁରୀରୁ ଶାଲିମାର (ହାୱଡା) ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ଫଳରେ ଅଟକି ରହିଥିବା ଯାତ୍ରୀମାନେ ସହଜରେ ଫେରିବାକୁ ସକ୍ଷମ ହେବେ । ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ଉକ୍ତ ରୁଟରେ କିଛି ଟ୍ରେନ୍ ବାତିଲ କରାଯାଇଥିଲା। ଫଳରେ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଏହି ସ୍ୱତନ୍ତ୍ର ଟ୍ରେନ ପୁରୀରୁ ହାୱଡା ରୁଟରେ ଫେରିବାକୁ ଥିବା ଯାତ୍ରୀମାନଙ୍କ ପାଇଁ ସହାୟକ ହେବ ବୋଲି କୁହାଯାଇଛି । ୦୮୪୯୦ ପୁରୀ-ଶାଲିମାର ସ୍ପେଶାଲ୍ ୨୬.୧୦.୨୦୨୪ ଶନିବାର ରାତି ୧୧ଟା ୩୦ ରେ ଶାଲିମାର ଅଭିମୁଖେ ପୁରୀରୁ ଯାତ୍ରା ଆରମ୍ଭ କରିବ । ତାପରେ ଶାଲିମାରରୁ ଏହି ଟ୍ରେନ୍ ୨୭.୧୦.୨୦୨୪ ରବିବାର ସକାଳ ୧୦ଟା୫୦ରେ ଛାଡିବ । ଏହି ଟ୍ରେନରେ ମାଳତିପାଟପୁର, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ, ଭଦ୍ରକ, ବାଲେଶ୍ୱର, ଖଡଗପୁରରେ ଅଟକି ଲକ୍ଷ ସ୍ଥଳରେ ପହଞ୍ଚିବ । ଏହି ଟ୍ରେନରେ ଉଭୟ ଏସି-୨ ଟାୟାର, ଥ୍ରୀ ଏସି -୩ ଟାୟାର, ୧୦ ଟି ସ୍ଲିପର ଶ୍ରେଣୀ ଅନ୍ତର୍ଭୁକ୍ତ ରହିଛି ।

Also Read- Gyanvapi masjid controversy: ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟକା, ଆବେଦନକୁ ପ୍ରତ୍ୟାଖ୍ୟାନ କଲେ କୋର୍ଟ

Add Zee News as a Preferred Source

Also Read- Saptahik Rashifal: ଅକ୍ଟୋବର ଶେଷ ନଭେମ୍ବର ଆରମ୍ଭରେ ୫ ରାଶିକୁ ଧନ ଲାଭ

About the Author