Khandagiri Mela: ଆଜିଠୁ ଆରମ୍ଭ ହେଲା ପ୍ରସିଦ୍ଧ ଖଣ୍ତଗିରି ମେଳା, ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେବ ପାହାଡ଼
Advertisement
Article Detail0/zeeodisha/odisha2112924

Khandagiri Mela: ଆଜିଠୁ ଆରମ୍ଭ ହେଲା ପ୍ରସିଦ୍ଧ ଖଣ୍ତଗିରି ମେଳା, ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେବ ପାହାଡ଼

Khandagiri Mela: ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ତଗିରି ମେଳା। ପରମ୍ପରା, ବିଧି ଓ ବିଶ୍ବାସ ଅନୁସାରେ ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହେଉଛି ବିଶ୍ବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ହୋମଯଜ୍ଞ, ଜପତପ ଓ ପୂଜାର୍ଚ୍ଚନା କରିବେ। ରାମଚରିତ ମାନସ ପାଠ ଯୋଗୁଁ ସମଗ୍ର ପାହାଡ଼ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେବ। 

Khandagiri Mela: ଆଜିଠୁ ଆରମ୍ଭ ହେଲା ପ୍ରସିଦ୍ଧ ଖଣ୍ତଗିରି ମେଳା, ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେବ ପାହାଡ଼

Khandagiri Mela: ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ତଗିରି ମେଳା। ପରମ୍ପରା, ବିଧି ଓ ବିଶ୍ବାସ ଅନୁସାରେ ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହେଉଛି ବିଶ୍ବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ହୋମଯଜ୍ଞ, ଜପତପ ଓ ପୂଜାର୍ଚ୍ଚନା କରିବେ। ରାମଚରିତ ମାନସ ପାଠ ଯୋଗୁଁ ସମଗ୍ର ପାହାଡ଼ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେବ। ଖଣ୍ଡଗିରିର ଗିରିକନ୍ଦରରେ ଗୁଞ୍ଜରିତ ହେବ ବିଭିନ୍ନ ମନ୍ତ୍ରଧ୍ବନି। ସନ୍ଥମାନଙ୍କ ଅସ୍ଥାୟୀ ତପ ଶିବିରରେ ଜଳିବ ଅଖଣ୍ଡ ଯଜ୍ଞ। ଦିନରେ ‌ମନ୍ତ୍ରଧ୍ବନି, ସଂଜ ନଇଁଲେ ଜମିବ ଭଜନ କୀର୍ତ୍ତନ। ଆସନ୍ତା ୯ ଦିନ ପାଇଁ ମହାତୀର୍ଥରେ ପରିଣତ ହେବ ଖଣ୍ଡଗିରି। କୁମ୍ଭ ମେଳା ନେଇ ଶତାଧିକ ସାଧୁସନ୍ଥଙ୍କ ଆଗମନ ହୋଇଛି । ଏନେଇ ସମସ୍ତ ନିଜର ଆସ୍ଥାନ ଓ ଯଜ୍ଞ କୁଣ୍ତ ତିଆରି କରିବା ସହ ପୂର୍ଣ୍ଣକୁମ୍ଭ ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

ଖବର ଅନୁଯାୟୀ, ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଖଣ୍ତଗିରି ପାହାଡ଼ ଓ ଏହାର ପାଦ ଦେଶରେ ସାଧୁସନ୍ଥଙ୍କ ହୋମଯଜ୍ଞ ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିବ । ଏହାସହ ୧୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଯାତ୍ରା ମହାସମରରେ ବିଭିନ୍ନ ଅପେରା ପାର୍ଟି ଲୋକଙ୍କୁ ମନୋରଞ୍ଜନ କରିବେ । ଏଥିପାଇଁ ଭୁବନେଶ୍ବର ମହାନଗର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯାତ୍ରା ଓ ମିନା ବଜାର ଦୋକାନ ପାଇଁ ୫ ଶହ ଆବେଦନ ଆସିଥିବାବେଳେ ଚଳିତ ବର୍ଷ ପ୍ରାୟ ୩୬୦ଟି ଷ୍ଟଲକୁ ଅନୁମତି ମିଳିଛି । ସେପଟେ ପାର୍କିଂ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଖୋର୍ଦ୍ଧା ପଟୁ କୋଳଥିଆ ଛକଠାରୁ ଖଣ୍ତଗିରି ଛକ ପର୍ଯ୍ୟନ୍ତ ବିଜ୍ର ତଳେ, ବରମୁଣ୍ତା ପଟୁ ପ୍ରାଚୀ ରିସୋର୍ଟଠାରୁ ଖଣ୍ତଗିରି ଥାନା ପର୍ଯ୍ୟନ୍ତ, ଜାଗମରା ପଟୁ ସୋଆ କାର୍ଯ୍ୟାଳୟଠାରୁ ହାଉସିଂ ବୋର୍ଡ଼ ନିର୍ମାଣ ପରିସର ଓ ଖାରବେଳ ପାର୍କ ନିକଟରେ ଦେୟମୁକ୍ତ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେହିପରି ଜୟଦେବ ବାଟିକା ପଟୁ ଓଏସଆରଟିସି ପର୍ଯ୍ୟନ୍ତ ଏହାର ସ୍ବତନ୍ତ୍ର ଦର ରହିଛି ।

ତେବେ ସେପଟେ ମେଳାରେ ଅସ୍ଥାୟୀ ସ୍ବାସ୍ଥ୍ୟା ଶିବିର, ଅସ୍ଥାୟୀ ଷ୍ଟଲ ପ୍ରଦାନ କରିବା ଓ ସୋମନଙ୍କଠାରୁ ଲାଇସେନ୍ସ ଫି’ ଆଦାୟ କରିବା, ଯାତ୍ରା ପାର୍ଟି ମାଲିକ ଓ ମେଳା ବ୍ୟବସାୟୀଙ୍କଠାରୁ ରାଜସ୍ବ ଆଦାୟ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶୃଙ୍ଖଳିତ ଯାତ୍ରା ପରିଚାଳନା ସହ ଦର୍ଶକଙ୍କ ପାଇଁ ପାଣି, ଅସ୍ଥାୟୀ ଶୌଚାଳୟ, ପରିମଳ, ଅଶ୍ଲୀଳତାକୁ ଯାତ୍ରାରେ ସ୍ଥାନ ନ ଦେବା ଆଦି ବାବଦରେ ଆୟୋଜକମାନଙ୍କୁ ସତର୍କ କରାଯାଇଛି ।