ବେଆଇନ ଗୁଟଖା କାରଖାନାରେ ଚଢ଼ଉ
Advertisement
Article Detail0/zeeodisha/odisha2436996

ବେଆଇନ ଗୁଟଖା କାରଖାନାରେ ଚଢ଼ଉ

Fake gutkha: କିଛି ଦିନ ତଳେ ଶାଲିମାର ନଡ଼ିଆ ତେଲର ରଙ୍ଗ ଓ ଲୋଗୋ ବ୍ୟବହାର କରି ଶିବାନୀ ନାଁରେ ତେଲ ବିକ୍ରୀ କରାଯାଉଥିଲା।

ବେଆଇନ ଗୁଟଖା କାରଖାନାରେ ଚଢ଼ଉ

ବ୍ରହ୍ମପୁର: ନକଲି ତେଲ ପରେ ନକଲି ଗୁଟଖା। ବ୍ରହ୍ମପୁର ସଦର ଥାନା ବାଉଁଶିଆପଲ୍ଲୀରେ ଥିବା ବେଆଇନ୍ ଗୁଟଖା କାରଖାନା ଉପରେ ପୁଲିସ ଚଢ଼ଉ କରିଛି। ବହୁ ପରିମାଣର ଗୁଟଖା, ଗୁଟଖା ପ୍ରସ୍ତୁତି ସାମଗ୍ରୀ ଓ ମେସିନ ଜବତ ହୋଇଛି। ବିପୁଳ ପରିମାଣର ଗୁଟଖା ପ୍ୟାକେଟ ସହ ମେସିନ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି ପୁଲିସ। କାରଖାନାରେ ନିୟୋଜିତ ୫ଜଣ କର୍ମଚାରୀ ଓ ମାଲକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ପୂର୍ବରୁ ଗୁଟଖା କାରାଖାନାର ମାଲିକ ନରେନ୍ଦ୍ର ସାହୁ ତିନି ଥର ଗିରଫ ହୋଇଥିବା ସୂଚନା ମିଳିଛି। କିଛି ଦିନ ତଳେ ଶାଲିମାର ନଡ଼ିଆ ତେଲର ରଙ୍ଗ ଓ ଲୋଗୋ ବ୍ୟବହାର କରି ଶିବାନୀ ନାଁରେ ତେଲ ବିକ୍ରୀ କରାଯାଉଥିଲା। ଚଢ଼ଉ ବେଳେ ବିପୁଳ ତେଲ, ତେଲ ତିଆରି ମେସିନ, ଡବା ଜବତ କରିଥିଲା ପୁଲିସ।