Ratna Bhandar: ୧୮ ତାରିଖରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର, ସକାଳ ୮ଟାରୁ ଶ୍ରୀମନ୍ଦିର ପ୍ରବେଶ ନିଷେଧ
Advertisement
Article Detail0/zeeodisha/odisha2338362

Ratna Bhandar: ୧୮ ତାରିଖରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର, ସକାଳ ୮ଟାରୁ ଶ୍ରୀମନ୍ଦିର ପ୍ରବେଶ ନିଷେଧ

Ratna Bhandar: ଆସନ୍ତା ୧୮ ତାରିଖ ଗୁରୁବାର ସକାଳ ୯ଟା ୫୧ ସମୟରେ ପୁଣିଥରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଭିତର ରତ୍ନ ଭଣ୍ଡାରରେ ଥିବା ରତ୍ନ ଏବଂ ଅଳଙ୍କାରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ଦେଇଛନ୍ତି ରତ୍ନ ଭଣ୍ଡାର ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‍ ବିଶ୍ୱନାଥ ରଥ।

Ratna Bhandar: ୧୮ ତାରିଖରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର, ସକାଳ ୮ଟାରୁ ଶ୍ରୀମନ୍ଦିର ପ୍ରବେଶ ନିଷେଧ

Ratna Bhandar: ଆସନ୍ତା ୧୮ ତାରିଖ ଗୁରୁବାର ସକାଳ ୯ଟା ୫୧ ସମୟରେ ପୁଣିଥରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଭିତର ରତ୍ନ ଭଣ୍ଡାରରେ ଥିବା ରତ୍ନ ଏବଂ ଅଳଙ୍କାରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ଦେଇଛନ୍ତି ରତ୍ନ ଭଣ୍ଡାର ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‍ ବିଶ୍ୱନାଥ ରଥ। ଆଲମିରା ଓ ସିନ୍ଦୁକ ଅନୁସାରେ ରତ୍ନ ତଥା ଅଳଙ୍କାରକୁ ଅସ୍ଥାୟୀ ରତ୍ନ ଭଣ୍ଡାରରେ ଥିବା ସୂଚୀତ ବିକଳ୍ପ ଆଲମିରା ଓ ସିନ୍ଦୁକକୁ ସ୍ଥାନାନ୍ତରଣ କରାଯିବ। ଏହାପରେ ଉଭୟ ରତ୍ନ ଭଣ୍ଡାରକୁ ଜଉ ମୁଦ କରାଯାଇ ଚାବି ଟ୍ରେଜରୀକୁ ହସ୍ତାନ୍ତର କରାଯିବ ବୋଲ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। 

ଆଜି ସକାଳେ ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷ ପରେ ଉଭୟ ଜଷ୍ଟିସ ରଥ ଏବଂ ଡ. ପାଢ଼ୀ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଯେହେତୁ ନୀଳାଦ୍ରୀ ବିଜେ ପରେ ଶ୍ରୀମନ୍ଦିରରେ ଭକ୍ତ ଏବଂ ରୀତି ନୀତିର କଟକଣା ରହିବ, ତା ପୂର୍ବରୁ ଭିତର ରତ୍ନ ଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାରକୁ ଅସ୍ଥାୟୀ ଭିତର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରଣ ପାଇଁ ଉଦ୍ୟମ ହେବ। ଏହାଦ୍ୱାରା ପରବର୍ତ୍ତୀ ସମୟରେ କାର୍ଯ୍ୟ କରିବା ସହଜ ହେବ। ଅପରପକ୍ଷେ ଏହି ବୈଠକରେ ଆସନ୍ତାକାଲି ସୁନା ବେଶ ପରିପ୍ରେକ୍ଷୀରେ ଅଳଙ୍କାର ଅଣାଯିବା ଲାଗି ଯେଉଁ ବ୍ୟବସ୍ଥା ରହିଛି ତାହାକୁ ସୁଚାରୁ ରୂପେ ପରିଚାଳନା ଲାଗି ଏହି ବୈଠକରେ ଆଲୋଚନା ହୋଇଛି। 

ସାଧାରଣତଃ ସୁନାବେଶ ଲାଗି ଆବଶ୍ୟକ ଅଳଙ୍କାର ବାହାର ରତ୍ନ ଭଣ୍ଡାରରେ ରଖାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାହାର ରତ୍ନ ଭଣ୍ଡାରକୁ ଖାଲିକରି ଚାଙ୍ଗଡ଼ା ଘରେ ଅସ୍ଥାୟୀ ଭାବେ ନିର୍ବିତ ରତ୍ନ ଭଣ୍ଡାରରେ ତାହାକୁ ବିଳ୍ପ ସିନ୍ଦୁକ ଓ ଆଲମିରାରେ ରଖାଯାଇଛି। ଏହି ଚାବି ଟ୍ରେଜରୀ ପାଖରେ ରହିଛି। ଏଣୁ ଭଣ୍ଡାର ମେକାପ ଏହି ଚାବିକୁ ଆଣି ଆବଶ୍ୟକ ନୀତିକୁ ତୁଲାଇବେ। 

ସରକାରଙ୍କ ମଞ୍ଜୁରୀପ୍ରାପ୍ତ ମାର୍ଗ ଦର୍ଶିକା ଓ ରେକର୍ଡ ଅଫ୍‍ ରାଇଟ୍ସର ବ୍ୟବସ୍ଥା ଅନୁସାରେ ରତ୍ନ ଭଣ୍ଡାର ଖୋଲିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ। ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ୧୧ ଜଣିଆ କମିଟି ଏହି ରତ୍ନଭଣ୍ଡାର ଖୋଲିବା ଲାଗି ମନ୍ଦିର ଭିତରେ ପ୍ରବେଶ କରିବେ। ଏହାଙ୍କ ସହ ଆବଶ୍ୟକତା ଅନୁସାରେ ବିଶେଷଜ୍ଞଙ୍କୁ ମଧ୍ୟ ସାମିଲ କରାଯାଇପାରି। ତେବେ କିଏ ଏହି ବିଶେଷଜ୍ଞ ତାଲିକାରେ ରହିବେ ତାହା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ଥିର କରିବେ ବୋଲି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିବ। 

ଶ୍ରୀମନ୍ଦିରରେ ଏହି କମିଟି ରତ୍ନ ଭଣ୍ଡାର ଖୋଲିବା କାର୍ଯ୍ୟରେ ନିୟୋଜିତ ହେବା ବେଳେ କେବଳ ଅଧିକୃତ ସେବାୟତ ଓ କମିଟି ସଦସ୍ୟଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଯେହେତୁ ସକାଳ ୯ଟା ୫୧ରେ ରତ୍ନ ଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଛି, ଶ୍ରୀମନ୍ଦିର ପ୍ରଶାସନ ସକାଳ ୮ଟାରୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇ, ସାଧାରଣ ପ୍ରବେଶକୁ ନିଷିଦ୍ଧ କରିଛି। ଜଷ୍ଟିସ ରଥ ସାମ୍ବାଦିକଙ୍କୁ କହିଛନ୍ତି, ଏହା ଏକ ସୌଭାଗ୍ୟର ବିଷୟ। ଏତେଦିନ ହେଲା ଯାହା ହୋଇପାରୁ ନଥିଲା ଆଜି ତାହା ପ୍ରଭୁଙ୍କ ଆଶୀର୍ବାଦରେ ହେବାକୁ ଯାଉଛି। ଏଣୁ ସମସ୍ତଙ୍କ ସହଯୋଗ ଆବଶ୍ୟକତା ରହିଛି। 

ସକାଳ ୯ଟା ୫୧ ମିନିଟ୍‍ ସମୟରେ ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଯିବ। ଏହିଠାରୁ ସମସ୍ତ ରତ୍ନ ଏବଂ ଅଳଙ୍କାରକୁ ଅସ୍ଥାୟୀ ବାହାର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରଣ କରାଯାଇଛି। ଏଣୁ ବାହାର ରତ୍ନ ଭଣ୍ଡାର ଖୋଲିବା ପରେ ୧୧ଜଣିଆ କମିଟି ସଦସ୍ୟ ଭିତର ରତ୍ନ ଭଣ୍ଡାରର ଗେଟ୍‍ ଖୋଲିବେ। ୧୪ ତାରିଖ ଦିନ ଏହି ଗେଟରେ ଲାଗିଥିବା ତିନୋଟି ତାଲାକୁ କଟାଯାଇ ଖୋଲାଯାଇଥିଲା। ପରେ ଗୋଟିଏ ଶିକୁଳି ଭାଙ୍ଗି ଯାଇଥିବାରୁ ଦୁଇଟି ତାଲା ପକାଯାଇ ତାକୁ ଜଉମୁଦ କରାଯାଇଛି। ନୂଆ ଚାବି ସହ ପୁରୁଣା ଭଙ୍ଗା ହୋଇଥିବା ତାଲାକୁ ପୃଥକ ଭାବେ ଜିଲ୍ଲା କୋଷାଗାରକୁ ପ୍ରଦାନ କରାଯାଇଥିବା ଡ. ପାଢ଼ୀ ସୂଚନା ଦେଇଛନ୍ତି। 

ସେ କହିଛନ୍ତି, କମିଟି ପାଖରେ ବର୍ତ୍ତମାନ ପ୍ରାଥମିକତା ହେଉଛି ରତ୍ନକୁ ସୁରକ୍ଷିତ ଓ ସ୍ୱଚ୍ଛ ଉପାୟରେ ସ୍ଥାନାନ୍ତରଣ କରାଯିବା। ଏଥିପାଇଁ ଆବଶ୍ୟକ ପଦେକ୍ଷେପ ଗ୍ରହଣ କରାଯାଉଛି। ପ୍ରତିଟିଟି ଆଲମିରାର ବିକଳ୍ପ ଆଲମିରା କରାଯାଇଛି। ନୂଆ ଅସ୍ଥାୟୀ ଭିତର ରତ୍ନ ଭଣ୍ଡାରକୁ ଖଟଶେଜ ଘରେ ସ୍ଥାପନ କରାଯାଇଛି। ଆଲମିରାଗୁଡ଼ିକୁ କ୍ରମିକ ସଂଖ୍ୟା ଅନୁସାରେ ସ୍ଥାନାନ୍ତରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।  

ଏବେ କାନ୍ଥକୁ ଲାଗି ଆଲମିରା ଓ ସିନ୍ଦୁକ ରହିଛି। ଏଲଣୁ ଭିତର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ କରିବା ଅସମ୍ଭବ ହୋଇଛି। ପ୍ରଥମେ ଅଳଙ୍କାର ଖାଲି ହେବା ପରେ ବିଶେଷଜ୍ଞଙ୍କ ଅନୁଧ୍ୟାନ ପାଇଁ ଖାଲି ହୋଇଥିବା ପୁରୁଣା  ଆଲମିରା ଓ ସିନ୍ଦୁକକୁ ରଖାଯିବ। ଆବଶ୍ୟକ ପଡ଼ିଲେ ଏହାକୁ ମ୍ୟୁଜିୟମରେ ପ୍ରଦର୍ଶନ ପାଇଁ ପଦକ୍ଷେପ ନିଆଯାଇପାରେ ବୋଲି ଡ. ପାଢ଼ୀ ସୂଚନା ଦେଇଛନ୍ତି। ଅଳଙ୍କାର ଓ ଆଲମିରାସବୁକୁକୁ ଭଣ୍ଡାରଘରୁ ସ୍ଥାନାନ୍ତରଣ କରାଯିବା ପରେ ଯାଇ ଏଏସ୍‍ଆଇକୁ ଅନୁଧ୍ୟାନ ପାଇଁ ଦିଆଯିବ। ଏଏସ୍‍ଆଇ ଦ୍ୱାରା ମରାମତି କରାଯିବା ପରେ ପୁଣିଥରେ ନୂଆ ଆଲମିରା ସହ ରତ୍ନ ଓ ଅଳଙ୍କାରର ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ଦିଆଯାଇଛି।