ନିଶା କାରବାର ରୋକିବାକୁ ଆସିବ କଠୋର ଆଇନ: ଅବକାରୀ ମନ୍ତ୍ରୀ
Advertisement
Article Detail0/zeeodisha/odisha2523589

ନିଶା କାରବାର ରୋକିବାକୁ ଆସିବ କଠୋର ଆଇନ: ଅବକାରୀ ମନ୍ତ୍ରୀ

Excise minister: ସେହିପରି ଅବକାରୀ କମିସନର ନରସିଂହ ଭୋଳ ବିଭାଗୀୟ କାର୍ଯ୍ୟ ଓ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ। ବୈଠକରେ ଅତିରିକ୍ତ ଅବକାରୀ କମିସନର, ଯୁଗ୍ମ କମିସନର, ଅବକାରୀ ସୁପରିନଟେଣ୍ଡେଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି ସୁପରିନଟେଣ୍ଡେଣ୍ଟ ସୁଚରିତା ମିଶ୍ର ଧନ୍ୟବାଦ ଦେଇଥିଲେ। 

ନିଶା କାରବାର ରୋକିବାକୁ ଆସିବ କଠୋର ଆଇନ: ଅବକାରୀ ମନ୍ତ୍ରୀ

ଭୁବନେଶ୍ଵର: ଖଣି ବିଭାଗ ପରେ ସର୍ବାଧିକ ରାଜସ୍ବ ପ୍ରଦାନ କରୁଥିବା ବିଭାଗ ମଧ୍ୟରେ ଅବକାରୀ ବିଭାଗ ଅନ୍ୟତମ। ରାଜ୍ୟର ବିକାଶ ନିମନ୍ତେ ଏହି ରାଜସ୍ବର ପ୍ରମୁଖ ଅବଦାନ ରହିଛି। ହେଲେ ଆସନ୍ତା ଦୁଇବର୍ଷ ମଧ୍ୟରେ ରାଜ୍ୟରୁ ସମସ୍ତ ପ୍ରକାର ବେଆଇନ ନିଶା କାରବାର ବନ୍ଦ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଯେଉଁଥିରେ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ଏବଂ ଜରିମାନା ବ୍ୟବସ୍ଥା ରହିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। 

ଅବକାରୀ ବିଭାଗ ଅଧିନସ୍ଥ ଜିଲ୍ଲା ଅଧୀକ୍ଷକସ୍ତରୀୟ ଅଧିକାରୀମାନଙ୍କୁ ନେଇ ସ୍ଥାନୀୟ ନିର୍ମାଣ ସୌଧଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ଅବକାରୀ ଅଧିକାରୀଙ୍କ ଉଦ୍ୟମ ଯୋଗୁ ପୂର୍ବରୁ ଚାଲି ଆସିଥିବା ଅନେକ ବେଆଇନ କାରବାରକୁ ରୋକାଯାଇ ପାରିଛି। ରାଜ୍ୟ ସରକାର ବିଭାଗର ବିଭିନ୍ନ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ତେଣୁ ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଅବକାରୀ ନିୟମର ଠିକ୍ ଅନୁପାଳନ ଏବଂ ବେଆଇନ ନିଶା କାରବାରକୁ ରୋକିବା ଦିଗରେ କାର୍ଯ୍ୟ କରନ୍ତୁ। ବୈଠକରେ ଅବକାରୀ ବିଭାଗ ସଚିବ ଗୁହାପୁନମ୍ ତାପସ କୁମାର ବେଆଇନ ନିଶା କାରବାର ଓ ବେଆଇନ ମଦଭାଟି ଉପରେ ନିୟମିତ ଚଢ଼ଉ ସହ ଏନ୍‌ଡିପିଏସ୍ ଆଇନର ଠିକ୍ ଅନୁପାଳନ, ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ନିୟମିତ ତାଲିମ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। 

ସେହିପରି ଅବକାରୀ କମିସନର ନରସିଂହ ଭୋଳ ବିଭାଗୀୟ କାର୍ଯ୍ୟ ଓ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ। ବୈଠକରେ ଅତିରିକ୍ତ ଅବକାରୀ କମିସନର, ଯୁଗ୍ମ କମିସନର, ଅବକାରୀ ସୁପରିନଟେଣ୍ଡେଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି ସୁପରିନଟେଣ୍ଡେଣ୍ଟ ସୁଚରିତା ମିଶ୍ର ଧନ୍ୟବାଦ ଦେଇଥିଲେ।