Advertisement
Article Detail0/zeeodisha/odisha2483982
Zee OdishaOdisha Stateସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଦାନା କୁ ମୁକାବିଲା ପାଇଁ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ପ୍ରସ୍ତୁତି

ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ 'ଦାନା' କୁ ମୁକାବିଲା ପାଇଁ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ପ୍ରସ୍ତୁତି

CYCLONIC STORM DANA: ଯଦି ସାଇକ୍ଲୋନନ୍ ସମୟରେ କୌଣସି ଅଘଟଣ ଘଟେ ତାହେଲେ ରୋଗୀଙ୍କ ଯତ୍ନ ନେବା ପାଇଁ ଡିଭିଜନାଲ ରେଲୱେ ହସ୍ପିଟାଲ ଏବଂ ଡିଭିଜନ୍ ରେ ଥିବା ଅନ୍ୟ ସ୍ୱାସ୍ଥ୍ୟ ୟୁନିଟ୍ ଗୁଡ଼ିକୁ ସତର୍କ କରାଯାଇଛି। ଆସନ୍ତା ୨୩ ତାରିଖରୁ ମଣ୍ଡଳ କଣ୍ଟ୍ରୋଲ ଅଫିସ୍ ରେ ଏକ ଜରୁରୀକାଳୀନ ନିୟନ୍ତ୍ରଣ ରୁମ୍ ଖୋଲାଯାଇଛି, ଯାହାକି ସମସ୍ତ ଗ୍ରାହକ ଏବଂ ରେଳ ବ୍ୟବହାରକାରୀଙ୍କ ସହାୟତା ପାଇଁ ଦିନରାତି କାର୍ଯ୍ୟ କରିବ।

ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ 'ଦାନା' କୁ ମୁକାବିଲା ପାଇଁ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ପ୍ରସ୍ତୁତି

ଭୁବନେଶ୍ଵର: ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ' ଦାନା' କୁ ମୁକାବିଲା ପାଇଁ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପକ୍ଷରୁ ପ୍ରସ୍ତୁତି ପ୍ରସ୍ତୁତି ଆରମ୍ଭ କରାଯାଇଛି। ତେବେ ରେଳ ସମ୍ପତ୍ତିର କ୍ଷତି ହ୍ରାସ କରିବା ଏବଂ ଯାତ୍ରୀମାନଙ୍କର କୌଣସି ଅସୁବିଧା ନହେବା ପାଇଁ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଇଛି। ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ୍, ପାରାଦ୍ଵୀପ, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ୍ ଓ ପୁରୀ ଭଳି ରେଳ ଷ୍ଟେସନ୍ ନିକଟସ୍ଥ ଷ୍ଟେସନ୍ ଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏହି ଅବସରରେ ଡିଭିଜନ ଦେଇ ଯାଉଥିବା କିଛିଟା ଟ୍ରେନ୍ ବାତିଲ୍ ହୋଇଛି ଓ ବାତିଲ୍ ଏବଂ ଫେରସ୍ତ ସେବା ପାଇଁ ମୋବାଇଲରେ ସମୁହ ଭାବେ ଆଗୁଆ ଏସଏମଏସ ମାଧ୍ୟମରେ ସମସ୍ତ ଯାତ୍ରୀଙ୍କୁ ଜଣାଇ ଦିଆଯାଉଛି। ସମସ୍ତ ପାୱାର୍ କାର୍ ଏବଂ ଟାୱାର କାର ଗୁଡ଼ିକରେ ଆବଶ୍ୟକ ଇନ୍ଧନ ଏବଂ ମାନବ ଶକ୍ତି ସହିତ ପ୍ରସ୍ତୁତ ରଖାଯାଇଛି। ଷ୍ଟେସନ୍ ବିଲଡିଂ, ଷ୍ଟାଫ୍ କ୍ୱାର୍ଟର୍ସ ଏବଂ ଅନ୍ୟ ରେଳ ପ୍ରତିଷ୍ଠାନ ଗୁଡ଼ିକରେ ଅସ୍ଥାୟୀ ମରାମତି ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଟାରପୁଲିନ୍ ବ୍ୟବସ୍ଥା କରାଯାଇଛି। ଏଥିସହ ସମସ୍ତ ପମ୍ପ ହାଉସକୁ ଜଳ ଯୋଗାଣ ପାଇଁ ସିଣ୍ଟାକ୍ସ ଟ୍ୟାଙ୍କ ସହିତ ପର୍ଯ୍ୟାପ୍ତ ଜଳ ସ°ରକ୍ଷଣ କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ଯନ୍ତ୍ରପାତି ସହିତ ପର୍ଯ୍ୟାପ୍ତ ସଂଖ୍ୟକ ଗଛ କାଟିବା ମେସିନ୍ ମଧ୍ୟ ଟ୍ରାକ୍ ଏବଂ ରାସ୍ତା ସଫା କରିବା ପାଇଁ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକତା ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ୍ ଗୁଡିକର କ୍ୟାଟରିଂ ଷ୍ଟଲ ଗୁଡ଼ିକରେ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଏବଂ ପାଣି ବୋତଲ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ୱାକି-ଟକି, ପାୱାର ବ୍ୟାକଅପ୍ ସହିତ ରେଳ ଫୋନ୍ ଭଳି ସମସ୍ତ ଯୋଗାଯୋଗ ଉପକରଣ ସଠିକ୍ କାର୍ଯ୍ୟ ଅବସ୍ଥାରେ ରଖାଯାଇଛି। ଯଦି ସାଇକ୍ଲୋନନ୍ ସମୟରେ କୌଣସି ଅଘଟଣ ଘଟେ ତାହେଲେ ରୋଗୀଙ୍କ ଯତ୍ନ ନେବା ପାଇଁ ଡିଭିଜନାଲ ରେଲୱେ ହସ୍ପିଟାଲ ଏବଂ ଡିଭିଜନ୍ ରେ ଥିବା ଅନ୍ୟ ସ୍ୱାସ୍ଥ୍ୟ ୟୁନିଟ୍ ଗୁଡ଼ିକୁ ସତର୍କ କରାଯାଇଛି। ଆସନ୍ତା ୨୩ ତାରିଖରୁ ମଣ୍ଡଳ କଣ୍ଟ୍ରୋଲ ଅଫିସ୍ ରେ ଏକ ଜରୁରୀକାଳୀନ ନିୟନ୍ତ୍ରଣ ରୁମ୍ ଖୋଲାଯାଇଛି, ଯାହାକି ସମସ୍ତ ଗ୍ରାହକ ଏବଂ ରେଳ ବ୍ୟବହାରକାରୀଙ୍କ ସହାୟତା ପାଇଁ ଦିନରାତି କାର୍ଯ୍ୟ କରିବ।

ଘୂର୍ଣ୍ଣିଝଡ଼ର ଗତିପଥ ସୂଚନା ପାଇଁ ଜାତୀୟ/ରାଜ୍ୟ ମେଟ୍ରୋଲୋଜିକାଲ ବିଭାଗ ସହିତ ନିରନ୍ତର ସମନ୍ୱୟ ରଖାଯାଉଛି। ଏହି ଅବସରରେ ଖୋର୍ଦ୍ଧାରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍.ଏସ୍ ବାଜୱା ସମସ୍ତ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରୁଛନ୍ତି ଏବଂ ଘୂର୍ଣ୍ଣିଝଡ଼ ପରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଯୋଜନା ମଧ୍ୟ କରିଛନ୍ତି। ଘୂର୍ଣ୍ଣିଝଡ଼ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ପ୍ରସ୍ତୁତ ହେବାକୁ ଏବଂ ଶୀଘ୍ର ପୁନରୁଦ୍ଧାର ପାଇଁ ଯଥାସମ୍ଭବ ସାହାଯ୍ୟ କରିବାକୁ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ଥି।

Add Zee News as a Preferred Source
About the Author