Puri News: ଗତକାଲି ସୁରୁଖୁରୁରେ ଶେଷ ହେଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡିଲେ ବଡ଼ ଠାକୁର, ଭଉଣୀ ସୁଭଦ୍ରା ଓ ମହାପ୍ରଭୁ କାଳିଆ ସାଆନ୍ତ। ଗତକାଲି ସନ୍ଧ୍ୟା ୭.୧୨ମିନିଟରେ ତାଳଧ୍ୱଜ ରଥ ଓ ୭.୪୧ରେ ଦର୍ପଦଳନ ରଥ ସିଂହଦ୍ଵାର ସମ୍ମୁଖରେ ଲାଗିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଉଣୀଙ୍କ ରଥ ପଛେପଛେ ଚାଲିଥିଲେ। ହେଲେ ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ଭେଟ ନିତି ପାଇଁ ନିତି ବିଳମ୍ବ ହୋଇଥିଲା। ମହାଲକ୍ଷ୍ମୀ ଚାହାଣି ମଣ୍ଡପ ନିତିସାରିଥିଲେ। ମହାପ୍ରଭୁ ମଧ୍ୟ ମହାପ୍ରଭୁଙ୍କୁ ଚାହିଁ ବସିଥିଲେ। ପ୍ରାୟ ରାତି ୦୯ଟା ୧୫ରେ ଲକ୍ଷ୍ମୀ ନାରାୟଣ ଭେଟ ନିତି ସମ୍ପର୍ଣ୍ଣ ହୋଇଥିଲା। ଶ୍ରୀ ନଅର ନିକଟ ରେ ନନ୍ଦିଘୋଷ ରଥ ପହଞ୍ଚିବା ପରେ ଅନୁଷ୍ଠିତ ହେଲା ଲକ୍ଷ୍ମୀ ନାରାୟଣ ଭେଟ। ଶାନ୍ତି ଶୃଙ୍ଖଳା ରେ ରଥଯାତ୍ରା ଶେଷ ହୋଇ ଥିବାରୁ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ(Arabinda Padhi)।  


COMMERCIAL BREAK
SCROLL TO CONTINUE READING

ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି।ଶ୍ରୀମନ୍ଦିର(Puri Srimandira) ସ୍ୱତନ୍ତ୍ର ଅଧିକାରୀ ଅଜୟ କୁମାର ଜେନାଙ୍କ ଏତଲା।୭ ଓ ୮ ତାରିଖରେ ରଥ ଉପରେ ଅନଧିକୃତ ବ୍ୟକ୍ତି ଓ ଅଣ ସେବାୟତ ଚଢିବା ନେଇ ଏତଲା। ଏ ସମ୍ପର୍କିତ ଫଟୋ ,ଭିଡିଓ ଓ ଶ୍ରୀମନ୍ଦିର ବ୍ୟବସ୍ଥାବଳୀ ପ୍ରମାଣ ଆଧାରରେ ଦିଆଯାଇଛି।ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ ଉଲ୍ଲେଖ ରହିଛି। ରଥଯାତ୍ରା ପରେ ଆଡପ ମଣ୍ଡପ କୁ ବିଜେ ବେଳେ ଚାରମାଳ ଉପରେ ଝୁଣ୍ଟି ପଡ଼ିଥିଲେ ବଡ଼ ଠାକୁର ବଳଭଦ୍ର । ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ପରେ ଏକଥା ସାମ୍ନାକୁ ଆସିଥିଲା ଯେ, ରଥ ଉପରେ ଏକାଧିକ ସେବାୟତଙ୍କ ଉପସ୍ଥିତି କାରଣରୁ ଏହି ଅଘଟଣ ଘଟିଥିଲା। ତେବେ କିଛି ଅଣସେବାୟତ ବି ରଥ ଉପରେ ଚଢିବା ନେଇ ପ୍ରଶାସନ ଜାଣିପାରିଥିଲା। 


ଏହା ପରେ ଶ୍ରୀମନ୍ଦିର ପ୍ରଶାସନ ଆଣିଥିଲା ସ୍ୱତନ୍ତ୍ର ନିୟମ । ଶୃଙ୍ଖଳିତ ଆଚରଣ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ମୁଖ୍ୟ ପ୍ରଶାସକ । ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ। ଅଣସେବାୟତ(NonSevayat) ରଥ ଉପରେ ମୋବାଇଲ ନେଉଥିବା ଦେଖିବାକୁ ମିଳୁଛି । ଏଭଳି ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଘଟଣାର ଯେଭଳି ପୁନାରାବୃତ୍ତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଥିଲେ ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ରଥ ଉପରେ ଅଣସେବାୟତ ଚିହ୍ନଟ ହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ମୁଖ୍ୟ ପ୍ରଶାସକ। 


Also Read: Ratna Bhandar: ୪୬ ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର, ଭିତର ରତ୍ନଭଣ୍ଡାରରେ କ'ଣ ଦେଖିଲା କମିଟି


Also Read: Ratna Bhandar: ୧୮ ତାରିଖରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର, ସକାଳ ୮ଟାରୁ ଶ୍ରୀମନ୍ଦିର ପ୍ରବେଶ ନିଷେଧ